ମାଲକାନଗିରି,୩୧/୫ : ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାରେ ୮ଜଣ ମାଓବାଦୀଙ୍କ ଆତ୍ମସମର୍ପଣ କରି ମୂଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଥିବା ମାଓ ସଙ୍ଗଠନ ଛାଡ଼ି ସାଧାରଣ ଜୀବନ ଯାପନ କରିବାକୁ ଏହି ୮ ମାଓବାଦୀ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି। ଏହି ୮ମାଓବାଦୀ ଅନେକ ମାଓ ହିଂସାକାଣ୍ଡରେ ଜଡ଼ିତ ଥିଲେ। ତେବେ ବର୍ତ୍ତମାନ ମାଓ ସଙ୍ଗଠନ ଦୁର୍ବଳ ହେଉଥିବା ସହ ଅନେକ ବଡ଼ ବଡ ମାଓ ନେତାଙ୍କ ମୃତ୍ୟୁ ପରେ ସଙ୍ଗଠନରୁ ଅନେକ ମାଓବାଦୀ ଓହରି ଯାଉଥିବା ଦେଖିବାକୁ ମିଳିଛି। ତେଣୁ ଏହି ୮ ମାଓବାଦୀ ମୁଲୁଗୁ ଜିଲ୍ଲା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିବାବେଳେ ସରକାରଙ୍କ ନିୟମ ଅନୁଯାୟୀ ଥଇଥାନ ବ୍ୟବସ୍ଥା ଦ୍ୱାରା ସହାୟତା ପ୍ରଦାନ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଆତ୍ମସମର୍ପଣ ମାଓବାଦୀଙ୍କ ମଧ୍ୟରେ ୩ ଜଣ ମହିଳା ଓ ୫ ଜଣ ପୁରୁଷ ମାଓବାଦୀ ରହିଛନ୍ତି। ଏହି ଅବସରରେ ଅନ୍ୟ ମାଓବାଦୀ ମାନଙ୍କୁ ପୋଲିସ ପକ୍ଷରୁ ମାଓ ସଙ୍ଗଠନ ଛାଡି ସାଧାରଣ ଜୀବନ ଯାପନ ପାଇଁ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି।
ଠିକ ସେହିପରି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଅବୁଝମାଡ ଜଙ୍ଗଲରେ ମାଓବାଦୀ ମାନେ ଯବାନଙ୍କୁ ଟାର୍ଗେଟ କରି ଖଞ୍ଜିଥିବା ୧୦ଟି ବୋମାକୁ ନିଷ୍କ୍ରିୟ କରିଛନ୍ତି ସୁରକ୍ଷାବାହିନୀ। ସୂଚନା ଅନୁଯାୟୀ ଛତିଶଗଡର ଅବୁଝମାଡ ଜଙ୍ଗଲରେ ମାଓ ଦମନ ନିମନ୍ତେ ସୁରକ୍ଷା ବଳ ପକ୍ଷରୁ କଡା ପଦକ୍ଷେପ ନିଆଯାଇଥିବା ସହ ତଲାସି ଅଭିଯାନକୁ ବଢାଇ ଦିଆଯାଇଥିବା ବେଳେ ଆଜି ମଧ୍ୟ ଅବୁଝମାଡ ଜଙ୍ଗଲରେ ଯବାନ ମାନେ ତଲାସି ଅଭିଯାନ ଜାରି ରଖିଥିଲେ। ଏହି ସମୟରେ ଯବାନମାନେ ମାଓବାଦୀ ଖଞ୍ଜିଥିବା ୧୦ଟି ଆଇଡି ବୋମାକୁ ଠାବ କରି ଏହାକୁ ବୋମା ନିଷ୍କ୍ରିୟ କାରୀ ଦଳ ଦ୍ଵାରା ଉଦ୍ଧାରକାରୀ ନିଷ୍କ୍ରିୟ କାରୀ ଦେଇଥିବା ଜଣା ପଡିଛି। ଏହାପରେ ଅଞ୍ଚଳରେ ତଲାସି ଅଭିଯାନକୁ ବଢାଇ ଦିଆଯାଇଛି।