ବ୍ରହ୍ମପୁର, ୨୦/୭ : ଘରେ ବି ଝିଅ ସୁରକ୍ଷିତ ନୁହେଁ। ବାପା ସମାନ ଦାଦା ଓ ବଡ଼ ବାପା ରାକ୍ଷସ ପାଲଟିଗଲେ । ୧୦ ବର୍ଷର ଝିଆରୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ବ୍ରହ୍ମପୁର ଗୋସାଇଁ ନୂଆଗାଁ ଥାନା ଅଞ୍ଚଳରେ ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ବେଶ୍‌ ଚର୍ଚ୍ଚା । ପୁଲିସ ପୀଡ଼ିତାଙ୍କ ଦାଦା ଓ ବଡ଼ବାପାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ସେମାନଙ୍କ ଜାମିନ୍‌ ନାମଞ୍ଜୁର ହେବାରୁ ବ୍ରହ୍ମପୁର ସର୍କଲ୍‌ ଜେଲ୍‌କୁ ପଠାଇ ଦିଆଯାଇଛି । ପୀଡ଼ିତା ଏବଂ ଦୁଇ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇ ନମୁନା ସଂଗ୍ରହ କରାଯାଇଥିବା କହିଛନ୍ତି ଗୋସାଇଁ ନୂଆଗାଁ ଥାନା ଆଇଆଇସି ପ୍ରତାପ ଚନ୍ଦ୍ର ଦାଶ ।

ଆଇଆଇସିଙ୍କ ସୂଚନା ପ୍ରକାରେ, ନାବାଳିକା ଜଣକ ୫ମ ଶ୍ରେଣୀରେ ପଢୁଛନ୍ତି । ତାଙ୍କ ପରିବାର ୭ରୁ ୮ ବର୍ଷ ହେଲା ଅନ୍ଧପସରା ରୋଡ୍‌ରେ ରହୁଛନ୍ତି । ତାଙ୍କ ୪୪ ବର୍ଷୀୟ ବଡ଼ବାପା (ବାପାଙ୍କ ବଡ଼ ଭାଇ) ତାଙ୍କୁ ଦୁଷ୍କର୍ମ କରୁଥିଲେ । ଯେତେବେଳେ ଘରେ କେହି ରହୁନଥିଲେ ସେହି ସମୟରେ ଆସି ତାଙ୍କୁ ଯୌନ ଶୋଷଣ କରୁଥିଲେ । ତାଙ୍କ ଦାଦା (ବାପାଙ୍କ ସାନ ଭାଇ) ମଧ୍ୟ ତାଙ୍କୁ ଯୌନ ଶୋଷଣ କରି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ । ଏ ସମ୍ପର୍କରେ ପୀଡ଼ିତା ଗତକାଲି ଗୋସାଇଁ ନୂଆଗାଁ ଥାନାରେ ଜଣାଇଥିଲେ । ପୁଲିସ ଏନେଇ ଏକ ବଳାତ୍କାର ମାମଲା ରୁଜୁ କରିଥିଲା । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଡାକ୍ତରୀମାଇନା ପାଇଁ ବ୍ରହ୍ମପୁର ଏମ୍‌କେସିଜି ପଠାଯାଇଥିଲା ।

ଆହୁରି ପଢନ୍ତୁ- Truck accident : ଟ୍ରକ୍‌କୁ ଧକ୍କା ଦେଲା ଚିଙ୍ଗୁଡ଼ି ବୋଝେଇ ଟ୍ରକ୍, ୨ ମୃତ ୨ ଗୁରୁତର

ରାସ୍ତାକଡ଼ରୁ ଶସ୍ତା ଚଷମା କିଣି ପିନ୍ଧୁଥିଲେ ହୋଇଯାଆନ୍ତୁ ସାବଧାନ !​​​​​​​