PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସାମ-ଅରୁଣାଚଳ ସୀମାରେ ଫାୟାରିଂ , ୨ ମୃତ ଓ ୩ ନିଖୋଜ
  • ||
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ପ୍ରଦୂଷଣ ଯୋଗୁ ବଢ଼ୁଛି ପୁରୁଷ ପ୍ରଜନନ ସମସ୍ୟା, ଶୂକ୍ରାଣୁ ଗୁଣବତ୍ତାରେ ଘଟୁଛି ପତନ: ଗବେଷଣାରୁ ଖୁଲାସା

ନୂଆଦିଲ୍ଲୀ ୩୦/୦୩: ସମସ୍ତ ପ୍ରକାର ବନ୍ଧ୍ୟାତ୍ୱ ମାମଲାର ହାରାହାରି ଅଧା ଯୋଗଦାନ ପୁରୁଷ ବନ୍ଧ୍ୟାତ୍ୱର ରହିଛି । ଏହା ୭ ପ୍ରତିଶତ ପୁରୁଷଙ୍କୁ ପ୍ରଭାବିତ କରେ । ତେବେ ମହିଳା ବନ୍ଧ୍ୟାତ୍ୱ ତୁଳନାରେ ଏ ବିଷୟରେ କମ୍‌ ଆଲୋଚନା କରାଯାଏ । ସାମାଜିକ ଓ ସାଂସ୍କୃତିକ ପ୍ରତିବନ୍ଧକ କେତେକାଂଶରେ ଏହାର କାରଣ ହୋଇଛି । ପ୍ରଜନନ ସମସ୍ୟାଯୁକ୍ତ ପୁରୁଷଙ୍କ ପାଇଁ ଏହି କାରକ ଅନାଲୋଚିତ ହୋଇ ରହିଛି । ସାମାଜିକ ପ୍ରତିବନ୍ଧକ ଯୋଗୁ ଅନେକ ପୁରୁଷ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଏହି ସମସ୍ୟା ବଢୁଥିବା ସଦ୍ୟ ଗବେଷଣାରୁ ଜଣାପଡ଼ିଛି । ପୁରୁଷ ପ୍ରଜନନ ସମସ୍ୟାର ଅନ୍ୟତମ ପ୍ରମୁଖ କାରଣ ପ୍ରଦୂଷଣ ବୋଲି ଏହା ସ୍ପଷ୍ଟ କରିଛି । ଏହି ପରିବେଶଗତ କାରକ ପୁରୁଷ ପ୍ରଜନନ କ୍ଷମତାକୁ ପ୍ରଭାବିତ କରୁଛି, ଖାସ୍‌କରି ଶୂକ୍ରାଣୁ ଗୁଣବତ୍ତା ଉପରେ ପ୍ରଭାବ ପକାଉଛି । ଏହାର ବ୍ୟାପକ ପ୍ରଭାବ ସମାଜ ଉପରେ ପଡୁଛି ।

ଗତ ଶତାବ୍ଦୀରୁ ବିଶ୍ୱ ଲୋକସଂଖ୍ୟା ନାଟକୀୟ ଭାବେ ବଢ଼ିଛି । ୭୦ ବର୍ଷ ପୂର୍ବେ, ପୃଥିବୀରେ ମାତ୍ର ୨୫୦ କୋଟି ଲୋକ ଥିଲେ । ୨୦୨୨ ମସିହାରେ, ବିଶ୍ୱ ଜନସଂଖ୍ୟା ୮୦୦ କୋଟିରେ ପହଞ୍ଚିଛି । ତେବେ ମୁଖ୍ୟତଃ ସାମାଜିକ ଓ ଆର୍ଥିକ କାରଣଗୁଡ଼ିକ ଯୋଗୁ ଲୋକସଂଖ୍ୟା ବୃଦ୍ଧି ହାର କମିଛି ।

