ନୂଆଦିଲ୍ଲୀ,୨୭/୦୭: ପ୍ରଶ୍ନପତ୍ର ଲିକ୍ ରୋକିବାକୁ ସଂସଦରେ ନୂଆ ବିଲ୍ ଆସିଛି । ହଙ୍ଗାମା ଭିତରେ ଲୋକସଭାରେ ପାରିତ ହୋଇଛି ଆଣ୍ଟି ପେପର ଲିକ୍ ବିଲ । ବିରୋଧୀଙ୍କ ହୋହଲ୍ଲା, ହଟ୍ଟଗୋଳ ମଧ୍ୟରେ ପ୍ରଶ୍ନପତ୍ର ନିରୋଧୀ ବିଲ୍ ଉପସ୍ଥାପିତ କରିଛନ୍ତି ସରକାର । ଲୋକସଭାରେ ବିଧେୟକକୁ ଆଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ । ବଲ୍ ଆଗତ ସମୟରେ ବିରୋଧୀ ପ୍ରବଳ ହୋହାଲ୍ଲା କରିଥିଲେ । ଏହା ପରେ ଅପରାହ୍ନ ୨ଟା ଯାଏ ଲୋକସଭାକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ଓମ୍ ବିର୍ଲା । ଉପସ୍ଥାପିତ ପେପର ଲିକ୍ ନିରୋଧୀ ବିଲରେ ୧୦ କୋଟିର ଜରିମାନା ସହ ୧୦ ବର୍ଷର ଜେଲଦଣ୍ଡ ବ୍ୟବସ୍ଥା ରହିଛି ।
ଆଣ୍ଟି ପେପର ଲିକ୍ ବିଲ୍ ଆଗତକୁ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ସାରା ଦେଶରେ ଛାତ୍ରମାନଙ୍କ ଦ୍ୱାରା ଉଠାଯାଇଥିବା ଚିନ୍ତାକୁ ଦୃଷ୍ଟିରେ ରଖି, ପେପର ଲିକ୍ ଭଳି ସମସ୍ୟାର ସମାଧାନ ପାଇଁ ଲୋକସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରାଯାଇଛି। ତଥାପି, କଂଗ୍ରେସ ଦଳ ଏବଂ କିଛି ବିରୋଧୀ ସଦସ୍ୟ ଏହା ଉପରେ ଆଲୋଚନା କରିବାକୁ ମନା କରୁଛନ୍ତି । ସେମାନେ ଏକ ଅଶାନ୍ତି ସୃଷ୍ଟି କରୁଛନ୍ତି । ମୁଁ ସେମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଜି ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ବିଚାର କରିବାକୁ ନିବେଦନ କରୁଛି । ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ପାଇଁ ପଦକ୍ଷେପ ଘୋଷଣା କରାଯାଇଛି, ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି, ଏବଂ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଏବଂ ଭବିଷ୍ୟତରେ ଯେପରି କୌଣସି ଲିକ୍ ନହୁଏ ତାହା ନିଶ୍ଚିତ କରିବା ପାଇଁ ଏକ ବିପ୍ଳବୀ ବିଲ୍ ଆଗତ କରାଯାଇଛି । ପେପର ଲିକ୍ ସମ୍ପୃକ୍ତ ଥିବା ଯେକୌଣସି ବ୍ୟକ୍ତିଙ୍କୁ କଠୋର ଏବଂ ସମୟସୀମା ମଧ୍ୟରେ ଦଣ୍ଡ ଦେବାର ବ୍ୟବସ୍ଥା କରାଯାଇଛି । ଏସବୁ ପଦକ୍ଷେପ ପରେ ମଧ୍ୟ ଯଦି ଆଲୋଚନାକୁ ଅନୁମତି ଦିଆଯାଏ ନାହିଁ, ତେବେ ଏହା ଭୁଲ ବାର୍ତ୍ତା ଦେବ । ମୁଁ ପୁଣି ଥରେ କଂଗ୍ରେସ ଦଳକୁ ଦେଶ ଏବଂ ଛାତ୍ରଙ୍କ ଭାବନାକୁ ବୁଝିବାକୁ ଅନୁରୋଧ କରୁଛି... ସଂସଦରେ ନୁହେଁ ତେବେ ଆମେ ଏହି ପ୍ରସଙ୍ଗଗୁଡ଼ିକ ଉପରେ ଆଉ କେଉଁଠାରେ ବିତର୍କ ଏବଂ ଆଲୋଚନା କରିପାରିବୁ ? ମୁଁ କଂଗ୍ରେସ ଦଳ ଏବଂ ଆମର ବିରୋଧୀ ଦଳ ସହକର୍ମୀଙ୍କୁ ପୁଣି ଥରେ ନିବେଦନ କରୁଛି । ଆମେ ଛାତ୍ରମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଣୁଛୁ ହଙ୍ଗାମା କରିବା ପରିବର୍ତ୍ତେ, ସମ୍ପୂର୍ଣ୍ଣ ଏବଂ ଖୋଲା ବିତର୍କ କରିବା ଉଚିତ । ''
#WATCH | Delhi: On Public Examinations (Prevention of Unfair Means) Amendment Bill, 2026, Parliamentary Affairs Minister Kiren Rijiju says, "Today, in light of the concerns raised by students across the country, a crucial bill is being introduced in the Lok Sabha to address… pic.twitter.com/XJ97ZdaxPn
