ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ଦିଦିଙ୍କ ରାଗ । ନିଜ ଦଳର କର୍ମୀଙ୍କୁ ସର୍ବସମ୍ମୁଖରେ ଚାପୁଡ଼ା ମାରିଲେ ଟିଏମସି ସୁପ୍ରିମୋ । ପଶ୍ଚିମବଙ୍ଗର ବାରୁଇପୁର ଘଟଣାରେ ବିକ୍ଷୋଭ ପ୍ରଦର୍ଶନବେଳେ ଏଭଳି ଏକ ଘଟଣାର ସାମ୍ନାକୁ ଆସିଛି । ଦିଦି ରାଗି ଯାଇଥିବା ମଧ୍ୟ ନଜର ଆସିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ୟୁଜର୍ସମାନେ ବିଭିନ୍ନ କମେଣ୍ଟ ମଧ୍ୟ କରୁଥିବା ଦେଖିବାକୁ ମିଳିଛି ।
ମମତା ମାଇକ୍ରୋଫୋନ ଧରି ସାରାରଣ ଶୈଳୀରେ ଜନତାଙ୍କୁ ସମ୍ବୋଧିତ କରୁଥିଲେ । ଏହି ସମୟରେ ତାଙ୍କ କାଳିଘାଟ ଘର ବାହାରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଏବଂ ପରିସ୍ତିତିକୁ ନିୟନ୍ତ୍ରଣ କରିବାକୁ ଦିଦି ଓହ୍ଲାଇଥିଲେ । ଆଉ ସେ ଏତେ ରାଗରେ ଥିଲେ କି, ଜଣେ ବ୍ୟକ୍ତିଙ୍କୁ ସର୍ବସମ୍ମୁଖରେ ଚାପୁଡ଼ା ମାରିଥିଲେ । ତେବେ ସେ ବ୍ୟକ୍ତି ତାଙ୍କ ଦଳର ଜଣେ କର୍ମୀ । ତେବେ ଭିଡିଓ ଭାଇରାଲ ହେଉଥିବାବେଳେ ଏହାକୁ ନେଇ ବିଜେପି ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି । କୁହାଯାଇଛି କି, ଏଥିରୁ ଜଣାପଡ଼ୁଛି କି, ମମତାଙ୍କ ମାନସିକ ସ୍ଥିତି ଠିକ୍ ନାହିଁ ।
ସେପଟେ ମମତା କହିଛନ୍ତି କି, ମୁଁ ସୂଚନା ପାଇଲି କି ଆମର ଆଇଟି ସେଲ୍ ଅଧ୍ୟକ୍ଷଙ୍କୁ ଘେରି ଆକ୍ରମଣ କରାଯାଉଛି । ତେଣୁ ମୁଁ ତାଙ୍କୁ ଉଦ୍ଧାର କରିବା ପାଇଁ ଯାଇଥିଲି । ରାଲି କରିବା ଆମର ଦାୟିତ୍ବ । ଏହାକୁ କେହି ରୋକିପାରିବେ ନାହିଁ । ମୁଁ ଏଥିପାଇଁ ସରକାର କିମ୍ବାର ବିଜେପିକୁ କୌଣସି ଦୋଷ ଦେଉନାହିଁ । ମୁଁ ସମସ୍ତ ଦୋଷ ପ୍ରଶାସନକୁ ଦେଉଛି । ପୁଲିସ ନିଜର କାମ ଠିକସେ କରୁନାହିଁ । ସେମାନଙ୍କ ପାଇଁ ଆମ ଉପରେ ଆକ୍ରମଣ କରାଗଲା ।
ସେପଟେ ମମତା କହିଛନ୍ତି କି, ରାଜ୍ୟର ପରିସ୍ଥିତି ଆଗକୁ ଆହୁରି ଖରାପ ହେବ । କେହି ମଧ୍ୟ କଳ୍ପନା କରିପାରୁନାହାନ୍ତି କି, ଏଠାରେ କଣ ଘଟୁଛି । ସମସ୍ତଙ୍କ ଉପରେ ଆକ୍ରମଣ ହେଉଛି । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଖୁଲମଖୁଲା ଉଲଙ୍ଘନ କରାଯାଉଛି । ମହିଳା ଏବଂ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଉଛି । ଅନେକଙ୍କୁ ହତ୍ୟା ମଧ୍ୟ କରାଯାଉଛି । ହେଲେ ଯେଉଁମାନେ ଏହା ବିରୁଦ୍ଧରେ ପ୍ରତିବାଦ କରୁଛନ୍ତି ସେମାନଙ୍କୁ ଗିରଫ କରାଯାଉଛି । ଶାନ୍ତିପୂର୍ଣ୍ଣ ଭାବେ ସମସ୍ତ ସମସ୍ୟାରେ ସମାଧାନ କରାଯାଉ ବୋଲି ନିବେଦନ କରିଛନ୍ତି ମମତା ବାନାର୍ଜୀ ।
ଏହାସହ ପଢ଼ନ୍ତୁ : ଥିଲା କି ପରକୀୟା ପ୍ରୀତି ? ପତ୍ନୀଙ୍କ ସନ୍ଦେହଜକ ମୃତ୍ୟୁ ଘଟଣାରେ BDO ଗିରଫ