ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ସୀମାନ୍ତରେ ମାଓବାଦୀଙ୍କ ବଙ୍କର ଠାବ

Published By : Suraj Kumar | April 27, 2025 10:58 PM

ମାଲକାନଗିରି,୨୭।୪ (ଆପ୍ର): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କ ଏକ ବଙ୍କରକୁ ଠାବ କରିଛନ୍ତି ସୁରକ୍ଷା କର୍ମୀ। ଏହି ବଙ୍କରରେ ମାଓ ନେତା ହିଡମା ଏବଂ ବଡ କ୍ୟାଡର ମାଓବାଦୀ ମାନେ ଦୀର୍ଘ ସମୟ ଧରି ଲୁଚି ରହୁଥିଲେ ବୋଲି ଅନୁମାନ କରାଯାଉଛି।

 ସୂଚନା ଅନୁଯାୟୀ ଛତିଶଗଡର ବୀଜାପୁର ଓ ସୁକୁମା ଜିଲ୍ଲା ମଧ୍ୟରେ ଥିବା ଜଙ୍ଗଲରେ ଯବାନ ମାନେ ମାଓ ଦମନ ନିମନ୍ତେ ତଲାସି ଅଭିଯାନ କରୁଥିଲେ। ଏହି ସମୟରେ ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କ ଦ୍ଵାରା ତିଆରି ହୋଇଥିବା କଂକ୍ରିଟ ବଙ୍କରକୁ ଯବାନ ମାନେ ଠାବ କରିଛନ୍ତି। ବଙ୍କର ଭିତରେ ରହିବା ଏବଂ ଖାଇବା ପାଇଁ ସମସ୍ତ ସୁବିଧା ରହିଥିବା ବେଳେ ଏହା ମଧ୍ୟରେ ମାଓ ନେତା ସମସ୍ତ ପ୍ରକାରର ସୁବିଧା ପାଇ ବ୍ୟବସ୍ଥା କରଯାଇଥିଲା। ଅନେକ ସମୟରେ ଯବାନଙ୍କ କବଳରୁ ଜଙ୍ଗଲ ମଧ୍ୟରେ ମାଓ ନେତା ହିଡମା ଓ ଅନ୍ୟ ବଡ ନେତା ଖସି ପଳାଇ ଯାଉଥିବା କୁହାଯାଉଥିବା ବେଳେ ସେମାନେ ନିଜର ସୁରକ୍ଷା ପାଇଁ ଏହି ବଙ୍କର ମଧ୍ୟରେ ଦୀର୍ଘ ଦିନ ଧରି ଲୁଚି ରହୁଥିବା ସୂଚନା ମିଳିଛି। ବଙ୍କରଟିକୁ ମାଓବାଦୀ ମାନେ ମାଟି ଓ ଗଛ ପତ୍ର ପକାଇ ଘୋଡାଇ ରଖୁଥିବା ବେଳେ ଯବାନ ମାନେ ଏହାର ସୁରାକ ପାଇବା ପରେ ବଙ୍କରକୁ ନଷ୍ଟ କରିଦେଇଥିବା ଜଣା ପଡିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.