ନୂଆଦିଲ୍ଲୀ: ଚେନ୍ନାଇ ବିଜୟରେ ଲକ୍ଷ୍ନୌ ସାଜିଲା କଣ୍ଟା । ସିଏସକେକୁ ୭ ଓ୍ବିକେଟରେ ପରାସ୍ତ କଲା ଲକ୍ଷ୍ନୌ । ୧୮୮ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ଚେନ୍ନାଇ ୧୬.୪ ବଲରେ ଜିତି ନେଇଛି । ମାର୍ଶ ଦଳ ପକ୍ଷରୁ ୯୦ ରନର ବିଶାଳ ପାଳି ଖେଳିଛନ୍ତି । ଦଳ ବିଜୟରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।
୧୮୮ ରନକୁ ପିଛା କରୁଥିବାବେଳେ ଦୁଇ ଓପନର ଜସ୍ ଇଂଲିସ ଏବଂ ମାର୍ଶ ବଡ଼ ବଡ଼ ସଟ୍ ଖେଳିଥିଲେ । ଇଂଲିସ ୩୬ ରନ କରିଥିଲେ । ପରେ ପୁରନ ୩୨ ଏବଂ ମୁକୁଲ ଚୌଧୁରୀ ୧୩ ରନ କରିଛନ୍ତି । ଚେନ୍ନାଇ ପକ୍ଷରୁ ମୁକେଶ ଚୌଧୁରୀ ଏବଂ ଜନସନ ଗୋଟିଏ ଲେଖାଏଁ ଓ୍ବିକେଟରେ ସନ୍ତୁଷ୍ଟ ହୋଇଛନ୍ତି ।
ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା ଲକ୍ଷ୍ନୌ । ଚେନ୍ନାଇ ୫ ଓ୍ବିକେଟରେ ୧୮୭ ରନ କରିଥିଲା । ଦଳ ପକ୍ଷରୁ କାର୍ତ୍ତିକ ଶର୍ମା ସର୍ବାଧିକ ୭୧ ରନ୍ କରିଥିଲେ । ଲକ୍ଷ୍ନୌ ପକ୍ଷରୁ ଆକାଶ ମହାରାଜସିଂ ସର୍ବାଧିକ ୩ ଓ୍ବିକେଟ ନେଇଛନ୍ତି ।
ଚେନ୍ନାଇର ପ୍ରାରମ୍ଭିକ ବ୍ୟାଟିଂ ଉତ୍ସାହଜନକ ନଥିଲା। ସଂଜୁ ସାମସନ ଏବଂ ଋତୁରାଜ ଗାଏକ୍ବାର୍ଡ ଇନିଂସ ଆରମ୍ଭ କରିଥିଲେ। ଲକ୍ଷ୍ନୌର ପ୍ରଥମ ଶିକାର ହୋଇଥିଲେ ଅଧିନାୟକ ଋତୁରାଜ। ସେ ୯ଟି ବଲ୍ ଖେଳି ୨ଟି ଚୌକା ବଳରେ ୧୩ ରନ୍ ସଂଗ୍ରହ କରିଥିଲେ। ଲକ୍ଷ୍ନୌର ଦ୍ବିତୀୟ ଶିକାର ହୋଇଥିଲେ ସଂଜୁ ସାମସନ, ଯିଏ କି ୨୦ଟି ବଲ୍ ଖେଳି ୨୦ ରନ୍ କରିଥିଲେ। ଚେନ୍ନାଇ ତୃତୀୟ ୱିକେଟ୍ ଭାବେ ଉର୍ଭିଲ ପଟେଲ (୬ରନ୍)ଙ୍କୁ ହରାଇଥିଲା। ଏହି ତିନି ଜଣ ଖେଳାଳିଙ୍କୁ ଯୁବ ବୋଲର ଆକାଶ ମହରାଜ ସିଂହ ଆଉଟ୍ କରିଥିଲେ।ଶେଷ ଓଭର ଗୁଡ଼ିକରେ ଶିଭ ଦୁବେ ଏବଂ ବ୍ରେଭିସ ବଡ଼ ସଟ୍ ଖେଳି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ ।