ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

Budget 2025: ବଜେଟ ଘୋଷଣା ପରେ ସୋଶିଆଲ ମିଡିଆରେ ଟ୍ରେଣ୍ଡ କରୁଛି ମଖାନା ମିମସ୍, ଜାଣନ୍ତୁ ଏହା ପଛର କାରଣ କ’ଣ…

Published By : Bijay Swain | February 1, 2025 8:45 PM

Image courtesy: indiatoday

ନୂଆଦିଲ୍ଲୀ: ଶନିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କେନ୍ଦ୍ରୀୟ ବଜେଟ୍ ୨୦୨୫-୨୬ ଉପସ୍ଥାପନ କରିଛନ୍ତି। ବଜେଟ ଉପସ୍ଥାପନ ଭାଷଣରେ ଅର୍ଥମନ୍ତ୍ରୀ ବିହାର ପାଇଁ ବିଭିନ୍ନ ଯୋଜନାମାନ ଘୋଷଣା କରିଛନ୍ତି। ଆଉ ଏହାକୁ ନେଇ ବିଭିନ୍ନ ସୋସିଆଲ ମିଡିଆରେ ସୁପରଫୁଡ୍ ମଖାନା(Makhana)କୁ ନେଇ ବିଭିନ୍ନ ମିମସ୍ ଟ୍ରେଣ୍ଡ କରୁଛି।

ସୂଚନା ମୁତାବକ, ଚଳିତବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଣୁ ବିହାରର ଲୋକ ମାନଙ୍କୁ ଖୁସି କରିବାକୁ ଚଳିତ ବର୍ଷର ବଜେଟ୍ ରେ ବିହାର ପ୍ରମୁଖ ସ୍ଥାନ ଗ୍ରହଣ କରିଛି। ୨୦୨୫-୨୬ ଆର୍ଥିକ ବର୍ଷରେ ବିହାରକୁ ଏକ ଉତ୍ସର୍ଗୀକୃତ ମାଖାନା ବୋର୍ଡ ଓ ଏକ ଜାତୀୟ ଖାଦ୍ୟ ପ୍ରଯୁକ୍ତିବିଦ୍ୟା, ଉଦ୍ୟୋଗୀତା ଏବଂ ପରିଚାଳନା ପ୍ରତିଷ୍ଠାନ ପ୍ରଦାନ କରାଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣଙ୍କ ଏହି ଘୋଷଣା ସାମ୍ନାକୁ ଆସିବା ପରେ ବିଭିନ୍ନ ସୋସିଆଲ ମିଡିଆ ବ୍ୟବହାରକାରୀମାନଙ୍କୁ ସେମାନଙ୍କର ସୃଜନଶୀଳତା ପ୍ରକାଶ କରିବାକୁ ଏକ ମୌକା ପ୍ରଦାନ କରିଛି। ଯାହାକୁ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମର ୟୁଜର୍ସ ମାନଙ୍କ ମଧ୍ୟରେ ମାଖନାକୁ ନେଇ ବୟାନବାଜି ଆରମ୍ଭ ହୋଇଯାଇଛି।

ନିଜର ପୁଷ୍ଟିକର ଗୁଣ ପାଇଁ ଜଣାଶୁଣା ମଖାନା ଶନିବାର ଟ୍ରେଣ୍ଡିଂ ମିମ୍ ଟେମ୍ପଲେଟ୍‌ର କେନ୍ଦ୍ରବିନ୍ଦୁ ହୋଇପାରିଛି। ବିହାର ବିଶ୍ୱର ଉତ୍ପାଦିତ ସମସ୍ତ ମଖାନାର ୯୦ ପ୍ରତିଶତ ଏକୁଟିଆ ଉତ୍ପାଦନ କରିଥାଏ। ଏଣୁ ବିଭିନ୍ନ ସୋଶିଆଲ ମିଡିଆରେ ଲୋକ ସିଧାସଳଖ ବିହାରକୁ ଟାର୍ଗେଟ ନକରି ମଖାନା ନାମରେ ବିହାରକୁ ଟ୍ରୋଲ କରୁଛନ୍ତି। 

ଏହାଛଡା ଚଳିତ ବଜେଟ୍ ରେ ବିହାରର ପାଟନା ବିମାନବନ୍ଦରର ସମ୍ପ୍ରସାରଣ ସହ ଚାରୋଟି ନୂତନ ଗ୍ରୀନଫିଲ୍ଡ ବିମାନବନ୍ଦରର ନିର୍ମାଣ ଏବଂ ବିହତାଠାରେ ଏକ ବ୍ରାଉନଫିଲ୍ଡ ବିମାନବନ୍ଦର ଭିତ୍ତିଭୂମି ବିକାଶର ପ୍ରତିଶ୍ରୁତି ଦିଆଯାଇଛି। ଏହା ସହ ବଜେଟ ଉପସ୍ଥାପନ ବେଳେ ନିର୍ମଳା ସୀତାରମଣ ବିହାରର ପ୍ରସିଦ୍ଧ ମଧୁବନୀ ଆର୍ଟ ପ୍ରିଣ୍ଟର ଏକ ଶାଢ଼ି ପିନ୍ଧି ସଂସଦ ଭବନରେ ପହଞ୍ଚିଥିଲେ।

ବିହାରରେ ଚଳିତ ବର୍ଷ ନଭେମ୍ବରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ପରିପ୍ରେକ୍ଷିରେ ବିହାରର ଭୋଟରମାନଙ୍କୁ ଖୁସି କରିବାକୁ ଏହି ନିଷ୍ପତି ନିଆଯାଇଛି ବୋଲି ସାମାଜିକ ଗଣମାଧ୍ୟମରେ ଭିନ୍ନଭିନ୍ନ ମିମସ୍ ସେୟାର କରି ଟ୍ରୋଲ କରାଯାଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.