ଗୁଣପୁର,୪।୬(ଆପ୍ର)-ରାୟଗଡା ଜିଲା ଗୁଣପୁର ସହର ର ଶାନ୍ତିନଗର ଲେନ-୧ ରେ ଏକ ବନ୍ଦଘରୁ ଗଡ୍ରେଜ୍ ଭାଙ୍ଗି ସୁନା ରୁପା ଗହଣା ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଘରେ କିଏ ନଥିବାବେଳେ କବାଟ ସହ ଗଡ୍ରେଜ ଭାଙ୍ଗିଥିବା ଦେଖିବାକୁ ମିଳିଛି । ଏନେଇ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଘର ମାଲିକାଣି ମହାଲକ୍ଷ୍ମୀ ମାଣ୍ଡାଙ୍ଗୀ ଗୁଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଗତ ଏକ ସପ୍ତାହ ହେବ ମହାଲକ୍ଷ୍ମୀ ପରିବାର ସହ ଦୂର୍ଗୀ ଯାଇଥିଲେ । ତାଙ୍କ ଘରର କବାଟ ଖୋଲା ରହିଥିବା ସାହିର ଲୋକ ମାନେ ଦେଖିଥିଲେ। ଏମିତିକି ଏହି ଖୋଲାର ଗୋରୁଗାଈ ମଧ୍ୟ ପସିଥିବା ଲୋକେ ଦେଖିବା ପରେ ମହାଲକ୍ଷ୍ମୀଙ୍କୁ ସୂଚନା ଦେଇଥିଲେ । ସେ ଖବର ପାଇ ବୁଧବାର ସନ୍ଧ୍ୟାରେ ଘରେ ପହଁଞ୍ଚି ସମସ୍ତ ଜିନିଷ ଛାନଭିନ କରିବା ପରେ ରୂପା ଏବଂ ସୁନା ଅଳଙ୍କ।ର ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ତେବେ ନିର୍ଦିଷ୍ଟ ଭାବେ କେତେ ଗହଣା ଚୋରୀ ହୋଇଛି ଓ ଆଉ କଣ ସବୁ ଚୋରୀ ହୋଇଛି ତାହା ଜଣାପଡିନି। ଅଭିଯୋଗ ପରେ ଘଟଣା ସ୍ଥଳକୁ ପୋଲିସ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି। ତେବେ ଆଗକୁ ରଥଯାତ୍ରା ଆସୁଥିବା ଥିବା ବେଳେ ସହରରେ ଚୋରଦଳ ସକ୍ରିୟ ହୋଇଥିବା ଅନୁମାନ କରାଯାଉଛି। ପ୍ରତେକ ବର୍ଷ ଏହି ସମୟରେ ବାହାରୁ ଆସି ଚୋରଦଳ ସକ୍ରିୟ ହୋଇଥାନ୍ତି। ଏଣୁ ଏ ଦିଗରେ ଏବେଠାରୁ ପୋଲିସ ଅଧିକ ସକ୍ରିୟତାର ସହ କାର୍ଯ୍ଯ କରିବା ଜରୁରୀ ହୋଇ ପଡିଛି।