ଦେବଗଡ,୨।୫ : ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଧୀନ କୁଣ୍ଢେଇଗୋଳା ଗ୍ରାମରେ ଅଘଟଣ। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଶନିବାର ମା’ ଏବଂ ପୁଅର ମୃତ୍ୟୁ ଘଟିଛି । ମୃତକମାନେ ହେଲେ ଉପାସୀ ଭୂତିଆ ଓ ତାଙ୍କର ୭ ବର୍ଷର ପୁଅ ମନପ୍ରୀତ ଭୂତିଆ ।
କୁଣ୍ଢେଇଗୋଳା ଗ୍ରାମର ନିରଞ୍ଜନ ଭୁତିଆଙ୍କ ସ୍ତ୍ରୀ ଉପାସୀ ଭୂତିଆ ଘର ପରିସରରେ ଥିବା କୂଅରେ ଲାଗିଥିବା ପାଣି ପମ୍ପ ଚଳାଉଥିଲେ। କୌଣସି କାରଣରୁ ଉପାସୀ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ତାଙ୍କ ସହିତ ସାଙ୍ଗରେ ଥିବା ଶିଶୁପୁତ୍ର ମନପ୍ରୀତ(୭) ମଧ୍ୟ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି କୁଣ୍ଢେଇଗୋଳା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ କୁଣ୍ଢେଇଗୋଳା ପୁଲିସ ଡାକ୍ତରଖାନାରେ ପହଞ୍ଚି ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଆହୁରି ପଢନ୍ତୁ : ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ମେ ୪ରେ ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ଟଙ୍କା