ପ୍ରମୂଖ ଖବର
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ରଥ ଖଳା ହାଲଚାଲ୍, ଚାଲିଛି ତୁମ୍ବରେ ବିନ୍ଧ ଓ ପନ୍ଦାରି ବଳା

Published By : Rasmita Pradhan | May 8, 2025 10:18 AM

ପୁରୀ, ୦୮/୦୫ : ଠାକୁରଙ୍କ ରଥ ନିର୍ମାଣରେ ଲାଗିଛନ୍ତି ବିଶ୍ୱକର୍ମା, କରତୀ, ଓଝା ଓ ଭୋଇ ସେବକ । ରଥ ଖଳାରେ ବିଶ୍ୱକର୍ମାମାନେ ତୁମ୍ବ ତିଆରିରେ ଲାଗିଛନ୍ତି । ତୁମ୍ବରେ ବିନ୍ଧ ଖୋଦେଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତୁମ୍ବ ଖୋଦେଇ ପାଇଁ ମେସିନ ପ୍ରସ୍ତୁତ । କରତି ସେବକ ତୁମ୍ବର ଘେର(ବଳକା ଅଂଶ) କାଟୁଛନ୍ତି । ବୁଧବାର ବଡ଼ଦାଣ୍ଡରେ ଅଖ ଓ ଦଣ୍ଡା କାଠ ପହଞ୍ଚିଛି। ୨୩ ଖଣ୍ଡ କାଠ ଭଞ୍ଜନଗରରୁ ଆସିଛି । ୪୦ ଫୁଟିଆ ୨୧ଟି ଧଉରା ଓ ୨ଟି ଅସନ କାଠ ଗଡ଼ । ମହାପ୍ରଭୁଙ୍କ ଭଉଁରି ଉତ୍ସବରେ ରଥର ଚକ ଓ ଅଖ ସଂଯୁକ୍ତ ହେବ । 

ମୁଖ୍ୟ ବିଶ୍ୱକର୍ମାଙ୍କ ସୂଚନା ଅନୁସାରେ, ଗୁରୁବାର ଖଳାରେ ତୁମ୍ବରେ ଅଗର ବିନ୍ଧ ହେବ ଯେଉଁଥିରେ ଅର କଣ୍ଟା ବସିବ । କମାର(ଓଝା) ସେବକମାନେ ଦୋଳବେଦି ପରିସରରେ ରଥ ପାଇଁ ଲୋଡ଼ା ଲୁହା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଏବେ ଶାଳରେ ପଡ଼ିଛି ପନ୍ଦାରି । ଏହାକୁ ପୋଡ଼ିଲା ପରେ ମଳି ଛଡ଼ା ଯାଇ ମଠା(ସାଇଜ୍‌) ହେବ । ତୁମ୍ବଗୁଡ଼ିକର ଭିତର ପାର୍ଶ୍ୱରେ ଲାଗିବ ପନ୍ଦାରି । ତାହାକୁ ମଜଭୁତ କରିବାକୁ ଚାବି ତିଆରି ହୋଇ ପନ୍ଦାରିରେ ପଡ଼ିବ । ଗୋଟିଏ ତୁମ୍ବରେ ଲାଗିବ ୨ଟି ଲେଖାଏଁ ପନ୍ଦାରି ଓ ବଳା । ତିନି ରଥର ୪୨ ଚକ ପାଇଁ ଆବଶ୍ୟକ ୮୪ଟି ପନ୍ଦାରି, ୮୪ଟି ବଳା । ସେଗୁଡିକର ଆକାର ଭିନ୍ନ ଭିନ୍ନ । ତୁମ୍ବର ବାହାର ପାଶ୍ୱର୍ରେ ଲାଗିବ ବଳା । ତୁମ୍ବରେ ଅଖ ଭୁଞ୍ଜାଯିବ । ଠାକୁରଙ୍କ ରଥ ଅଖର ଆକାର ବଡ଼ରୁ ସାନ ହୁଏ । 

ସେହି ଅନୁସାରେ ବଡ଼ସାନ ହୋଇ ତିଆରି ହୁଏ ପନ୍ଦାରି ଓ ବଳା । ସେଥିରେ ୪ଟି ଚାବି ଲାଗି ତୁମ୍ବକୁ ମଜଭୁତ କରାଯିବ । ଯେପରି ରଥ ଗଡ଼ିଲା ବେଳେ ତୁମ୍ବରୁ ଅଖ ଖସି ନଯାଏ । ଆଗେ ନୟାଗଡ଼ ଡିଭିଜନରୁ ଆସୁଥିଲା ୪୦ ଫୁଟିଆ କାଠ । ସେଠାରେ ଅଭାବ ପରିଲକ୍ଷିତ ହେବାରେ ବୌଦ୍ଧ ଓ ଫୁଲବାଣୀ ଆଦି ଅନ୍ୟ ଜିଲ୍ଲା ଉପରେ ନିର୍ଭର କରିବାକୁ ହେଉଛି । ରଥ ପାଇଁ ଆବଶ୍ୟକ ୧୦୦ଟି ୪୦ ଫୁଟିଆ କାଠ । ସେଥିରୁ ୩୦ଟି ଅସନ ଓ ୭୦ଟି ଧଉରା କାଠ । ଅସନରେ ଦଣ୍ଡା ଓ ଗୟଳ ଆଦି ରଥାଂଶ ପ୍ରସ୍ତୁତ ହୁଏ । ଅସନ ତୁଳନାରେ ଧଉରା ଅଧିକ ମଜଭୁତ । ଏଣୁ ଧଉରାରେ ମୁଖ୍ୟତଃ ରଥର ଅଖ ଓ ମଝି ଦଣ୍ଡା ପ୍ରସ୍ତୁତ ହୁଏ । ଅସନ କାଠ ବଙ୍କା ହେଉଥିବା କାରଣରୁ ଏଥିରେ ରଥର ଗୟଳ ତିଆରି ହୁଏ । ୩ ରଥର ମୋଟ ୩୨ ଗୟଳ ତିଆରି ହୁଏ । ଆଜି ରଥ ନିର୍ମାଣ କାର୍ଯ୍ୟରେ ୧୧୫ ଜଣ ନିୟୋଜିତ ହୋଇଥିବା ସୂଚନା ରହିଛି ।

ଏହି ଖବରଟିକୁ ପଢନ୍ତୁ-ନୂଆ ସକାଳ ଦେଖିବ ଚିଲିକା ‘ରାତିର ରାଣୀ’, ବଂଶ ବୃଦ୍ଧି ପାଇଁ ଯୋଜନା କରୁଛନ୍ତି ସରକାର

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.