PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଲକାତା :ପଶ୍ଚିମବଙ୍ଗ ବିଜେପି ନେତାଙ୍କ ଅଭିଯୋଗ, ରାଜ୍ୟରେ ମମତା ବାନାର୍ଜି ଓ ଶୁଭେନ୍ଦୁ ଅଧିକାରୀଙ୍କ ଭିତରେ ହୋଇଛି ଗୁପ୍ତ ବୁଝାମଣା…
  • ||
  • ନୟାଗଡ଼ : ମାର୍ବଲ ବୋଝେଇ ଟ୍ରକ୍ ପଛକୁ ପିଟିଲା ମାଣିକେଶ୍ଵରୀ ବସ୍ : ଜଣେ ମୃତ,୫ ଗୁରୁତର
  • ||
  • ଭୁବନେଶ୍ୱର: ଆଜି ପଛୁଆ ବର୍ଗର ଭାରତ ବନ୍ଦ ଡାକରା, ସକାଳ ସାଢ଼େ ୯ଟା ପୂର୍ବରୁ ଅଫିସ ପହଞ୍ଚିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଏବେ ଉତ୍ତର ପୂର୍ବରୁ ପବନ ବହୁଥିବାରୁ କମିବ ଶୀତ, ୩ ତାରିଖରୁ ପ୍ରବଳ ଶୀତ: ୫.୬ ଡିଗ୍ରୀରେ ଥରୁଛି ସିମିଳିଗୁଡ଼ା
  • ||

ପ୍ରେମରେ ଧୋକା ଖାଇ ଚା’ ଦୋକାନ ଖୋଲିଲେ ଯୁବକ, ପ୍ରେମୀ ଯୁଗଳଙ୍କ ପାଇଁ ରଖିଛନ୍ତି ଖାସ୍ ଅଫର୍

ରାଜଗଡ ୨୫/୧୧: ପ୍ରେମରେ ପ୍ରତାରଣାର ଶିକାର ହେବା ପରେ ଲୋକେ ଭୁଲ ପଦକ୍ଷେପ ନେବା କଥା ଆପଣ ଶୁଣିଥିଲେ । କିନ୍ତୁ ରାଜଗଡ଼ର ଜଣେ ଯୁବକ ପ୍ରେମରେ  ଧୋକା ଖାଇବା ପରେ ଖିଲଚିପୁର ନଗର ସ୍ଥିତ ବସ୍‌ ଷ୍ଟାଣ୍ଡରେ ଚା’ ଦୋକାନ  ଖୋଲିଛନ୍ତି । ଏହାର ନାଁ ରଖିଛନ୍ତି ‘ଏମ୍‌ ବେୱଫା  ଚାୟୱାଲା’ । ‘ଏମ୍‌’ ଅକ୍ଷର ତାଙ୍କ ପୂର୍ବ ପ୍ରେମିକାଙ୍କ  ନାଁର ପ୍ରଥମ ଅକ୍ଷର । ପୂର୍ବ ପ୍ରେମିକାଙ୍କୁ ଚିଡ଼ାଇବା  ପାଇଁ ଏବଂ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ସେ  ନିଜ ଚା’ ଦୋକାନର ଏଭଳି ନାମ ଦେଇଛନ୍ତି । 

