ନୂଆଦିଲ୍ଲୀ, ୧୦/୦୭ : ଆମେରିକାରେ ଜଣେ ଭାରତୀୟ ସଫ୍ଟୱେର ଇଞ୍ଜିନିୟର ତାଙ୍କ ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟା ପରେ ଅଭିଯୁକ୍ତ ଅବିନାଶ ନାର୍ନେ (୩୦ ବର୍ଷ) ତାଙ୍କ ସ୍ତ୍ରୀଙ୍କ ଶବର ଫଟୋ ଭାରତରେ ଥିବା ତାଙ୍କ ପ୍ରେମିକାଙ୍କ ନିକଟକୁ ପଠାଇଥିଲେ । ଘଟଣାର ପ୍ରାୟ ୯ ମାସର ତଦନ୍ତ ପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏବେ ଜାମିନ ପାଇଁ ତାଙ୍କୁ ପ୍ରାୟ ୪୭ କୋଟି ଟଙ୍କା ଦେବାକୁ ପଡ଼ିବ । 

ସୂଚନା ଅନୁସାରେ, ଅବିନାଶ ତେଲଙ୍ଗାନା ବାସିନ୍ଦା । ତାଙ୍କ ବାହାଘର ୨୦୨୫ ଜୁନ୍‌ ୫ରେ ୨୭ ବର୍ଷୀୟା ରାଜିତା ସକ୍ରିନେନିଙ୍କ ସହ ହୋଇଥିଲା । ଗତବର୍ଷ ଅକ୍ଟୋବର ୨୭ରେ ଅବିନାଶ ପୁଲିସକୁ ଫୋନ୍‌ କରି କହିଥିଲେ ଯେ, ରାଜିତା ବାଥ୍‌ରୁମ୍‌ରେ ବନ୍ଦ ଅଛନ୍ତି ଏବଂ ସେ କବାଟ ଖୋଲୁନାହାନ୍ତି । ପୁଲିସ କବାଟ ଭାଙ୍ଗିବା ପରେ ଭିତରୁ ରାଜିତାଙ୍କ ମୃତଦେହ ମିଳିଥିଲା । ଅବିନାଶ କହିଥିଲେ ଯେ, ସେ ପ୍ରାୟ ୪୦ ମିନିଟ୍‌ ଧରି ଘରୁ ବାହାରକୁ ଯାଇଥିଲେ ଏବଂ ଫେରିଲା ବେଳକୁ ତାଙ୍କ ସ୍ତ୍ରୀ ବାଥ୍‌ରୁମ୍‌ରେ ବନ୍ଦ ହୋଇ ରହିଥିଲେ । ଯାଞ୍ଚବେଳେ ପୁଲିସ ଆପାର୍ଟମେଣ୍ଟର ସ୍ମାର୍ଟ ଲକ୍‌ ଏବଂ ସିକ୍ୟୁରିଟି ସିଷ୍ଟମ ଡାଟା ଅଣ୍ଡାଳି ଥିଲା । ଏଥିରୁ ଜଣାପଡ଼ିଥିଲା ଯେ, ଅବିନାଶ ବାହାରେ ଥିବା ସମୟରେ ଅନ୍ୟ କେହି ତାଙ୍କ ଘରକୁ ଆସି ନ ଥିଲେ । ତେଣୁ ଅବିନାଶଙ୍କ ଉପରେ ସନ୍ଦେହ ବଢ଼ିଥିଲା । ପୋଷ୍ଟମର୍ଟମ ରିପୋର୍ଟରେ ବି ରାଜିତାଙ୍କ ମୃତ୍ୟୁ ତଣ୍ଟି ଚିପା ଯିବା ଯୋଗୁ ଶ୍ୱାସରୁଦ୍ଧ ହୋଇ ଘଟିଥିବା ଜଣାପଡ଼ିଥିଲା । ଫଳରେ ପୁଲିସ ଅବିନାଶଙ୍କୁ ଗିରଫ କରିଥିଲା। 

ଆହୁରି ପଢନ୍ତୁ- Minor girl abuse : ପାଠ ପଢ଼ିବାକୁ ଆସିଥିଲେ ନାବାଳିକା, ଦୁଷ୍କର୍ମ କଲା ମଉସା, ଭଡ଼ାରେ ଲଗାଇଲା ମାଉସୀ

Prambanan Temple History: ଜାଣନ୍ତୁ ପ୍ରେମ, ପ୍ରତାରଣା, ଯୁଦ୍ଧ ଓ ପ୍ରତିଶୋଧର କାହାଣୀ