ରାୟଗଡ଼ା, ୦୮/୦୭: ରାୟଗଡ଼ା ଜିଲ୍ଲାର  ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଆଣୀଙ୍କ  ମନ୍ଦିରର ୯ଟି ହୁଣ୍ଡି ସୋମବାର  ଖୋଲାଯାଇଛି । ସେଥିରୁ ନଗଦ ୧ କୋଟି ୪ ଲକ୍ଷ ୩୬ ହଜାର ୯୬୩ ଟଙ୍କା,  ୩୮ ଗ୍ରାମ୍‌ ସୁନା, ୨୫୦୫ ଗ୍ରାମ୍‌ ରୁପା ଏବଂ ୫ଟି ଦେଶର ୧୨ଟି ନୋଟ୍‌ ବାହାରିଛି ।  

ସକାଳ ୧୦ଟାରେ ମାଜିଷ୍ଟ୍ରେଟ୍‌ ଓ ପୁଲିସ୍‌ ଉପସ୍ଥିତିରେ ମନ୍ଦିର ପରିଚାଳନା କମିଟି  ପକ୍ଷରୁ ହୁଣ୍ଡି ଖୋଲାଯାଇଥିଲା । ଦୀର୍ଘ ୮ ଘଣ୍ଟା ଧରି ଗଣତି ହୋଇଥିଲା । ସମସ୍ତ  ଟଙ୍କା ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରେ ଗଚ୍ଛିତ ରଖାଯାଇଛି । ସୁନା ଓ ରୁପା ଜିଲ୍ଲା  କୋଷାଗାରରେ ରଖାଯାଇଛି । ଗଣତିରେ ବ୍ୟାଙ୍କ କର୍ମଚାରୀଙ୍କ ସମେତ ସ୍ୱେଚ୍ଛାସେବୀ  ସାମିଲ୍‌ ହୋଇଥିଲେ । ପୁଲିସ୍‌ ଓ ମନ୍ଦିର ସୁରକ୍ଷା କର୍ମୀ ସୁରକ୍ଷା ଦେଇଥିଲେ ।