ବିଶ୍ୱ ଜନ୍ମ ହାରରେ ରେକର୍ଡ ହ୍ରାସ ହେଉଛି । ବିଶ୍ୱ ଜନସଂଖ୍ୟାର ୫୦ ପ୍ରତିଶତରୁ ଅଧିକ ଲୋକ ପ୍ରତ୍ୟେକ ମହିଳାଙ୍କ ପିଛା ୨ରୁ କମ୍‌ ସନ୍ତାନ ପ୍ରଜନନ ହାର ଥିବା ଦେଶରେ ରହୁଛନ୍ତି । ଏହା ଫଳରେ ପ୍ରବାସ ବିନା ଲୋକସଂଖ୍ୟା ଧୀରେ ଧୀରେ କମିଯିବ । ଜନ୍ମ ହାର ପତନର କାରଣ ମଧ୍ୟରେ ସକାରାତ୍ମକ ବିକାଶ ଯଥା- ମହିଳା ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳ ହେବା ଏବଂ ନିଜ ପ୍ରଜନନ ସ୍ୱାସ୍ଥ୍ୟ ଉପରେ ନିୟନ୍ତ୍ରଣ ରଖିବା ଆଦି ସାମିଲ ।

ଅନ୍ୟପକ୍ଷେ, ନିମ୍ନ ପ୍ରଜନନ ହାରଯୁକ୍ତ ଦେଶମାନଙ୍କରେ ଅନେକ ଦମ୍ପତି ଅଧିକ ସନ୍ତାନ ଜନ୍ମ କରିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ପାରିବାରିକ ସମର୍ଥନର ଅଭାବ ଭଳି ସାମାଜିକ ଓ ଆର୍ଥିକ କାରଣ ଯୋଗୁ ସେମାନେ ଇଚ୍ଛା ପୂରଣ କରିପାରୁ ନାହାନ୍ତି ବୋଲି ଅଧ୍ୟୟନ ଦର୍ଶାଇଛି । ସନ୍ତାନ ଜନ୍ମ କରିବାରେ ବ୍ୟକ୍ତିଙ୍କ ଶାରୀରିକ କ୍ଷମତା ଭଳି ବିଭିନ୍ନ ପ୍ରକାର ପ୍ରଜନନ କ୍ଷମତାରେ ମଧ୍ୟ ପତନ ହେଉଛି । ଧ୍ୟୟନ ମୁଖ୍ୟତଃ ଦର୍ଶାଇଛି ଯେ ମୋଟାମୋଟି ପୁରୁଷଙ୍କଠାରେ ପ୍ରଜନନ ସମସ୍ୟା ବୃଦ୍ଧିପାଉଛି । ଶୂକ୍ରାଣୁ ଗୁଣବତ୍ତାରେ ପତନ, ଟେଷ୍ଟୋଷ୍ଟେରୋନ୍‌ ସ୍ତର ହ୍ରାସ ଏବଂ ଧ୍ୱଂଜଭଙ୍ଗ ହାର ବୃଦ୍ଧି ଓ ଟେଷ୍ଟିକୁଲାର କର୍କଟ ଭଳି କାରକ ଯୋଗୁ ପୁରୁଷଙ୍କ ପ୍ରଜନନ ସମସ୍ୟା ବଢୁଛି ।

ଶୂକ୍ରାଣୁ ହେଉଛି ଏକ ସୂକ୍ଷ୍ମ କୋଷିକା । ସେଗୁଡ଼ିକ ପହଁରି ପାରନ୍ତି, ଶରୀର ବାହାରେ ବଞ୍ଚିପାରନ୍ତି । ଅନ୍ୟ କୌଣସି କୋଷିକା ତାହା କରିପାରନ୍ତି ନାହିଁ । ଶୂକ୍ରାଣୁ କୋଷିକାଗୁଡ଼ିକ ଅସାଧାରଣ ଭାବେ ସ୍ୱତନ୍ତ୍ର ବୋଲି ୟୁନିଭର୍ସିଟି ଅଫ୍‌ ଡୁନ୍‌ଡିର କ୍ଲିନିକାଲ୍‌ ରିଡର୍‌ ସାରା ମାର୍ଟିନ୍ସ ଡା ସିଲ୍‌ଭା କହିଛନ୍ତି । ଛୋଟ ପରିବର୍ତ୍ତନ ମଧ୍ୟ ଏହି କୋଷିକାଗୁଡ଼ିକ ଉପରେ ଏବଂ ଡିମ୍ବାଣୁକୁ ଉର୍ବର କରିବାର ସେମାନଙ୍କ କ୍ଷମତା ଉପରେ ଶକ୍ତିଶାଳୀ ପ୍ରଭାବ ପକାଇ ପାରନ୍ତି । ପ୍ରଜନନ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକ ହେଉଛି ଶୂକ୍ରାଣୁ କୋଷିକାଗୁଡ଼ିକ ଦୃଢ଼ ଭାବେ ଗତି କରିବା, ସେଗୁଡ଼ିକର ଆକାର ଓ ଆକୃତି ଏବଂ ସେଗୁଡ଼ିକର ସଂଖ୍ୟା (ସ୍ପର୍ମ କାଉଣ୍ଟ୍‌) । ଜଣେ ବ୍ୟକ୍ତି ନିଜ ପ୍ରଜନନ କ୍ଷମତା ଯାଞ୍ଚ୍‌ କରିବାକୁ ଗଲେ, ଏହିସବୁ ଦିଗର ପରୀକ୍ଷା କରାଯାଏ ।

