ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ…

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କୋର୍ଟରୁ ଝଟକା ଲାଗିଛି । ସିବିଆଇ ଦ୍ୱାରା ଦାଖଲ ହୋଇଥିବା ମାମଲାରେ ଶୁକ୍ରବାର କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି । ତେବେ ନିମ୍ନ ଅଦାଲତର ଏହି ନିଷ୍ପତ୍ତି ବିରୋଧରେ ମନୀଷ ସିସୋଦିଆ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିବେ ।

ଦିଲ୍ଲୀର ନୂତନ ଅବକାରୀ ନୀତିରେ ଦୁର୍ନୀତି ଅଭିଯୋଗରେ ସିବିଆଇ ମନିଷ ସିସୋଦିଆଙ୍କୁ ଦୀର୍ଘ ଦିନ ଧରି ପଚରାଉଚରା ପରେ ଫେବୃଆରୀ ୨୬ ରେ ଗିରଫ କରିଥିଲା । ଏହା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ତିହାର ଜେଲରେ ଦୀର୍ଘ ସମୟ ଧରି ପଚରାଉଚରା କରିଥିଲା । ଏହି ଅନୁସନ୍ଧାନ ପରେ ଇଡି ତାଙ୍କୁ ଗିରଫ କରିଥିଲା । ଏହି ମାମଲାରେ ମଧ୍ୟ ସିସୋଦିଆ କୋର୍ଟରେ ଜାମିନ ଆବେଦନ ଦାଖଲ କରିଥିଲେ ।