ନୂଆଦିଲ୍ଲୀ,୨୮।୧୨: ଆମ୍ ଆଦମୀ ପାର୍ଟି ଦ୍ବାରା ମହିଳା ସମ୍ମାନ ଯୋଜନା ଅନୁସାରେ ୨୧୦୦ ଟଙ୍କ ଘୋଷଣା କରାଯାଇଛି।ଏହି ମାମଲାରେ ଏଲଜି ସଚିବାଳୟ ଡିଭିଜନାଲ କମିଶନରଙ୍କୁ ଯାଞ୍ଚ କରିବାକୁ କହିଛନ୍ତି। ସଚିବାଳୟ କହିଛନ୍ତି, କେଉଁ ଭଳି ବେସରକାରୀ ଲୋକ ବ୍ୟକ୍ତିଗତ ଡାଟା ଏକାଠି କରୁଛନ୍ତି। ଏଲଜି ସଚିବାଳୟ ପୋଲିସ କମିଶନରଙ୍କୁ କହିଛନ୍ତି ସେ ସେହି ଲୋକଙ୍କ ବିରୋଧରେ ଆଇନ ଅନୁସାରେ, କାର୍ଯ୍ୟାନୁଷ୍ଠାନ କରନ୍ତି, ଯେଉଁମାନେ ଲାଭ ଦେବାର ବାହାନାରେ ଗୋପନୀୟତା ଭଙ୍ଗ କରୁଛି।
ଦିଲ୍ଲୀ ଉପରାଜ୍ୟପାଳ ସଚିବାଳୟ ଦିଲ୍ଲୀର ମୁଖ୍ୟ ସଚିବ ଓ ପୋଲିସ କମିଶନରଙ୍କୁ ତିନୋଟି ଅଲଗା ଅଲଗା ନୋଟ୍ ପଠାଇଛନ୍ତି। ଏହି ନୋଟ୍ କଂଗ୍ରେସ ନେତା ଓ ନୂଆ ଦିଳ୍ଲୀ ବିଧାନସଭାରୁ ପ୍ରାର୍ଥୀଙ୍କ ଦ୍ବାରା ଦିଲ୍ଲୀ ଉପରାଜ୍ୟପାଳଙ୍କୁ ବିଶେଷ ଅଭିଯୋଗ ସହ ସାକ୍ଷାତ ପରେ ପଠାଯାଇଛି।
ନୋଟ୍ରେ କ’ଣ ଅଛି ?
୧- ଆପ୍ ଦ୍ବାରା ମହିଳା ମତଦାତାଙ୍କୁ ୨୧୦୦ ଟଙ୍କା ଦେବାର ଘୋଷରା
୨-ଦିଲ୍ଲୀରେ କଂଗ୍ରେସ ପ୍ରସ୍ତାବିତ ପ୍ରାର୍ଥୀଙ୍କ ବାସଭବନରେ ପଞ୍ଜାବର ଗୁଇନ୍ଦା ଅଧିକାରୀଙ୍କ ଉପସ୍ଥିତିର ଅଭିଯୋଗ ରହିଛି।
୩- ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବର ବିଭିନ୍ନ ଅଞ୍ଚଳରୁ ଦିଲ୍ଲୀରେ ନଗଦ ଟଙ୍କା ଟ୍ରାନ୍ସଫର କରିବାର ଅଭିଯୋଗ ରହିଛି।
ଆପ୍ ଦେଲା ଜବାବ୍: ଏଲଜି ସଚିବାଳୟର ନୋଟ୍ରେ ଆପ୍ର ବୟାନ ଆସିଛି। ଦଳ କହିଛି ବିଜେପି ଦିଲ୍ଲୀରେ ମହିଳା ସମ୍ମାନ ଯୋଜନା ରୋକିବାକୁ ଚାହୁଁଛି। ଏହି ନିର୍ଦେଶ ଏଲଜି ଅଫିସରୁ ନୁହେଁ, ଅମିତ ଶାହଙ୍କ ଅଫିସରୁ ଆସିଛି। ଆପ୍ର ଅଭିଯୋଗ ରହିଛି ଯେ, ବିଜେପି ମହିଳାଙ୍କ ସମ୍ମାନ କରୁନି। ବିଜେପି ଦିଲ୍ଲୀ ନିର୍ବାଚନରେ ପରାଜୟ ସ୍ବୀକାର କରିସାରିଛି। ପାର୍ଟିର କହିବା ଅନୁସାରେ, ଦିଲ୍ଲୀରେ ମହିଳା ସମ୍ମାନ ଯୋଜନାକୁ ମହିଳାଙ୍କ ପୁରା ସମର୍ଥନ ମିଳୁଛି। ଦିଲ୍ଲୀରେ ବର୍ତ୍ତମାନ କୌଣସି ସଞ୍ଜୀବନି କିମ୍ବା ମହିଳା ସମ୍ମାନ ସ୍କିମ୍ ଲାଗୁ ହୋଇନି। ଏହି କଥା ଦିଲ୍ଲୀ ସରକାରଙ୍କ ଦୁଇଟି ବିଭାଗ ନିଜେ ନୋଟିସ୍ ଜାରି କରି କହିଛି।