ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

Operation Sindoor: ଭାରତର ଏୟାରଷ୍ଟ୍ରାଇକ୍‌ରେ କୁଖ୍ୟାତ ଆତଙ୍କବାଦୀ ମାସୁଦ ଅଜହର୍‌ର ପରିବାର ନିପାତ, ୧୦ ସଦସ୍ୟଙ୍କ ମୃତ୍ୟୁ

Published By : Rasmita Pradhan | May 7, 2025 1:15 PM

ନୂଆଦିଲ୍ଲୀ, ୦୭/୦୫ : ଭାରତର ଏୟାରଷ୍ଟ୍ରାଇକ୍‌ରେ କୁଖ୍ୟାତ ଆତଙ୍କବାଦୀ ମାସୁଦ ଅଜହର୍‌ର ପରିବାର ନିପାତ। ଅଜହର୍‌ ପରିବାରର ୧୦ରୁ ଉର୍ଦ୍ଧ୍ଵ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଜୈଶ-ଏ-ମହମ୍ମଦ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏହି ଆକ୍ରମଣରେ ଅଜହର୍‌କୁ ଶକ୍ତ ଧକ୍କା ଲାଗିଛି। ଭଲ ହୋଇଥାନ୍ତା ଯଦି ମୁଁ ମରି ଯାଇଥାନ୍ତି ବୋଲି କୁଆଡ଼େ ଅଜହର୍‌ କହିଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳୁଛି। 

ସୂଚନାନୁଯାୟୀ, ପାକିସ୍ତାନର ବହାବଲପୁର ସ୍ଥିତ ଜୈଶ-ଏ-ମହମ୍ମଦର ପ୍ରମୁଖ ଆଡ୍ଡା ମରକଜ ସୁଭାନ ଆଲହା ଉପରେ ଭାରତୀୟ ସେନା ଏୟାର ଷ୍ଟ୍ରାଇକ୍ କରିଥିଲା। ଏଥିରେ ଅଜହର୍‌ର ପତ୍ନୀ, ପୁଅ, ବଡ଼ ଭଉଣୀ, ଭିଣୋଇ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ସେମାନଙ୍କୁ କବର ଦିଆଯିବ ବୋଲି ସୂଚନା ମିଳିଛି। ଭାରତର ଏୟାରଷ୍ଟ୍ରାଇକ୍ ବେଳେ ଏମାନେ ମରକଜ ପରିସରରେ ଥିଲେ। 

ସୂଚନା ଥାଉକି, ପଲଗାମ୍ ଆଟାକ୍‌ର ପ୍ରତିଶୋଧ ଭାରତ ନେଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ପାକିସ୍ତାର ୯ ଆତଙ୍କୀ ଠିକଣାରେ ବାୟୁସେନା ଏୟାରଷ୍ଟ୍ରାଇକ୍ କରିଛି। ଏଥିରେ ଆତଙ୍କୀ ଶିବିର ଛାରଖାର୍ ହୋଇଯାଇଛି। ଜୈଶ-ଏ-ମହମ୍ମଦ ଏବଂ ଲଶ୍କର-ଏ-ତୋଏବାର ଟ୍ରେନିଂ କ୍ୟାମ୍ପ ଧ୍ଵସ୍ତ ହୋଇଯାଇଛି। ୯୦ ରୁ ଉର୍ଦ୍ଧ୍ଵ ଆତଙ୍କୀ ନିପାତ ହୋଇଥିବା ସୂଚନା ମିଳିଛି। 

ଏହି ଖବରଟିକୁ ପଢନ୍ତୁ-Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ

 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.