ରାମଚଣ୍ଡୀ,୨୩/୦୧: ଆସନ୍ତା ଫେବ୍ରୁଆରୀ ୪ରେ ପବିତ୍ର ମାଘ ସପ୍ତମୀ ବୁଡ଼ । ଏଥିପାଇଁ ଚନ୍ଦ୍ରଭାଗାରେ ପ୍ରଶାସନ ପକ୍ଷରୁ ଜୋରଦାର୍‌ ପ୍ରସ୍ତୁତି ଚାଲିଛି । ଶୃଙ୍ଖଳିତ ବୁଡ଼  ଲାଗି ଜିଗ୍‌ଜାଗ୍‌ ବ୍ୟାରିକେଡ୍‌ ନିର୍ମାଣ କରାଯାଉଛି । ତୀର୍ଥ ପୁଷ୍କରିଣୀ ସମ୍ମୁଖରେ ଥିବା ୬ଟି  ପ୍ରବେଶ ପଥରେ ଏକାଥରକେ ୩ହଜାରରୁ ଅଧିକ ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ ।  ସେହିପରି ଡ୍ରେନେଜ୍‌ ବିଭାଗ ପକ୍ଷରୁ ତୀର୍ଥ ପୁଷ୍କରିଣୀ ଖନନ କରାଯାଇଛି। ସୁରକ୍ଷିତ  ବୁଡ଼ ଲାଗି ପାହାଚରେ ବାଲି ବିଛା ଯାଉଛି । ୧୦ଟି ପାଣି ପମ୍ପ ଯୋଗେ ଆବର୍ଜନା ପାଣି  ନିଷ୍କାସନ କରାଯାଉଛି । ଦଳ କଢ଼ା କାର୍ଯ୍ୟ ବି ଚାଲିଛି । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ  ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ପୁଲିସ୍‌ କହିଛି । 

ଏ ବର୍ଷ ଚନ୍ଦ୍ରଭାଗା ତୀର୍ଥରେ ରେକର୍ଡ  ସଂଖ୍ୟକ ଶ୍ରଦ୍ଧାଳୁ ବୁଡ଼ ପକାଇବେ ବୋଲି  ଅନୁମାନ କରାଯାଉଛି ।ମାଘ ସପ୍ତମୀରେ ତୀର୍ଥ ଜଳରେ ସ୍ନାନ ସାରି ସୂର୍ଯ୍ୟ  ଦର୍ଶନ ଓ ଦାନ କଲେ ସମସ୍ତ ପାପରୁ  ମୁକ୍ତି ମିଳିଥାଏ ବୋଲି ଶ୍ରଦ୍ଧାଳୁଙ୍କ ମନରେ  ବିଶ୍ୱାସ ରହିଛି ।