ଭୁବନେଶ୍ବର, ୧୧।୭ : ରାଜଧାନୀ ଭୁବନେଶ୍ୱରର ବିଜେବି ନଗରରେ ଶନିବାର ଏକ  ଅଘଟଣ ଘଟିଛି। କାମ କରୁଥିବା ବେଳେ ଏକ ପାଇଖାନା (ସେପ୍ଟିକ୍) ଟାଙ୍କି ଭିତରେ ପଡି ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟାଙ୍କି ଭିତରୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି।

ସେପ୍ଟିକ୍ ଟାଙ୍କି ନିକଟରେ କାମ କରୁଥିବା ବେଳେ ଦୁଇ ଶ୍ରମିକ ଟାଙ୍କି ଭିତରେ ପଡି ଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଟାଙ୍କି ଭିତରୁ ଉଭୟଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ସେମାନଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହ ଜବତ କରିଛି। ମୃତ ଶ୍ରମିକମାନଙ୍କର ପରିଚୟ ମିଳି ନ ଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି।

ଆହୁରି ପଢନ୍ତୁ : ଆସନ୍ତା ୫ ବର୍ଷରେ ଓଡିଶାରେ ଷ୍ଟିଲ ଉତ୍ପାଦନ ଦୁଇଗୁଣା ହେବ, ୫୦ ମିଲିୟନ ଟନରୁ ଅଧିକ ଉତ୍ପାଦନ ଲକ୍ଷ୍ୟ