ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ସାପ କାମୁଡ଼ାରେ ଚାଲିଗଲା ରାଜମିସ୍ତ୍ରୀଙ୍କ ଜୀବନ

Published By : Prameya | May 16, 2025 8:34 PM

ଫୁଲବାଣୀ,୧୬/୦୫: ଗୁରୁବାର ବିଳମ୍ବିତ ରାତିରେ ଏକ ବିଷାକ୍ତ ସାପ କାମୁଡ଼ିବା ଯୋଗୁଁ ଜଣେ ରାଜମିସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ପୁରୀ ଜିଲ୍ଲା କୋଣାର୍କ ଥାନା ଓରେଇ ଗାଁର କାର୍ତ୍ତିକ ସ୍ବାଇଁ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, କାର୍ତ୍ତିକ ଟିକାବାଲି ଅଞ୍ଚଳରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପରେ ମିସ୍ତ୍ରୀ ଭାବେ କାମ କରୁଥିଲେ। ସେ ଟିକାବାଲି ବ୍ଲକ କଟିମାହା ପଞ୍ଚାୟତର ଅଡାଖୋଲ ଠାରେ ଅନ୍ୟ କିଛି କର୍ମଚାରୀଙ୍କ ସହିତ ରହୁଥିଲେ। 

ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ସକାଳୁ ସହଯୋଗୀ ମାନେ ତାଙ୍କୁ ନେଇ ଟିକାବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଶବ ବ୍ୟବଚ୍ଛେଦ କରାଇବା ସହିତ  ଏକ ଅପମୃତ୍ୟ ମାମଲା ରୁଜୁ କରାଯାଇଥିବା ଏଏସଆଇ ଵିଷ୍ନୁ ଚରଣ କହଁର ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.