ମାଲକାନଗିରି, ୧୮/୦୬: ମାଓବାଦୀଙ୍କ ବର୍ବର କାଣ୍ଡ। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ପରିବାରର ୩ ଜଣଙ୍କୁ ହତ୍ୟା କଲେ ନକ୍ସଲ ।ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଗଙ୍ଗଲୁର ଥାନା ଅନ୍ତର୍ଗତ ପେଦାକରେମ ଗାଁରେ ଏହି ଘଟଣା ଘଟିଛି । ମଙ୍ଗଳବାର ବିଳମ୍ୱିତ ରାତିରେ ପୁଲିସ ଇନଫର୍ମର କହି ନିର୍ମମ ଭାବେ ପିଟିପିଟି ହତ୍ୟା କରିଛନ୍ତି ମାଓବାଦୀ।
ସେହିପରି ପେଦାକରେମ ଗାଁର ୧୦ରୁ ଅଧିକ ଲୋକଙ୍କୁ ମାଓବାଦୀମାନେ ଅପହରଣ କରିନେଇଛନ୍ତି। ଏହାସହ ୭ ଜଣଙ୍କୁ ପୁଲିସ ଇନଫର୍ମର କହି ନିର୍ମମ ଭାବେ ପିଟି ଗୁରୁତର କରିଛନ୍ତି । ସୂଚନା ଥାଉକି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ପରେ ଅନେକ ମିଲିସିଆ ଓ ମାଓବାଦୀ ସଂଗଠନ ସଦସ୍ୟ ମାନେ ଆତ୍ମସମର୍ପଣ କରୁଛନ୍ତି । ତେବେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ଟାର୍ଗେଟ କରିଥିଲେ ନକ୍ସଲ। ଯାହାକୁ ନେଇ ସେମାନେ ରକ୍ତମୁଖା ହୋଇ ଗୋଟିଏ ପରେ ଗୋଟିଏ ଅଘଟଣ କରିଚାଲିଛନ୍ତି ।