ନୂଆଦିଲ୍ଲୀ,୧୦/୦୯; କୋଲକାତା ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ଋିଷବ ପନ୍ତଙ୍କ ନେତୃତ୍ୱାଧୀନ ଏଲଏସଜି । ହେଲେ ଏହି ବିଜୟ ପାଣିଚିଆ ହୋଇଛି । ଲକ୍ଷ୍ନୌ ସୁପରଜାଏଣ୍ଟ୍ସକୁ ଶକ୍ତ ଧକ୍କା ଲାଗିଛି । ଜଣେ ଷ୍ଟାର ଖେଳାଳି ଦଳକୁ ଟେନସନରେ ପକାଇଛନ୍ତି । ଲକ୍ଷ୍ନୌ ଏକ ରୋମାଞ୍ଚକର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ୩ ୱିକେଟ୍ରେ ପରାସ୍ତ କରିଛି । ମ୍ୟାଚ୍ ପୂର୍ବରୁ ଦଳ ପାଇଁ ବ୍ୟାଡ ନ୍ୟୁଜ ଆସିଛି । ଦଳର ଜଣେ ଷ୍ଟାର ଖେଳାଳି ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି । ଆହତ ଥିବା ଶ୍ରୀଲଙ୍କାର ବାମହାତି ସ୍ପିନର ୱାନିଣ୍ଡୁ ହସରଙ୍ଗା ଆଇପିଏଲରୁ ବାଦ୍ ପଡ଼ିଛନ୍ତି । ଦଳର କ୍ରିକେଟ୍ ନିର୍ଦ୍ଦେଶକ ଟମ୍ ମୁଡି ଏ ବିଷୟରେ ସୂଚନା ଦେଇଛନ୍ତି । ଆସନ୍ତା ୧/୨ ଦିନ ମଧ୍ୟରେ ହସରଙ୍ଗାଙ୍କ ସ୍ଥାନରେ ବଦଳ ଖେଳାଳି ସାମିଲ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ରିପୋର୍ଟ ଆସୁଛି କି ଜର୍ଜ ଲିଣ୍ଡ ହସରଙ୍ଗାଙ୍କ ସ୍ଥାନ ନେଇ ପାରନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଲକ୍ଷ୍ନୌ ହସରଙ୍ଗାଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକାର ବାମ ହାତି ସ୍ପିନର ଜର୍ଜ ଲିଣ୍ଡଙ୍କୁ ସାମିଲ କରିବାକୁ ଯୋଜନା କରୁଛି । ଗତ ଟି-ଟ୍ୱେଣ୍ଟି ବିଶ୍ୱକପରେ ଏକ ମ୍ୟାଚ୍ରେ ହସରଙ୍ଗା ଆହତ ହୋଇଥିଲେ । ତାଙ୍କ ବାମ ଗୋଡ଼ ପଛ ପାଶ୍ୱର୍ ମାଂସପେଶୀ ଟାଣି ହୋଇଯାଇଥିଲା । ଫଳରେ ସେ ଲକ୍ଷ୍ନୌ ଶିବିରରେ ଯୋଗ ଦେଇ ନଥିଲେ । ସେବେଠାରୁ ସେ ଫିଟନେସ୍ ଫେରି ପାଇବା ପାଇଁ ସଂଘର୍ଷ କରୁଛନ୍ତି । ଅନ୍ୟ ଅନେକ ଆହତ ଖେଳାଳିଙ୍କ ପରି, ଶ୍ରୀଲଙ୍କା କ୍ରିକେଟ୍ ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ହାସରଙ୍ଗାଙ୍କୁ ଖେଳିବାକୁ ଅନୁମତି ମନା କରିଥିଲା । ବୋର୍ଡ କହିଥିଲା ଯେ, ତାଙ୍କୁ ନୋ-ଆବଜେକ୍ସନ୍ ସାର୍ଟିଫିକେଟ୍ ପାଇବା ପୂର୍ବରୁ ପ୍ରଥମେ ଏକ ଫିଟନେସ୍ ପରୀକ୍ଷାରେ ପାସ୍ କରିବାକୁ ପଡିବ । ଏପରିକି ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ପକ୍ଷରୁ ବାଧ୍ୟତାମୂଳକ କରାଯାଇଥିବା ଫିଟ୍ନେସ୍ ପରୀକ୍ଷା ମଧ୍ୟ ଦେଇନଥିଲେ । ସେ ସମ୍ପୂର୍ଣ୍ଣ ଫିଟ୍ ହୋଇନଥିବାରୁ ଶେଷରେ ଆଇପିଏଲରୁ ବାଦ୍ ପଡ଼ିଛନ୍ତି । ଲକ୍ଷ୍ନୌ ଗତ ନିଲାମୀରେ ହସରଙ୍ଗାଙ୍କୁ ୨କୋଟି ଟଙ୍କାରେ କ୍ରୟ କରିଥିଲା ।
ଏହା ବି ପଢନ୍ତୁ...ଲକ୍ଷ୍ନୌର ରୋମାଞ୍ଚକର ବିଜୟ, ମୁକୁଲଙ୍କ ବିସ୍ଫୋରକ ବ୍ୟାଟିଂ
ଗତକାଲି କୋଲକାତା ବିପକ୍ଷରେ ଜବରଦସ୍ତ ବିଜୟ ହାସଲ କରିଥିଲା ଲକ୍ଷ୍ନୌ । ଶେଷ ବଲ୍ରେ ୩ ୱିକେଟ୍ରେ କେକେଆରକୁ ପରାସ୍ତ କରିଥିଲା । ଏହା ଚଳିତ ସିଜନ୍ର ତିନୋଟି ମ୍ୟାଚ୍ରେ ଏଲଏସଜିର ଦ୍ୱିତୀୟ ବିଜୟ । ତଥାପି, ବିଜୟ ହାସଲ କରିବା ପୂର୍ବରୁ, ଲକ୍ଷ୍ନୌ ପ୍ରଶିକ୍ଷକ ଟମ୍ ମୁଡି କହିଥିଲେ ଯେ ୱାନିନ୍ଦୁ ହସରଙ୍ଗା ଏହି ସିଜନ୍ରେ ଦଳ ପାଇଁ ଖେଳିପାରିବେ ନାହିଁ ଏବଂ ଫ୍ରାଞ୍ଚାଇଜ୍ ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ଏକ ବଦଳ ଖେଳାଳି ଘୋଷଣା କରିବ ।