ଯଦି ଆପଣଙ୍କର ପ୍ରତି ମିଲିଲିଟର ସିମେନ୍‌ରେ ୪୦ ନିୟୁତରୁ କମ୍‌ ଶୂକ୍ରାଣୁ ଥାନ୍ତି, ତେବେ ଆପଣ ପ୍ରଜନନ ସମସ୍ୟାର ସମ୍ମୁଖୀନ ବୋଲି ଜେରୁସେଲମ୍‌ର ହିବ୍ରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ହାଗାଇ ଲେଭାଇନ୍‌ କହିଛନ୍ତି । ୨୦୨୨ ମସିହାରେ, ଲେଭାଇନ୍‌ ଓ ତାଙ୍କ ସାଥୀ ଗବେଷକମାନେ ଗ୍ଲୋବାଲ୍‌ ଟ୍ରେଣ୍ଡ୍‌ସ ଇନ୍‌ ସ୍ପର୍ମ କାଉଣ୍ଟ୍‌ର ସମୀକ୍ଷା ପ୍ରକାଶ କରିଥିଲେ । ୧୯୭୩ରୁ ୨୦୧୮ ମସିହା ମଧ୍ୟରେ ଶୂକ୍ରାଣୁ ସଂଖ୍ୟା ବର୍ଷ ପିଛା ହାରାହାରି ୧.୨ ପ୍ରତିଶତ ହ୍ରାସ ପ।।ଇଥିଲା । ୨୦୦୦ ମସିହାରୁ ଏହା ୧୦୪ରୁ ୪୯ ନିୟୁତ ମିଲିଲିଟରକୁ ହ୍ରାସ ପାଇଥିଲା । ଏହି ପତନ ହାର ବର୍ଷକୁ ୨.୬ ପ୍ରତିଶତରୁ ଅଧିକ ବଢ଼ିଥିଲା ।

ଲେଭାଇନ୍‌ଙ୍କ ତର୍କ ଯେ ଏହି ବୃଦ୍ଧି ଏପିଜେନେଟିକ୍‌ ଚେଞ୍ଜ୍‌ ଅର୍ଥାତ୍‌, ପରିବେଶଗତ କିମ୍ବା ଜୀବନଶୈଳୀ କାରକ ଯୋଗୁ ଜିନ୍‌ର ବିପରୀତ କାର୍ଯ୍ୟରୁ ହୋଇପାରେ । ଅନ୍ୟ ଅଧ୍ୟୟନ ମଧ୍ୟ ଦର୍ଶାଇଛି ଯେ ଶୂକ୍ରାଣୁରେ ପରିବର୍ତ୍ତନ ଓ ପୁରୁଷ ବନ୍ଧ୍ୟାତ୍ୱରେ ଏପିଜେନେଟିକ୍ସର ଭୂମିକା ଥାଇପାରେ । ଲିଭାଇନ୍‌ କହିଛନ୍ତି, ଶୂକ୍ରାଣୁ ସଂଖ୍ୟା ହ୍ରାସ ପୁରୁଷଙ୍କ ଖରାପ ସ୍ୱାସ୍ଥ୍ୟର ପରିଚୟ । ସମଗ୍ର ମାନବତାର ନିକୃଷ୍ଟ ସ୍ୱାସ୍ଥ୍ୟକୁ ମଧ୍ୟ ଏହା ବୁଝାଇପାରେ । ଆମେ ଜନସ୍ୱାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେଉଛୁ ବୋଲି ସେ କହିଛନ୍ତି ।

