ସାହାଜପାଲ, ୩୧।୫ : ବୌଦ୍ଧ ବ୍ଲକ ତାଳଶରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାହାଜପାଲରେ ଶିବ ପାର୍ବତୀଙ୍କ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି।ବୌଦ୍ଧ ବ୍ଲକ ତାଳଶରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାହାଜପାଲ ଜଗନ୍ନାଥ ମନ୍ଦିରରୁ ଶିବଙ୍କ ପିତା ଭାବେ ରବୀନ୍ଦ୍ର କୁମାର ଦେଓ ବିରାଟ ପାଟୁଆରରେ ମାନେଶ୍ୱର ଶୈବ ପୀଠରେ ପହଞ୍ଚିଥିଲେ। ସେଠାରେ ନିର୍ବନ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବନ୍ଧ କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କର ଭିଡ଼ ଜମିଥିଲା।
ସନ୍ଧ୍ୟାରେ ଶିବଙ୍କ ବରଯାତ୍ରୀରେ ସଂକୀର୍ତ୍ତନ ମଣ୍ଡଳୀ, ନମଗୁରୁ, ରାମଲୀଳା, ଏବଂ ଦଣ୍ଡର ଶୋଳ ଶୁଆଙ୍ଗ ପାଟୁଆରରେ ପହଞ୍ଚି ବିବାହ କାର୍ଯ୍ୟକ୍ରମ ହୋଇଥଲା। ଦେବ ବିବାହ କାର୍ଯ୍ୟକ୍ରମ ହେବା ସହ ସଂଗୀତ ସମାରୋହ କାର୍ଯ୍ୟକ୍ରମ ହୋଇଛି। ରବିବାର ଆଭିଷେକ କ୍ରାର୍ଯ୍ୟକ୍ରମ ହେବ।ଏଥିରେ ପୂଜକ ଭାବେ ଗୋବର୍ଧନ ଦାସ, ତ୍ରିନାଥ ଖମାରୀ ଯୋଗ ଦେଇଥିଲେ।