ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

କଂଗ୍ରେସକୁ ଝଟକା, ମମତା ନିଅନ୍ତୁ ଇଣ୍ଡିଆ ବ୍ଲକ ଦାୟିତ୍ବ କହିଲେ ଲାଲୁ

Published By : Ankita S | December 10, 2024 1:54 PM

ନୂଆଦିଲ୍ଲୀ,୧୦/୧୨: ଇଣ୍ଡିଆ ବ୍ଲକ ଦୁଇ ଫାଳ ହୋଇଛି । କିଏ ସମ୍ଭାଳିବ ଇଣ୍ଡି ମେଣ୍ଟର କମାଣ ତାକୁ ନେଇ ଟଣାଓଟରା ଚାଲିଛି । କିଏ ନେବ ନେତୃତ୍ବ ତାକୁ ନେଇ ବିରୋଧୀଙ୍କ ମଧ୍ୟରେ ମତଭେଦ ଦେଖିବାକୁ ମିଳିଛି । ଏହାରି ଭିତରେ ଲାଲୁ ଯାଦବଙ୍କ ବୟାନ ପରେ କଂଗ୍ରେସକୁ ବଡ ଝଟକା ଲାଗିଛି । ମମତା ବାନାର୍ଜୀଙ୍କୁ ଇଣ୍ଡିଆ ମେଣ୍ଟର ନେତା କରିବାକୁ  କହିଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରାସଦ ଯାଦବ ।

ବିଧାନସଭା ନିର୍ବାଚନରେ ବିରୋଧୀଙ୍କ ପରାଜୟ ପରେ ଇଣ୍ଡି ମେଣ୍ଟରେ ଫାଟ ସୃଷ୍ଟି ହୋଇଛି । ଇଣ୍ଡି ବ୍ଲକକୁ ନୂଆ ନେତୃତ୍ବ ମିଳୁ ବୋଲି ଆଲୋଚନା ହେଉଛି । ଇଣ୍ଡି ମେଣ୍ଟ ଦାୟିତ୍ବ କଂଗ୍ରେସଠୁ ଆଣି ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଦେବା ପାଇଁ ଦାବି ଜୋର ଧରିଛି । ଏହାକୁ ନେଇ ଆରଜେଡି ସୁପ୍ରିମୋ ଲାଲୁ ପ୍ରାସଦ ଯାଦବ କହିଛନ୍ତି କଂଗ୍ରେସ କରୁଥିବା ବିରୋଧରେ କୌଣସି ଅର୍ଥ ନାହିଁ। ମମତା ବାନାର୍ଜୀଙ୍କୁ ଇଣ୍ଡିଆ ମେଣ୍ଟର ନେତା କରାଯାଉ ବୋଲି କହିଛନ୍ତି ଲାଲୁ ପ୍ରାସଦ ଯାଦବ । ଏହା ସହି ବିହାରରେ ହେବାକୁ ଥିବା ଆଗମୀ ନିର୍ବାଚନରେ ତାଙ୍କ ଦଳ ସତ୍ତା ହାତେଇବ ବୋଲି କହିଛନ୍ତି ।

ଏହା ପୂର୍ବରୁ ବିହାର ପୂର୍ବ ଉପମୁଖ୍ୟମନ୍ତ୍ରୀ ଏବଂ ଆରଜେଡି ନେତା ତେଜସ୍ବୀ ଯାଦବ କହିଥିଲେ, ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ କିମ୍ବା ଇଣ୍ଡିଆ ବ୍ଲକର କେହି ବି ମେଣ୍ଟର ନେତୃତ୍ବ ନେଲେ ଆମର କିଛି ଅସୁବିଧା ନାହିଁ । କିଛି ଦିନ ତଳେ ହରିୟାଣା ଓ ମହରାଷ୍ଟ୍ର ବିଧାନସଭା ନିର୍ବାଚନରେ ଇଣ୍ଡିଆ ବ୍ଲକରେ ଖରାପ ପ୍ରଦର୍ଶନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ମମତା ବାନାର୍ଜୀ । ସୁଯୋଗ ମିଳିଲେ ଇଣ୍ଡିଆ ମେଣ୍ଟର ଦାୟିତ୍ବ ସେ ନେବେ ବୋଲି କହିଥିଲେ  ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.