ନୂଆଦିଲ୍ଲୀ, ୧୦/୦୭ : କାନାଡାର ବ୍ରିଟିଶ କଲମ୍ବିୟା ବାସିନ୍ଦା ୧୨ ବର୍ଷୀୟା ଝିଅ ମାନା ଜମ୍ପାଲାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। କିଶୋର ବୟସରେ ତାଙ୍କର ଏଆଇ ଉଦ୍ଭାବନ ବିଶ୍ୱକୁ ଚକିତ କରିଛି । ନଭେମ୍ବର ୨୦୨୫ରେ ଜମ୍ପାଲା ଏକ ଏଆଇ ରିସେପ୍ସନିଷ୍ଟ ପ୍ରସ୍ତୁତ କରିଥିଲେ । ନାଁ ‘ଭୋକ୍ସା’ । ଛୋଟ ବ୍ୟବସାୟରେ ଆବଶ୍ୟକ କାମରେ ସାହାଯ୍ୟ ସହିତ ଗ୍ରାହକଙ୍କୁ ଶହେ ପ୍ରତିଶତ ସେବା ପ୍ରଦାନ ଉଦ୍ଦେଶ୍ୟରେ ସେ ଭୋକ୍ସାକୁ ପ୍ରସ୍ତୁତ କରିଛନ୍ତି ।

ଏଆଇ ଯୁଗରେ ଟେକ୍ନୋଲୋଜିରେ ରୁଚି ରଖୁଥିବା ପିଲାଙ୍କ ମଧ୍ୟରେ ଜମ୍ପାଲା ଅନ୍ୟତମ । କିଶୋର ବୟସରେ ସେ ଜଣେ ଉଦ୍ୟମୀ ପାଲଟିଛନ୍ତି । ଏଆଇ ପ୍ରତି ଜମ୍ପାଲାଙ୍କ ରୁଚି ୯ ବର୍ଷ ବୟସରେ ଆରମ୍ଭ ହୋଇଥିଲା । ସେବେଠୁ ସେ ସ୍କ୍ରାଚ୍ କୋଡିଂ କ୍ୟାମ୍ପ୍ରେ ଯୋଗ ଦେଇଛନ୍ତି, ପାଇଥନ୍ ଅଧ୍ୟୟନ କରିଛନ୍ତି । ଭାରତ ଭ୍ରମଣ ସମୟରେ ଏକ କଲିଜିଏଟ୍-ସ୍ତରୀୟ ବିଜ୍ଞାନ ପ୍ରତିଯୋଗିତାରେ ସେ ସ୍ୱତନ୍ତ୍ର ପୁରସ୍କାର ପାଇଥିଲେ ଏବଂ ଏକ ୧୫୧୭ ମେଡିକି ପ୍ରୋଜେକ୍ଟ ଅନୁଦାନ ହାସଲ କରିଥିଲେ। ଏହି ପାଣ୍ଠି ଷ୍ଟାର୍ଟଅପ୍ ଆରମ୍ଭ କରୁଥିବା ହାଇସ୍କୁଲ ଓ କଲେଜ ବିଦ୍ୟାର୍ଥୀଙ୍କୁ ଏବଂ ଅଧାରୁ ଅଧ୍ୟୟନ ଛାଡ଼ିଥିବା ପିଲାଙ୍କୁ ଅନୁଦାନ ପ୍ରଦାନ କରେ । ପ୍ରଯୁକ୍ତି କ୍ଷେତ୍ରରେ ବ୍ୟବସାୟ ଆରମ୍ଭ କରିବାକୁ ଜମ୍ପାଲା ସର୍ବଦା ଚାହୁଁଥିଲେ।

ଏଆଇ ରିସେପ୍ସନିଷ୍ଟ ପ୍ରସ୍ତୁତି ଲାଗି ଜମ୍ପାଲା ପ୍ରଥମେ ଓପନ୍ଏଆଇର ଚାଟ୍ଜିପିଟି ବ୍ୟବହାର କରିଥିଲେ । ତା’ପରେ ଆନ୍ଥ୍ରୋପିକ୍ର କ୍ଲାଉଡ୍ କୋଡିଂ ସିଷ୍ଟମ୍କୁ ଗଲେ, ଯାହା ତାଙ୍କ ପାଇଁ ଅଧିକ ସହାୟକ ହେଲା । ନିଜର ଏଆଇ ଏଜେଣ୍ଟ ନିର୍ମାଣ ଲାଗି ପ୍ରଥମେ ସେ ଥାର୍ଡ-ପାର୍ଟି ସିଷ୍ଟମ୍ର ଉପଯୋଗ କଲେ । ଏବେ ସେ ନିଜସ୍ୱ ସିଷ୍ଟମ୍ ଉପଯୋଗ କରୁଛନ୍ତି, ମୂଳ କୋଡ୍ ପ୍ରସ୍ତୁତି ଲାଗି ତାଙ୍କୁ ୨ ସପ୍ତାହ ଲାଗିଲା । କିନ୍ତୁ ସର୍ବଦା ସେ ନୂଆ କୋଡ୍ ଯୋଡୁଛନ୍ତି, ବଗ୍ଠୁ ଦୂରରେ ରହିବାର ପ୍ରଣାଳୀ ସହିତ ନୂଆ ଫିଚର୍ ବି ଆଣୁଛନ୍ତି । ଏହା ଏକ ଅନ୍ତହୀନ ପ୍ରକ୍ରିୟା ବୋଲି ଜମ୍ପାଲା କହିଛନ୍ତି । ଭୋକ୍ସା ଲଞ୍ଚ ହେବାର ବର୍ଷେ ପୂରିନି, ବ୍ୟବସାୟରେ ଶତାଧିକ ଫୋନ୍ କଲ୍ ଏହା ସମ୍ଭାଳୁଛି । ଜଣେ ଗ୍ରାହକ ଭୋକ୍ସାକୁ ନିଜ ବ୍ୟବସାୟରେ ନିଯୁକ୍ତ କରିବା ପାଇଁ ଜମ୍ପାଲାଙ୍କୁ ଦେୟ ପ୍ରଦାନ କରିଛନ୍ତି । ଧୀରେ ଧୀରେ ସେ ନିଜ କମ୍ପାନିକୁ ବଢ଼ାଇବେ ବୋଲି କହିଛନ୍ତି।

ଆହୁରି ପଢନ୍ତୁ- ସାରା ଦେଶକୁ ଛୁଇଁଲା ମୌସୁମୀ ବାୟୁ, ଉତ୍ତରରୁ ଦକ୍ଷିଣ ସବୁଠି ବର୍ଷା ବିତ୍ପାତ, ଅନେକ ସ୍ଥାନରେ ଭୂସ୍ଖଳନ ଓ ବନ୍ୟା

Prambanan Temple History: ଜାଣନ୍ତୁ ପ୍ରେମ, ପ୍ରତାରଣା, ଯୁଦ୍ଧ ଓ ପ୍ରତିଶୋଧର କାହାଣୀ