ତେହରାନ,୩।୨: ଇରାନର ରାଜଧାନୀ ତେହରାନ୍ରୁ ଆସିଛି ବଡ଼ ଖବର। ମଙ୍ଗଳବାର ସକାଳେ ତେହରାନ୍ର ପଶ୍ଚିମ ଭାଗରେ ଥିବା ଏକ ଜନଗହଳିପୂର୍ଣ୍ଣ ବଜାରରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଏବେ ଭୟଙ୍କର ଥିଲା ଯେ, ଘନ କଳା ଧୂଆଁ ବହୁ ସହର ପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଏବଂ ଫଟୋ ଆବାସିକ ଓ ବ୍ୟବସାୟିକ ଅଞ୍ଚଳର ଆକାଶରେ କଳା ଧୁଆଁ ଉଠୁଥିବାର ଦେଖିପାରିବେ।
⚠️ TEHRAN, IRAN — Massive fire engulfs the Jenat Bazaar in western Tehran. pic.twitter.com/qDaNHjzfkp
— SafetySwipe (@SafetyNotorious) February 3, 2026
ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ନିଆଁ ପଶ୍ଚିମ ତେହରାନ୍ର ଶୋମାଲି ଅଞ୍ଚଳରେ ଥିବା ଏକ ପ୍ରସିଦ୍ଧ ସପିଂ ସେଣ୍ଟର ଯାହାକୁ ‘ବଜାର ଜନ୍ନତ’ ନାମରେ ଜଣାଯାଏ। ସେଥିରେ ନିଆଁ ଲାଗିଥିଲା। ଏହି ନିଆଁ ପ୍ରାୟ ସକାଳ ୧୦ଟା ବେଳେ ଲାଗିଥିଲା। କାରଣ ଏହି ବଜାର ପ୍ରାୟ ୨୦୦୦ ବର୍ଗ ମିଟର ପର୍ଯ୍ୟନ୍ତ ବ୍ୟାପି ରହିଛି। ଘଟଣା ସମୟରେ ତାହା ପୁରା ଖୋଲା ଥିଲା। ତେଣୁ ବହୁ ସଂଖ୍ୟାରେ ବିକ୍ରେତା ଓ ଗ୍ରାହକ ଉପସ୍ଥିତ ଥିଲେ। ବଜାରରେ ଦୋକାନ ଓ ଛୋଟ ଛୋଟ ଷ୍ଟଲ ପରସ୍ପର ସହ ଲଗାଲଗି ହୋଇ ରହିଥିଲ। ଯେଉଁ କାରଣରୁ ନିଆଁ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା।
ତେହରାନ୍ର ଜରୁରୀକାଳୀନ ସେବାର ଅପରେସନ୍ କମାଣ୍ଡର ମହମ୍ମଦ ବେହାନିୟା ସ୍ଥିତିର ସୂଚନା ଦେଇ କହିଛନ୍ତି, ଦମକଳ ବାହିନୀ ପହଁଞ୍ଚିବା ପୂର୍ବରୁ ନିଆଁ ବହୁ ସ୍ଥାନକୁ ପ୍ରଭାବିତ କରିସାରିଥିଲା। ସୂଚନା ମିଳିବା ମାତ୍ରେ ଜରୁରୀକାଳିନ ସେବା ଓ ଦମକଳ ବାହିନୀର ଟିମ୍ ଘଟଣାସ୍ଥଳରେ ପହଁଞ୍ଚିଥିଲା। ବର୍ତ୍ତମାନ ଅଗ୍ନିଶମ ବାହିନୀ ଟିମ୍ ବିଭିନ୍ନ ଦିଗରେ ନିଆଁ ଉପରେ ନିୟନ୍ତ୍ରଣ ପାଇବାକୁ ଚେଷ୍ଟା କରୁଛନ୍ତି। ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କର ମୁଖ୍ୟ ଧ୍ୟାନ ଏବେ ନିଆଁର ଆଖପାଖ ବିଲ୍ଡିଂ ଏବଂ ଆବାସିକ ଅଞ୍ଚଳରେ ବ୍ୟାପିବାଠାରୁ ରୋକିବା। ସବୁଠାରୁ ବଡ଼ କଥା ଯେ, ଏହି ଭୀଷଣ ଅଗ୍ନିକାଣ୍ଡରେ କୌଣସି ବ୍ୟକ୍ତିଙ୍କର ମୃତାହତ ହୋଇନାହିଁ। ତେବେ ଅଧିକାରୀଙ୍କ କହିବା ଅନୁସାରେ, ଏବେ ବି ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ।
ଆହୁରି ପଢନ୍ତୁ :‘ଆମେରିକା କୃଷକଙ୍କୁ ମାଲାମାଲ୍ କରିବ ଭାରତ ସହ ଟ୍ରେଡ୍ ଡିଲ୍’ : ୟୁଏସ୍ ସଚିବଙ୍କ ଆଶ୍ଚର୍ଯ୍ୟଜନକ ବୟାନ, ଭାରତ ବି ଦେଲା ଜବାବ୍