ଫିରିଙ୍ଗିଆ, ୨।୧୨ : କନ୍ଧମାଳ ଜିଲ୍ଲାର ଗୋଚ୍ଛା ପଡା ଥାନା ପକ୍ଷରୁ ଗଞ୍ଜେଇ କଟା ଅଭିଯାନ ସପ୍ତମ ଦିନରେ ପହଞ୍ଚିଛି l ସୋମବାର ଗୋଚ୍ଛା ପଡା ଥାନା ଅଧୀନ ପାହିରେଜୁ ପଞ୍ଚାୟତ ର କୁସୁପାଜୁ, ଅଡାବାଲି, ଡେପାକୁପା, ଗାଁର ପ୍ରାୟ ୧୪୭ ଏକର ଜଙ୍ଗଲ ଏରିଆରୁ ଗଞ୍ଜେଇ ଗଛକୁ କାଟି ନଷ୍ଟ କରିଛି ଗୋଚ୍ଛାପଡା ପୁଲିସ l

ଗଞ୍ଜେଇ ଗଛ ନଷ୍ଟ ଅଭିଯାନ ର ସପ୍ତମ ଦିନରେ କନ୍ଧମାଳ ଏସପି ହରିଶ ବିଶି ନିଜେ ପାହିରେଜୁ ପଞ୍ଚାୟତରେ ପହଞ୍ଚି ଏହି ଅଭିଯାନରେ ସାମିଲ ହୋଇଥିଲେ। ବାରମ୍ବାର ସଚେତନତା କରୁଥିଲେ ମଧ୍ୟ ଗଞ୍ଜେଇ ଚାଷ କରାଯାଉଥିବାରୁ ଆବଶ୍ୟକ ପଡିଲେ ଚାଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କନ୍ଧମାଳ ଏସପି ହରିଶ ବିଶି କହିଛନ୍ତି l ନଭେମ୍ବର ଚାରି ତାରିଖ ରୁ ଆରମ୍ଭ ହୋଇଥିବା ଏହି ଗଞ୍ଜେଇ କଟା ଅଭିଯାନ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪ ହଜାର ଏକର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଚଳିତ ବର୍ଷ ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ଏହି ଗଞ୍ଜେଇ କଟା ଅଭିଯାନ ଜାରି ରହିବ । ଆବଶ୍ୟକ ପଡିଲେ ଡ୍ରୋନ ବ୍ୟବହାର କରିବା ସହ ସମ୍ପୂର୍ଣ୍ଣ ଗଞ୍ଜେଇ ଗଛ ନଷ୍ଟ କରାଯିବ ବୋଲି କହିଛନ୍ତ l

ଅନ୍ୟପଟେ ଗଞ୍ଜେଇ ଚାଷୀମାନେ ଏହି ବେଆଇନ ଗଞ୍ଜେଇ ଚାଷରୁ ନିବୃତ ନ ରହିଲେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି। ଗଞ୍ଜେଇ ଚାଷ ଛାଡି ଅନ୍ୟ ଚାଷ ଆପଣେଇବାକୁ ସେ ଚାଷୀଙ୍କୁ ନିବେଦନ କରିଛନ୍ତି l କନ୍ଧମାଳ ଏସପି ହରିଶ ବିଶିଙ୍କ ସହ ଏସଡିପିଓ ପି ଶୁଭ୍ରଜିତ ବିଶ୍ୱାଳ, ଗୋଚ୍ଛାପଡା ଥାନା ଅଧିକାରୀ ଚିରଞ୍ଜିବି ବେହେରା, ଅବକାରୀ ଅଧିକାରୀ, ବନ ବିଭାଗ ଓ ଶ୍ରମିକ ମାନେ ସାମିଲ ହୋଇଥିଲେ।