ବୀରମିତ୍ରପୁର,୧୫/୧୦: ମଙ୍ଗଳବାର ବିଳମ୍ବିତ ରାତିରେ ଦନ୍ତା ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛିମୃତକ ବଡ଼ ଦଳକି ଗ୍ରାମର ଯୁବକ ଚାହୋ ଏକ୍କା (୪୨ ବର୍ଷ) ବୋଲି ଜଣାପଡ଼ିଛି । ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବନ ବିଭାଗ ରେଞ୍ଜ ଅନ୍ତର୍ଗତ ବିରଡ଼ା ବଡ଼ ଦଳକି ଅଞ୍ଚଳରେ ଏଭଳି ଘଟଣା ଘଟିଛି । ​​​​​​​

ସୂଚନା ମୁତାବକ, ରାଜଗାଙ୍ଗପୁର ପଟୁ ଏକ ଦନ୍ତା ଉକ୍ତ ଅଞ୍ଚଳକୁ ମଙ୍ଗଳବାର ରାତିରେ ପ୍ରବେଶ କରିଥିଲା । ଜମିରେ ହୋଇଥିବା ଫସଲକୁ ହାତୀ ନଷ୍ଟ କରିଦେବ ବୋଲି ଘଉଡାଇବାକୁ ଚେଷ୍ଟା କରିଥିଲେ ଗ୍ରାମବାସୀ। ହି ସମୟରେ ଦନ୍ତା ହାତୀର ଶିକାର ହୋଇଥିଲେ ବଡ ଦଲକି ଗ୍ରାମର ଯୁବକ ଚାହୋ ଏକ୍କା ହାତୀ ଆକ୍ରମଣରେ ସେ ଗୁରୁତର ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ଗ୍ରାମବାସୀମାନେ ରାଉରକେଲା ସରକାରୀ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।