ପ୍ରମୂଖ ଖବର
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଯୁଯୁମୁରା ବ୍ଲକରେ ଅଘଟଣ, ହାତୀ ଆକ୍ରମଣରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

Published By : Harapriya Sethi | November 22, 2024 7:45 AM

ସମ୍ୱଲପୁର,୨୨/୧୧: ଯୁଯୁମୁରା ବ୍ଲକରେ ଅଘଟଣ । ବ୍ୟକ୍ତିଙ୍କୁ ଦଳି ଚକଟି ମାରିଦେଲେ ହାତୀ । ମୃତକ ଜାମଲୋଇ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦେହୁରୀ (୩୮) ବୋଲି ଜଣାପଡ଼ିଛି । ସମ୍ବଲପୁର ବନଖଣ୍ଡ ପଡ଼ିଆବାହାଲ ରେଞ୍ଜ ଛାମୁଣ୍ଡା ସେକ୍ସନ ଜାମଲୋଇ ବିଟ ଅଧୀନ ଜାମଲୋଇ ଗ୍ରାମରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଜାମଲୋଇ ଗ୍ରାମରେ ହାତୀ ପଶି ଆସିଥିବାରୁ ଗୁରୁବାର ରାତିରେ ଗ୍ରାମବାସୀ ହାତୀ ଘଉଡାଇବାକୁ ବାହାରିଥିଲେ । ହାତୀ ପଲଙ୍କୁ ଘଉଡ଼ାଇବା ପରେ ସମସ୍ତେ ଫେରି ଆସିଥିଲେ । ହେଲେ ପୂର୍ଣ୍ଣ ଘରକୁ ଫେରି ନଥିଲେ । ଘରକୁ ନଫେରିବାରୁ ପୂର୍ଣ୍ଣଙ୍କ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ । ହେଲେ ତାଙ୍କର କୌଣସି ପତ୍ତା ମିଳି ନଥିଲା । ପରେ ଶୁକ୍ରବାର ସକାଳୁ ତାଙ୍କ ମୃତଦେହ ନୁଆଁବନ୍ଧ ନିକଟରେ ପଡ଼ିଥିବା ସ୍ଥାନୀୟଲୋକେ ଦେଖିଥିଲେ । ଏହା ଦେଖି ଲୋକେ ବ୍ୟକ୍ତିଙ୍କ ପରିବାର ଲୋକ ଏବଂ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀ ପହଞ୍ଚି ବ୍ୟକ୍ତିଙ୍କ ମୃତଦେହ ଜବତ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.