ଦେବଗଡ, ୭।୩ : ସାମାନ୍ୟ ଗଣ୍ଡଗୋଳକୁ ନେଇ ସ୍ତ୍ରୀକୁ ପିଟି ପଟି ମାରିଦେଲା ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି  ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବଂପରଡା ଗ୍ରାମରେ।। ବଂପରଡା ଗ୍ରାମରେ ଥିବା ଆଇଆରବି ବାଟାଲିୟନ ପଛକଡରେ ଜମିମାଳରେ ରକ୍ତାକ୍ତ ଅବସ୍ଥାରେ ମହିଳାଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି।  ମୃତ ମହିଳା ଜଣକ ହେଲେ ଅନୁଗୁଳ ଜିଲ୍ଲା ପାଲଲହଡା ଅଞ୍ଚଳର ମଞ୍ଜୁ ବେହେରା

ଅନୁଗୁଳ ଜିଲ୍ଲା ପାଲଲହଡା ଅଞ୍ଚଳର ମଞ୍ଜୁ ବେହେରା ବଂପରଡା ଗ୍ରାମରେ ତାଙ୍କ ସ୍ବାମୀଙ୍କ ସହ ମିଶି ରହୁଥିଲେ। କୌଣସି କାରଣରୁ ସ୍ବାମୀ ଓ  ସ୍ତ୍ରୀ ମଧ୍ଯରେ ଗଣ୍ଡଗୋଳ ହୋଇଥିବା ବେଳେ ସ୍ବାମୀ ଅଜିତ ଦେହୁରୀ ତାଙ୍କୁ ପିଟିପିଟି ମାରିଦେଇଥିବା ସେମାନଙ୍କ ଝିଅ ସାବିତ୍ରୀ ଦେହୁରୀ ଅଭିଯୋଗ କରିଛନ୍ତି। । ବଂପରଡା ଗ୍ରାମରେ ଥିବା ଆଇଆରବି ବାଟାଲିୟନ ପଛକଡରେ ଜମିମାଳରେ ରକ୍ତାକ୍ତ ଅବସ୍ଥାରେ ମହିଳାଙ୍କ ମୃତଦେହ ପଡିଥିବା ବେଳେ  ସ୍ଥାନୀୟ ଲୋକ ଦେଖି ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ବାରକୋଟ ଥାନା ପୋଲିସ  ଘଟଣାସ୍ଥଳ ରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ କରୁଛନ୍ତି।