ଭୁବନେଶ୍ବର, ୨୨।୧୧ : ପାଣିକୋଇଲି ପଣ୍ଡା ଅଳଙ୍କାର ଦୋକାନରୁ ଲୁଟ୍ ମାମଲାରେ ମାଷ୍ଟରମାଇଣ୍ଡ ଗିରଫ। ମାଷ୍ଟରମାଇଣ୍ଡ ବିକାଶ ରାୟ ବିହାରରୁ ଗିରଫ ହୋଇଛି। ନେପାଳ ସୀମାନ୍ତ ମୋତିହାରିରେ ଲୁଚି ଥିଲା ବିକାଶ।
ଜାନୁଆରୀ ୪ରେ ପଣ୍ଡା ଅଳଙ୍କାରରୁ ଲୁଟ୍ ହୋଇଥିଲା । ଲୁଟ ବେଳେ ୨ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତମାନେ । ଏହ ଘଟଣାରେ ୩ଜଣ ଗିରଫ ହୋଇଥିଲେ । ୨ ଅଭିଯୁକ୍ତ ଚୌଦ୍ବାର ଜେଲ୍ରୁ ଚମ୍ପଟ୍ ମାରିଛନ୍ତି। ତେବେ ଏହି ଲୁଟର ମାଷ୍ଟର ମାଇଣ୍ଡ ବିକାଶ ରାୟ ଫେରାର ରହିଥିଲା।