ପ୍ରେମରେ ଧୋକା ଖାଇଥିବା ଲୋକଙ୍କୁ ଏହି  ଦୋକାନରେ ଶସ୍ତାରେ ଚା’ ମିଳୁଛି । ଅନ୍ୟପକ୍ଷେ,  ପ୍ରେମୀ ଯୁଗଳଙ୍କ ପାଇଁ ଚା’ର ମୂଲ୍ୟ ଦୁଇଗୁଣ ।  ଗ୍ରାହକ ଏହି ଦୋକାନର ନାଁ ଓ ଚା’ ଉଭୟକୁ ଖୁବ୍‌ ପସନ୍ଦ କରୁଛନ୍ତି । ଏଠାରେ  ୫ ଓ ୧୦ ଟଙ୍କାରେ ଚା’ ମିଳୁଛି । ପ୍ରେମୀ ଯୁଗଳଙ୍କ ପାଇଁ ଚା’ର ମୂଲ୍ୟ ୧୦  ଟଙ୍କା । ସେପଟେ, ପ୍ରେମରେ ଧୋକା ଖାଇଥିବା ଲୋକଙ୍କୁ ଅଧା ଦାମ୍‌ରେ ଅର୍ଥାତ  ୫ ଟଙ୍କାରେ ଚା’ ମିଳୁଛି ।  ଏହି ଚା’ ଦୋକାନର ମାଲିକ ହେଉଛନ୍ତି ଅନ୍ତର ଗୁଜ୍ଜର । ପୂର୍ବ ପ୍ରେମିକା ତାଙ୍କ  ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ସହିତ ତାଙ୍କୁ ଧୋକା ଦେବା ପରେ ସେ  ଏହି ଅଜବ ନିଷ୍ପତ୍ତି ନେଇଥିଲେ ।

ଅନ୍ତର ଜଣେ ସ୍ନାତକ ଶେଷ ବର୍ଷ ଛାତ୍ର । ଚା’  ଦୋକାନର ଏଭଳି ନାମକରଣ ପଛରେ କାରଣ ପଚାରିବାରୁ ସେ ଗଣମାଧ୍ୟମକୁ  କହିଛନ୍ତି, ଜଣେ ସମ୍ପର୍କୀୟଙ୍କ ବିବାହରେ ସେ ଜଣେ ଝିଅକୁ ଭେଟିଥିଲେ ।  ଏହା ପରେ ଉଭୟଙ୍କ ଭିତରେ ବନ୍ଧୁତା ଆରମ୍ଭ ହେଲା । ଦୀର୍ଘ ଦୁଇ  ବର୍ଷର ସମ୍ପର୍କ ପରେ ବି ସେ ଆଉ ଜଣଙ୍କ ସହ ସମ୍ପର୍କ ବାନ୍ଧିଲେ ଏବଂ  ଅନ୍ତରଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଲେ । ତାଙ୍କ ସହ  କଥାବାର୍ତ୍ତା ବନ୍ଦ କରିଦେଲେ । ତାଙ୍କୁ ବେକାର ଯୁବକ  ଏବଂ ତାଙ୍କ ଭାବୀସ୍ୱାମୀ ପାଖରେ ସବୁକିଛି ଅଛି  ବୋଲି କହିଲେ ।  ପ୍ରେମିକାଠାରୁ ପ୍ରତାରିତ ହେବା ପରେ ଅନ୍ତର  ପ୍ରଥମେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଲେ ।  କିନ୍ତୁ ଜଣେ ବନ୍ଧୁ ତାଙ୍କର ମାର୍ଗଦର୍ଶନ କଲେ ।  ଉଭୟଙ୍କ ବ୍ରେକ୍‌ଅପ୍‌ର ୨ ବର୍ଷ ପରେ  ଶେଷରେ ସେ ଏକ ଚା’ ଦୋକାନ  ଖୋଲିଲେ । ପୂର୍ବ ପ୍ରେମିକାଙ୍କୁ ଚିଡ଼ାଇବାକୁ ତାଙ୍କ ନାଁର  ପ୍ରଥମ ଅକ୍ଷରକୁ ଦୋକାନ ନାଁ ଆଗରେ  ଲଗାଇଲେ । ପୂର୍ବ ପ୍ରେମିକା ହିଁ ତାଙ୍କୁ  ଥରେ କହିଥିଲେ, ଭବିଷ୍ୟତରେ  ଯଦି ସେ କୌଣସି ଦୋକାନ  ଖୋଲନ୍ତି ତେବେ ତାକୁ ତାଙ୍କ  ନାମ ଦେବେ । ସେଥିପାଇଁ  ଏହି ନିଷ୍ପତ୍ତି ନେଲେ ବୋଲି  ଅନ୍ତର କହିଛନ୍ତି ।