ପ୍ରମୂଖ ଖବର
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

୩୯ଭରି ସୁନା ଓ ୮୦ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ, ସାଇଣ୍ଟିଫିକ ଟିମ୍ ସହ ପୋଲିସର ତଦନ୍ତ ଆରମ୍ଭ

Published By : Harapriya Sethi | April 7, 2025 8:20 AM

ଭୁବନେଶ୍ୱର, ୦୭/୦୪: ତିରୁପତି ଯାଇଥିବା ବେଳେ ଘରେ କଳାକାର ବୁଲାଇଦେଲେ ଦୁର୍ବୃତ୍ତ । ୩୯ଭରି ସୁନା ଓ ୮୦ହଜାର ଟଙ୍କା ଲୁଟି ନେଲେ ଚୋର । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି ଗାରାବନ୍ଧ ପୋଲିସ । ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଅନ୍ତର୍ଗତ ଗାରାବନ୍ଧ କୁମୁଟି ସାହିରେ ଏହି ଲୁଟ୍‌ ହୋଇଛି । 

ସୂଚନା ମୁତାବକ, ଗାରାବନ୍ଧ କୁମୁଟି ସାହିର ଟି.ପ୍ରଦୀପ ତାଙ୍କ ପରିବାରକୁ ନେଇ ତିରୁପତି ଯାଇଥିଲେ । ସେଠାରୁ ଫେରିଲା ବେଳକୁ ଘରୁ ଲୁଟ୍‌ ହୋଇଥିବା ଜାଣିବାକୁ ପାଇଥିଲେ । ଦୀର୍ଘ ଦିନ ଧରି ଘରେ କେହି ନଥିବାର ଫାଇଦା ଉଠାଇ ଲୁଟେରାମାନେ । ଘରର ଝରକା ଦେଇ ଭିତରକୁ ପଶିଥିଲେ । ପରେ ଘରେ ଥିବା ୩୯ଭରି ସୁନା ଓ ୮୦ହଜାର ଟଙ୍କା ଲୁଟି ନେଇଥିଲେ । ଏନେଇ ପରିବାର ତରଫରୁ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ସାଇଣ୍ଟିଫିକ ଟିମ୍ ସହାୟତାରେ ଗାରାବନ୍ଧ ପୋଲିସର ତଦନ୍ତ ଆରମ୍ଭ କରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.