ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବମ୍ବେ ହାଇକୋର୍ଟଙ୍କ ରାୟ: ବିବାହ ପାଇଁ ମନା କରିବା ଆତ୍ମହତ୍ୟାକୁ ପ୍ରୋତ୍ସାହିତ କରିବା ନୁହେଁ...

Published By : Prameya | January 18, 2025 10:36 AM

ମୁମ୍ବାଇ,୧୮/୦୧: ବମ୍ବେ ହାଇକୋର୍ଟଙ୍କ ନାଗପୁରସ୍ଥିତ ଖଣ୍ଡପୀଠ ବୁଧବାର ଜଣେ ମହିଳାଙ୍କୁ ଆତ୍ମହତ୍ୟା  ଲାଗି ଉସ୍‌କାଇବା ମାମଲାରେ ରାୟ ଶୁଣାଇଥିଲେ । କୋର୍ଟ କହିଥିଲେ,  ବିବାହ ପାଇଁ ମନା କରିବା ଆତ୍ମହତ୍ୟାକୁ ପ୍ରୋତ୍ସାହିତ କରିବା ନୁହେଁ । ପୁରୁଷଜଣକ ସଂପର୍କକୁ ଶେଷ କରିଦେବା ପରେ ମହିଳା  ଆତ୍ମହତ୍ୟା କରିଥିବା କାରଣରୁ କେବଳ ବ୍ୟକ୍ତିଙ୍କ ବିରୋଧରେ ଆତ୍ମହତ୍ୟା ଲାଗି  ଉସ୍‌କାଇବା ମାମଲା ରୁଜୁ ହୋଇପାରିବ ନାହିଁ । ଏଥିସହିତ ଜଷ୍ଟିସ୍‌ ଉର୍ମିଳା ଯୋଶୀ- ଫାଲ୍‌କେ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ମୁକ୍ତ  କରି ଦେଇଛନ୍ତି । ତାଙ୍କ ବିରୋଧରେ ଜଣେ  ମହିଳାଙ୍କୁ ଆତ୍ମହତ୍ୟା ଲାଗି ଉସ୍‌କାଇବାର  ମାମଲା ରୁଜୁ ହୋଇଥିଲା । ସେହି ମହିଳାଙ୍କ  ସହିତ ସେ ୯ ବର୍ଷ ଧରି ପ୍ରେମ ସଂପର୍କରେ  ଥିଲେ । ବୁଲଧାନା ଜିଲ୍ଲାର ଖାମଗାଓଁ  ସେସନ୍ସ କୋର୍ଟ ତାଙ୍କୁ ଏହି ମାମଲାରେ ମୁକ୍ତ  ନ କରିବାରୁ ସେ ସେସନ୍ସ କୋର୍ଟଙ୍କ ରାୟକୁ  ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ।  

ବିଚାରପତି ଜଷ୍ଟିସ୍‌ ଉର୍ମିଳା ଯୋଶୀ  ଫାଲ୍‌କେଙ୍କ ଅନୁସାରେ, ଅଭିଯୁକ୍ତ  ମୃତକଙ୍କୁ ଆତ୍ମହତ୍ୟା ଲାଗି ପ୍ରୋତ୍ସାହିତ  କରିବା ସଂପର୍କରେ ତଦନ୍ତରେ କେଉଁଠି  ଉଲ୍ଲେଖ ନାହିଁ । ବରଂ ବ୍ରେକ୍‌ଅପ୍‌ ପରେ  ବି ଉଭୟଙ୍କ ମଧ୍ୟରେ କଥାବର୍ତ୍ତା ଜାରି  ଥିବାର ପ୍ରମାଣ ରହିଛି । ଯଦି ଅଭିଯୁକ୍ତ  ତାଙ୍କୁ ବିବାହ ଲାଗି ମନା କରିଦେଇଥିଲେ  ତେବେ ଏହା ମହିଳାଙ୍କୁ ଆତ୍ମହତ୍ୟା ଲାଗି  ଉସ୍‌କାଇବା କିମ୍ବା ସେଥିସହ ସମାନ  ହେବନାହିଁ । ସେହିପରି ମହିଳାଙ୍କର  ସୁଇସାଇଡ୍‌ ନୋଟ୍‌ କିମ୍ବା ହ୍ୱାଟସଆପ୍‌  ଚାଟ୍‌ରୁ ଅଭିଯୁକ୍ତ ତାଙ୍କୁ ବିବାହ ପ୍ରତିଶ୍ରୁତି  ଦେଇ ଶାରିରୀକ ସଂପର୍କ ରକ୍ଷା କରିବା  ଓ ପରେ ସେମାନଙ୍କର ସଂପର୍କ  ଭାଙ୍ଗିଥିବା ଜଣାପଡୁନାହିଁ । ମହିଳା ମଧ୍ୟ ବ୍ରେକ୍‌ଅପ୍‌ର ତୁରନ୍ତ ପରେ ଆତ୍ମହତ୍ୟା  କରିନଥିଲେ । ଉଭୟଙ୍କ ମଧ୍ୟରେ ଜୁଲାଇ  ୨୦୨୦ରେ ବ୍ରେକଅପ୍‌ ହୋଇଥିବାବେଳେ  ମହିଳା ସେହିବର୍ଷ ଡିସେମ୍ବର ୩ରେ  ଆତ୍ମହତ୍ୟା କରିଥିଲେ । ଏହାର ଅର୍ଥ  ବ୍ରେକଅପ୍‌ ଓ ସୁଇସାଇଡ୍‌ ମଧ୍ୟରେ  କୌଣସି ସଂପର୍କ ନାହିଁ । ଏଥିସହିତ  ହାଇକୋର୍ଟ ସେସନ୍ସ କୋର୍ଟଙ୍କ ରାୟକୁ  ରଦ୍ଦ କରିଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.