ନୂଆଦିଲ୍ଲୀ: ସ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ବାପଘର ଲୋକେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ମହିଳାଙ୍କ ମୃତ୍ୟୁର ୪ଦିନ ପରେ ଗିରଫ ହେଲେ ସ୍ବାମୀ । ଗିରଫ ଅଭିଯୁକ୍ତ ଜଣକ ହେଲେ ଜଣେ ବିଡିଓ । ବିହାରର ମୁଜାଫରପୁରରେ ମହିଳାଙ୍କ ସନ୍ଦେଜଜନକ ମୃତ୍ୟୁର ୪ଦିନ ପରେ ଗିରଫ ହୋଇଛନ୍ତି ସ୍ବାମୀ । ଦରଭଙ୍ଗା ଜିଲ୍ଲାର ଜାଲେ ବ୍ଲକର ବିଡିଓ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟଣାରେ ଗିରଫ ହୋଇଥିବାବେଳେ ପୁଲିସ ଅଧିକ ପଚରା ଉଚରା କରୁଛି । ପରକୀୟ ପ୍ରୀତି ଥିବା ନେଇ ସନ୍ଦେହ କରାଯାଉଛି ।

ମୃତ ମହିଳାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି କି, ଜ୍ବାଇଁ ସବୁବେଳେ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ । ସେ ହିଁ ଆମ ଝିଅକୁ ହତ୍ୟା କରିଥିବେ ବୋଲି ଅଭିଯୋଗ କରିଛନ୍ତି । ଜ୍ବାଇଁ ମନୋଜ କୁମାର ଝିଅ ଅମୃତାଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ ବାବଦକୁ ଆଣିବାକୁ ନେଇ ସବୁବେଳେ ମାଡ଼ ମାରୁଥିଲେ । ମାନସିକ ଏବଂ ଶାରିରୀକ ଭାବେ ନିର୍ଯାତନା ଦେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି । ତେବେ ସ୍ତ୍ରୀଙ୍କ ମୃତ୍ୟୁ ପରେ ମନୋଜଙ୍କ ମୋବାଇଲ ବନ୍ଦ ରହିଥିବାବେଳେ ସନ୍ଦେହ ହୋଇଥିଲା । ଏବଂ ତାଙ୍କୁ ପୁଲିସ ଗିରଫ କରିଥିବାବେଳେ ଘଟଣା ସମ୍ପର୍କରେ ଅଧିକ ପଚରାଉଚରା କରୁଛି ।

ସେପଟେ ପୁଲିସ ପକ୍ଷରୁ କୁହାଯାଇଛି କି, ଆମେ ସମସ୍ତ ଦିଗକୁ ଲକ୍ଷ୍ୟ କରି ତଦନ୍ତ କରୁଛୁ । ଏହି ଘଟଣାରେ କୌଣସି ଯୌତୁକ ନିର୍ଯାତନା ନା ପରକୀୟା ପ୍ରୀତି ରହିଛି ଏହା ତଦନ୍ତ ପରିସର । ମୋବାଇଲ ଫରେନସିକ୍ ଲ୍ୟାବକୁ ଯାଇଛି । ଏହାସହ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି ବୋଲି ମଧ୍ୟ କହିଛନ୍ତି ।

ଏହାସହ ପଢ଼ନ୍ତୁ : ଭାଇ ବାହାଘରକୁ ଡିଜେ ବଜାଇବାକୁ ଆସି ଭଉଣୀକୁ ପ୍ରେମରେ ଫସାଇଦେଲେ....