ନୀଳଗିରି, ୨୦/୭ : ବଜ୍ରାଘାତରେ ଗୋଟିଏ ପରିବାରର ୭ ସଦସ୍ୟ ଗୁରୁତର। ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ କେସିପୁର ପଞ୍ଚାୟତ ଲଟାପଡା ଗ୍ରାମରେ ଏଭଳି ଘଟଣା ଘଟିଛି। ରବିବାର ମଧ୍ୟରାତ୍ରୀରେ ବଜ୍ରାଘାତ ହେବା ଯୋଗୁଁ ଗୋଟିଏ ପରିବାରର ୭ ଗୁରୁତର ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଗୁରୁତରଙ୍କ ଭିତରେ ତିନିଜଣ ଶିଶୁ ପୁତ୍ର ଓ କନ୍ୟା ଅଛନ୍ତି। ଏପରିକି ତିନୋଟି ଛେଳି ମରି ଯାଇଥିବା ଜଣାପଡିଛି। ସମସ୍ତଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତିନି ଜଣଙ୍କୁ ବାଲେଶ୍ଵର ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଛି।
ସୂଚନାନୁଯାୟୀ, ଗତକାଲି ମଧ୍ୟରାତିରେ ରଘୁ ସିଂଙ୍କ ପରିବାର ଲୋକେ ଖାଇପିଇ ଶୋଇଥିବା ବେଳେ ବଜ୍ରାଘାତ ହୋଇଥିଲା। ଫଳରେ ରଘୁ ସିଂ, ସ୍ତ୍ରୀ ଲିବୁ ସିଂ, ଝିଆରୀ ଗୁରୁବାରୀ ସିଂ, ଭଉଣୀ ମେଞ୍ଜ ସିଂ ଭାଣିଜୀ ରଞ୍ଜିତା, ଭଣଜା ସୁମନ, ଝିଆରୀ ଭୂମିକା ଗୁରୁତର ହୋଇଛନ୍ତି। ସେହିପରି ପୁଅ ବୁଦ୍ଧିଆ ସିଂ ମଧ୍ୟ ଆହତ ମଧ୍ୟ ହୋଇଛନ୍ତି। ସମସ୍ତଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତିନି ଜଣଙ୍କୁ ବାଲେଶ୍ଵର ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଛି। ତେବେ ବଜ୍ରାଘାତରେ ତିନୋଟି ଛେଳି ମରି ଯାଇଛନ୍ତି। ରଘୁ ସିଂଙ୍କ ପରିବାର ଲୋକେ ଆଂଶିକ ପୋଡି ଯାଇଥିବା ବେଳେ କିଛି ଲୋକଙ୍କର କାନକୁ ଶୁଭୁ ନଥିବା ଜଣାପଡିଛି।
ଆହୁରି ପଢନ୍ତୁ- Minor rape : ରାକ୍ଷସ ପାଲଟିଗଲେ ଦାଦା-ବଡ଼ବାପା, ୧୦ ବର୍ଷର ଝିଆରୀକୁ ଦୁଷ୍କର୍ମ ! ଏମିତି ପାପୀଙ୍କୁ କ୍ଷମା ନାହିଁ...
ଡେରାଡୁନ: ସନ୍ତାଳଦେବୀ ମନ୍ଦିର ନିକଟରେ ଫଶିଥିବା ୭ ଜଣ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କଲା SDRF