ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଥାନେର କେମିକାଲ ଫ୍ୟାକ୍ଟ୍ରିବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି , ଧମାକାରେ ଆଖପାଖର ବିଲ୍ଡିଂ କ୍ଷତିଗ୍ରସ୍ତ

ଥାନେ : ମହାରାଷ୍ଟ୍ରର ଥାନେରେ ଗୁରୁବାର ଏକ କେମିକାଲ ଫ୍ୟାକ୍ଟ୍ରିରେ ଧମାକାଦାର ବିସ୍ଫୋରଣ ହୋଇଛି। ଏହି ଭୟଙ୍କର ଦୁର୍ଘଟଣାରେ ୭ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସୂଚନା ମୁତାବିକ , ଦ୍ୱିପ୍ରହର ପାଖାପାଖି ୧.୪୦ଟା ସମୟରେ ଡୋମ୍ୱିବଲି ମହାରାଷ୍ଟ୍ର ଔଦ୍ୟୋଗିକ ବିକାଶ ନିଗମ ( ଏମଆଇଡିସି) ଏରିଆର ଫେଜ୍‌-୨ ସ୍ଥିତ ଅମୁଦାନ କେମିକାଲ୍ସରେ, ଏକ ବୟଲରରେ ବିସ୍ଫୋରଣ ହୋଇଥିଲା। 

ମହାରାଷ୍ଟ୍ରର କେମିକାଲ କମ୍ପାନୀରେ ବଡ଼ ଧରଣର ବିସ୍ଫୋରଣ : ୪ ମୃତ , ୩୦ ଆହତ

ଏହି ଧମାକା ଏତେ ଜୋରରେ ଥିଲା ଯେ , ଏହାର ପ୍ରଭାବ କେମିକଲ ଫ୍ୟାକ୍ଟ୍ରିର ଆଖାପାଖର ବିଲ୍ଡିଂରେ ପଡ଼ିଥିଲା। ମହାରାଷ୍ଟ୍ର ସରକାର ଦୁର୍ଘଟଣାରେ ଜୀବନ ହରାଇ ଥିବା ଲୋକଙ୍କ ପରିଜନଙ୍କୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତାର ଘୋଷଣା କରିଛନ୍ତି।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି କି, ବହୁତ ବଡ଼ ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ଏଥିରେ ୭ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଅନେକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଏହା ଏକ ଭୟଙ୍କର ବିସ୍ଫୋରଣ ଥିଲା, ଏଥିରେ ରେଡ୍‌ କ୍ୟାଟେଗୋରୀର ବିପଜ୍ଜନକ ୟୁନିଟ୍ସ ଅଛି। ଯାହାକୁ ବାହାରକୁ ଶିଫ୍ଟ କରାଯିବ। ସେପଟେ ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି ଯେ, ଏହି ଦୁର୍ଘଟଣାରେ ଦୋଷୀଙ୍କୁ ଛଡ଼ା ଯିବ ନାହିଁ। ଲୋକଙ୍କ ଜୀବନ ସହ ଖେଳ ଖେଳାଯାଇ ପାରିବ ନାହିଁ। ଏହି ଦୁର୍ଘଟଣାର ଯାଞ୍ଚ କରାଯିବ। ଏଥିରେ ଦାୟୀ ଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।
 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.