— ANI (@ANI) July 27, 2026
ଆଜି ବି ଗୃହ ଅଚଳ- ଆଜି ବି ଗୃହକାର୍ଯ୍ୟ ଚାଲିପାରିନାହିଁ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଲୋକସଭା ଏବଂ ରାଜ୍ୟସଭା କାର୍ଯ୍ୟ ଚାଲିପାରିନାହିଁ । ଉଭୟ ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଛି । ଛାତ୍ରମାନଙ୍କ ଉପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ପାଇଁ ବିରୋଧୀ ସରକାରଙ୍କୁ ସମାଲୋଚନା କରିଥିଲେ । ପୂର୍ବରୁ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ପେଲେଟ୍ ଗନ୍ ପ୍ରସଙ୍ଗ ଉଠାଇଥିଲେ । ସେ ଏ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକ ଚିଠି ଲେଖିଥିଲେ ।
ପ୍ରଶ୍ନପତ୍ର ଲିକ୍ ନିରୋଧୀ ବିଲ୍ରେ କଠୋର ଦଣ୍ଡ ବ୍ୟବସ୍ଥା- ପ୍ରଶ୍ନପତ୍ର ଲିକ୍ ନେଇ ସଂସଦରେ ଅଚଳାବସ୍ଥା ଜାରି ରହିଥିବା ଭିତରେ କେନ୍ଦ୍ର ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରଶ୍ନପତ୍ର ଲିକ୍ ନିବାରଣ ପାଇଁ ରହିଥିବା ଆଇନରେ ସଂଶୋଧନ ଅଣାଯାଇଛି । ଏ ଅପରାଧରେ ଦୋଷୀୁ ୧୦ ବର୍ଷ ଯାଏ ଜେଲ୍ ସହ ୧୦ କୋଟି ଟଙ୍କା ଯାଏ ଜରିମାନା ଦେବାକୁ ପଡ଼ିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରଶ୍ନପତ୍ର ଲିକ୍ ନିରୋଧୀ ଏହି ସଂଶୋଧନ ବିଲ୍କୁ ଅନୁମୋଦନ କରାଯାଇଥିଲା । ଆଜି ଲୋକସଭାରେ ବିଲ୍ ଆଗତ ହୋଇଛି । ବୈଠକରେ ସାର୍ବଜନୀନ ପରୀକ୍ଷା (ଅନିୟମିତତା ନିବାରଣ) ଆଇନ ୨୦୨୪ରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ମିଳିଥିଲା । ବିରୋଧୀଙ୍କ ହଙ୍ଗାମା ଭିତରେ ଲୋକସଭାରେ ସଂଶୋଧିତ ବିଲ୍ ଆଗତ ହୋଇଛି ।
#WATCH | Union Minister Jitendra Singh introduces Public Examinations (Prevention of Unfair Means) Amendment Bill, 2026 in Lok Sabha. pic.twitter.com/lq1lZ9lNAo
— ANI (@ANI) July 27, 2026
ଏହା ବି ପଢନ୍ତୁ...APJ Abdul Kalam: ଭାରତର ପରମାଣୁ ପରୀକ୍ଷଣରେ କଲାମଙ୍କ ଭୂମିକା କ’ଣ ଥିଲା ? ନାମ ବଦଳାଇ ରଖିଥିଲେ ମେଜର ଜେନେରାଲ୍ ପୃଥ୍ୱୀରାଜ
ପ୍ରସ୍ତାବିତ ବିଲ୍ରେ ପ୍ରଶ୍ନପତ୍ର ଲିକ୍ କିମ୍ବା ପରୀକ୍ଷାରେ ଅନିୟମିତତା ମାମଲାର ଶୁଣାଣି ଫାଷ୍ଟ ଟ୍ରାକ କୋର୍ଟରେ କରାଯିବ । ୩ ମାସ ଭିତରେ ବିଚାର ପରେ ଦଣ୍ଡ ଘୋଷଣା ହେବ । ସର୍ବାଧିକ ଜେଲ୍ ଦଣ୍ଡକୁ ୫ରୁ ୧୦ ବଷକୁ ବୃଦ୍ଧି କରାଯାଇଥିବା ବେଳେ ସର୍ବନିମ୍ନ ଜେଲ୍ଦଣ୍ଡକୁ ୩ରୁ ୫ ବର୍ଷ ବୃଦ୍ଧି କରାଯାଇଛି । ବର୍ତ୍ତମାନ ପ୍ରଚଳିତ ଆଇନ ଅନୁସାରେ ପ୍ରଶ୍ନପତ୍ର ଲିକ୍ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୩ରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍ଦଣ୍ଡ ଏବଂ ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ଅଛି । ସେହିଭଳି ଯଦି ଅପରାଧ ବିଷୟରେ ସେବା ପ୍ରଦାନକାରୀ ନ ଜଣାନ୍ତି ତେବେ ତାଙ୍କୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ବର୍ତ୍ତମାନର ଆଇନଗତ ବ୍ୟବସ୍ଥା ରହିଛି ।