ଭୁବନେଶ୍ବର, ୧୪।୩ : ରାଜ୍ୟସଭା ନିର୍ବାଚନକୁ ନେଇ ନବୀନ ନିବାସରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦ୍ବିତୀୟ ପ୍ରର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଛି। ଦ୍ୱିତୀୟ ପର୍ୟ୍ଯାୟ ବୈଠକରେ ନବୀନଙ୍କ ଅଧ୍ୟକ୍ଷତାରେ ମୋଟ ୩୮ ଜଣ ବିଧାୟକ ଉପସ୍ଥିତ ରହିଥିଲେ । ବିଜେଡିର ରାଜ୍ୟସଭା ପ୍ରାର୍ଥୀ ସନ୍ତ୍ରୁପ୍ତ ମିଶ୍ର ମଧ୍ୟ ଉପସ୍ଥିତ ରହିଥିଲେ । ସେହିଭଳି ଆଜି ୬ ଜଣ ବିଧାୟକ ଅନୁପସ୍ଥିତ ରହିଥିଲେ । ସବୁଠାରୁ ବଡ଼କଥା ହେଉଛି ୩ ଜଣ ବିଧାୟକ ଆରମ୍ଭରୁ ଅନୁପସ୍ଥିତ ରହିଁଛନ୍ତି । ସେମାନେ ହେଲେ ନବ ମଲ୍ଲିକ, ସୌଭିକ ବିଶ୍ୱାଳ, ଚକ୍ରମଣି କହଁର । ତେବେ ଏମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ବିଧାୟକ ନିୟମିତ ଭାବେ ଦଳ ସୁପ୍ରିମୋଙ୍କ ସହ ବୈଠକରେ ସାମିଲ ହେଉଛନ୍ତି । ରାଜ୍ୟସଭା ନିର୍ବାଚନ ସମ୍ପର୍କିତ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି ଦଳୀୟ ବିଧାୟକ । ମକ୍ ଭୋଟିଂ ହୋଇଥିବା ଦଳୀୟ ବିଧାୟକମାନେ କହିଛନ୍ତି ।
ଆଜି ନବୀନ ନିବାସରେ ହୋଇଛି ମକ୍ ଭୋଟିଂ। ଶୁକ୍ରବାର ଠାରୁ ଆମର ଦଳୀୟ ମିଟିଂ ହେଉଛି। ରାଜ୍ୟସଭା ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ଅଛୁ । ଆମ ଦଳୀୟ ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ ସଂଯୁକ୍ତ ପ୍ରାର୍ଥୀ ଦତ୍ତେଶ୍ୱର ହୋତା ଉଭୟ ଜିତିବେ ବୋଲି ଆମର ବିଶ୍ୱାସ। ଆମର କଣ ପ୍ରତିକ୍ରିୟା ରହିବ ତାହାକୁ ନେଇ ଆମ ଦଳର ନେତା ନବୀନ ପଟ୍ଟନାୟକ ସମସ୍ତ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି । ସମସ୍ତ ବିଧାୟକଙ୍କ ଦୃଢ଼ ବିଶ୍ୱାସ ଯେ ଦଳ ଜିତିବ। ଆମେ ସବୁବେଳେ ଏକ ହୋଇ ଅଛୁ ଆମ ସମସ୍ତଙ୍କ ଦୃଢ ବିଶ୍ୱାସ ଅଛି ଆମ ଦୁଇଜଣ ପ୍ରାର୍ଥୀ ନିଶ୍ଚୟ ଜିତିବେ । ଆମକୁ ଭୋଟ ପାଇଁ ତାଗିଦ୍ କରିବାର କୌଣସି ଆବଶ୍ୟକତା ନାହିଁ । ଆମେ ଦଳ ନିଷ୍ପତ୍ତିରେ ଭୋଟ ଦେବୁ ବୋଲି ବିଧାୟକ କଳିକେଶ ନାରାୟଣ ସିଂହଦେଓ କହିଛନ୍ତି ।
ଆହୁରି ପଢନ୍ତୁ : ରାଜ୍ୟସଭା ପ୍ରାର୍ଥୀ ଚୟନକୁ ନେଇ ଅସନ୍ତୋଷ ଝାଡିଲେ ସୋଫିଆ