ଗବେଷଣା ସ୍ପଷ୍ଟ କରିଛି ଯେ ପୁରୁଷ ବନ୍ଧ୍ୟାତ୍ୱ ଭବିଷ୍ୟତ ସ୍ୱାସ୍ଥ୍ୟ ସମସ୍ୟାର ପୂର୍ବାନୁମାନ । କିନ୍ତୁ ଏହାର ପ୍ରକୃତ ସୂତ୍ର ଏବେ ବି ଅବୁଝା । ଉଭୟ ବନ୍ଧ୍ୟାତ୍ୱ ଓ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟାରେ କିଛି ନିର୍ଦ୍ଦିଷ୍ଟ ଜୀବନଶୈଳୀ କାରକଗୁଡ଼ିକର ଯୋଗଦାନ ଥାଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ କେବଳ ଜୀବନଶୈଳୀ ପରିବର୍ତ୍ତନ ଶୂକ୍ରାଣୁ ଗୁଣବତ୍ତାରେ ପତନକୁ ରୋକିବା ପାଇଁ ପର୍ଯ୍ୟାପ୍ତ ନୁହେଁ । ବିସ୍ତୃତ ପ୍ରମାଣରୁ ସ୍ପଷ୍ଟ ହୋଇଛି ଯେ ବିଷାକ୍ତ ପ୍ରଦୂଷକଯୁକ୍ତ ପରିବେଶ ଏ ମାମଲାରେ ବଡ଼ ବିପଦ ହୋଇଛି ।

ଜଳବାୟୁ ପରିବର୍ତ୍ତନର ମଧ୍ୟ ପୁରୁଷ ପ୍ରଜନନ ଉପରେ ନକାରାତ୍ମକ ପ୍ରଭାବ ରହିଛି । ଅନେକ ଜନ୍ତୁଙ୍କ ଅଧ୍ୟୟନରୁ ଜଣାପଡ଼ିଛି, ତାପମାତ୍ରା ବୃଦ୍ଧି ପ୍ରଭାବରେ ଶୂକ୍ରାଣୁ ଉପରେ ହାନିକାରକ ପ୍ରଭାବ ପଡୁଛି । ଉତ୍ତାପ କୀଟପତଙ୍ଗଙ୍କ ଶୂକ୍ରାଣୁକୁ ନଷ୍ଟ କରିଥିବା ଗବେଷଣାରେ ଦେଖାଯାଇଛି । ସମାନ ପ୍ରଭାବ ମଣିଷଙ୍କଠାରେ ଲକ୍ଷ୍ୟ କରାଯାଇଛି । ୨୦୨୨ ମସିହାର ଏକ ଅଧ୍ୟୟନରୁ ଜଣାପଡ଼ିଛି, ବିଶ୍ୱ ତାପନ ଜନିତ ତାପମାତ୍ରା ବୃଦ୍ଧି କିମ୍ବା ଉତ୍ତପ୍ତ ପରିବେଶରେ କାମ କରିବା ଦ୍ୱାରା ଶୂକ୍ରାଣୁ ଗୁଣବତ୍ତା ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ ।

ଏ ସବୁ ପରିବେଶଗତ କାରଣ ସହିତ ବ୍ୟକ୍ତିଗତ ସମସ୍ୟା ମଧ୍ୟ ପୁରୁଷ ପ୍ରଜନନ କ୍ଷମତାକୁ କ୍ଷତି ପହଞ୍ଚାଏ । ନିକୃଷ୍ଟମାନର ଖାଦ୍ୟ, ଖରାପ ଜୀବନଶେଳୀ, ଚାପ ଏବଂ ମଦ୍ୟପାନ ଓ ଔଷଧ ସେବନ ଏହାର କାରଣ ହୋଇପାରେ ।