ନୂଆଦିଲ୍ଲୀ,୨୫/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି । ନରେନ୍ଦ୍ର ମୋଦି ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଯିଏକି ସର୍ବାଧିକ ସମୟ ପାଇଁ ଲଗାତାର ଭାବରେ ଏହି ପଦବୀରେ ରହିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ପଛରେ ପକାଇ ଦେଇଛନ୍ତି ମୋଦି । ସେ ୪,୦୭୮ ଦିନ ପ୍ରଧାନମନ୍ତ୍ରୀ ପଦରେ ରହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଅକ୍ଟୋବର ୨୦୦୧ ରୁ ମେ' ୨୦୧୪ ଯାଏ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ । ସେ ସର୍ବାଧିକ ସମୟ ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ମଧ୍ୟ କରିଛନ୍ତି । ନରେନ୍ଦ୍ର ମୋଦି ୨୦୧୪ରୁ ପ୍ରଧାନମନ୍ତ୍ରୀ ପଦବୀରେ ଅଛନ୍ତି । ଆଜି ତାଙ୍କ କାର୍ଯ୍ୟକାଳର ୪,୦୭୮ ଦିନ ପୂରଣ ହୋଇଛି ।
ଇନ୍ଦିରାଙ୍କୁ ଟପିଲେ ମାେଦି- ନରେନ୍ଦ୍ର ମୋଦି ଇନ୍ଦିରା ଗାନ୍ଧୀଙ୍କୁ ପଛରେ ପକାଇ ଦ୍ୱିତୀୟ ସର୍ବାଧିକ ସମୟ ପାଇଁ ପ୍ରଧାନମନ୍ତ୍ରୀ ପଦରେ ରହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ୪,୦୭୮ ଦିନ କାର୍ଯ୍ୟକାଳ ପୂରଣ କରିଛନ୍ତି । ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଭାବରେ ୪,୦୭୭ ଦିନ ପୂରଣ କରିଥିଲେ । ସେ ୨୪ ଜାନୁଆରୀ ୧୯୬୬ ରୁ ୨୪ ମାର୍ଚ୍ଚ ୧୯୭୭ ପର୍ଯ୍ୟନ୍ତ ଲଗାତାର ୪,୦୭୭ ଦିନ ପାଇଁ ପ୍ରଧାନମନ୍ତ୍ରୀ ଥିଲେ ।
ଜବାହରଲାଲ ନେହେରୁଙ୍କ ସମକକ୍ଷ ମୋଦି-ଗୁଜରାଟରେ ଜନ୍ମିତ ନରେନ୍ଦ୍ର ମୋଦି ୨୦୦୧ ମସିହାରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସବୁଠାରୁ ଦୀର୍ଘ ସମୟ ଧରି ଅଣ-କଂଗ୍ରେସ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ଅଧିକାରୀଙ୍କ ଅନୁସାରେ, ସେ ଦୁଇଟି ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିବାରେ ପ୍ରଥମ ଏବଂ ଏକମାତ୍ର ଅଣ-କଂଗ୍ରେସ ନେତା ହୋଇଛନ୍ତି । ପୂର୍ବ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ତାଙ୍କ ଦଳକୁ ୩ ଲୋକସଭା ନିର୍ବାଚନ ଜିତାଇଥିଲେ । ପ୍ରଧାନମନ୍ତ୍ରୀ ପଦରେ ନେହେରୁ ୬,୧୩୦ ଦିନ ଦେଶ ସେବା କରିଥିଲେ । ୧୯୪୭, ଅଗଷ୍ଟ ୧୫ରୁ ୧୯୬୪ ମେ ୨୭ ଯାଏ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ ନେହେରୁ । ତାଙ୍କ କାର୍ଯ୍ୟକାଳ ୧୬ ବର୍ଷ, ୯ ମାସ ଏବଂ ୧୨ ଦିନ ରହିଥିଲା । ନେହେରୁଙ୍କ ସମକକ୍ଷ ହୋଇଛନ୍ତି ମୋଦି । ସେ ତାଙ୍କ ଦଳକୁ ୩ ଲୋକସଭା ନିର୍ବାଚନ ଜିତାଇଛନ୍ତି ।
ଅଧିକ ସମୟ ଧରି ପ୍ରଧାନମନ୍ତ୍ରୀ ପଦରେ ଥିବା ଅଣ-କଂଗ୍ରେସ- ନରେନ୍ଦ୍ର ମୋଦି ଭାରତର ଏକମାତ୍ର ନେତା ଯିଏ ଗୋଟିଏ ଦଳର ପ୍ରତିନିଧି ଭାବରେ ଲଗାତାର ୬ଟି ପ୍ରମୁଖ ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଛନ୍ତି । ୨୦୦୨, ୨୦୦୭ ଏବଂ ୨୦୧୨ରେ ଗୁଜରାଟ ବିଧାନସଭା ନିର୍ବାଚନ, ଏବଂ ତା’ପରେ ୨୦୧୪, ୨୦୧୯ ଏବଂ ୨୦୨୪ରେ ଦେଶବ୍ୟାପୀ ସାଧାରଣ ନିର୍ବାଚନରେ ବିଜୟୀ ହୋଇଥିଲେ ।