ମୋହନା ; ୩/୧ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ ସହ ୩୦ ଫୁଟ୍ ପୋଲ ତଳକୁ ଖସିଲେ ୨ ଯୁବକ l ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି l ଗଜପତି ଜିଲ୍ଲା ରା. ଉଦୟଗିରି ଥାନା ମହେନ୍ଦ୍ରଗଡ଼ ପୋଲରେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ମୃତକ ରଣ୍ଡିବା ପଞ୍ଚାୟତ ଖାରିଗୁମ୍ମା ଗାଁର କୁରେଶ ଦଳାଇ(୨୬) l ଆହତ ଜଣକ ହେଲେ ସେହି ଗାଁର ବଟକୃଷ୍ଣ ପୂଜାରୀ (୨୭) l

ଶନିବାର ରାତି ପ୍ରାୟ ୮ ଟାରେ 2 ଜଣ ଗୋଟିଏ ବାଇକରେ ମହେନ୍ଦ୍ରଗଡ଼ରୁ ନିଜ ଗାଁକୁ ଫେରୁଥିଲେ । ସେମାନେ ଯାଉଥିବାବେଳେ ମହେନ୍ଦ୍ରଗଡ଼ ପୋଲ ତଳକୁ ଖସି ପଡ଼ିଥିଲେ l ତେବେୁ ବଟକୃଷ୍ଣ କୌଣସି ମତେ ନଦୀ ଭିତରେ ପହଁରି ପହଁରି ଉପରକୁ ଆସି ଯାଇଥିଲେ l ହେଲେ କୁରେଶ ବାଇକ ସହ ପାଣି ଭିତରେ ରହି ଯାଇଥିଲେ l ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍ଥାନୀୟ ଲୋକେ ରା. ଉଦୟଗିରି ଅଗ୍ନିଶମ ବାହିନୀ ଓ ପୁଲିସକୁ ଖବର ଦେଇଥିଲେ । ପୁଲିସ ଉପସ୍ଥିତିରେ ବାଇକ ସହ ମୃତଦେହକୁ ଉଦ୍ଧାର କରାଯାଇଥିଲା । ଏହି ଖବର ପାଇବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି ।