ଭୁବନେଶ୍ବର, ୧୪।୩ ରାଜ୍ୟ କଂଗ୍ରେସର ଶୀର୍ଷ ନେତୃତ୍ୱ ଓ ଦଳର କାର୍ଯ୍ୟଶୈଳୀ ନେଇ କଂଗ୍ରେସ ଵିଧାୟିକା ସୋଫିଆ ଫିର୍ଦ୍ଦୋଷ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସୋଫିଆ କହିଛନ୍ତି ରାଜ୍ୟସଭା ପ୍ରାର୍ଥୀ ଚୟନ ନେଇ ତାଙ୍କ ସହିତ ଅନ୍ୟ କିଛି ବିଧାୟକଙ୍କ ସହ ଦଳର ନେତୃତ୍ୱ କୌଣସି ଆଲୋଚନା କରି ନାହାନ୍ତି।
ଏହା ସହ ରାଜ୍ୟସଭା ନିର୍ବାଚନରେ ଘୋଡା ବେପାର ଅଟକାଇବା ପାଇଁ କଂଗ୍ରେସ ବିଧାୟକ ମାନେ ବେଙ୍ଗାଲୁରୁ ଯିଵା ସମ୍ପର୍କରେ ତାଙ୍କୁ ଜଣାଯାଇ ନାହିଁ ଵା ଡକାଯାଇ ନାହିଁ ବୋଲି କହିଛନ୍ତି ସୋଫିଆ। ତେଣୁ ସେ ବେଙ୍ଗାଲୁରୁ ଯିଵାର କୈ।ଣସି କାରଣ ନାହିଁ ବୋଲି କହିଛନ୍ତି ସୋଫିଆ।ଵିଜେଡ ପ୍ରାର୍ଥୀଙ୍କୁ କଂଗ୍ରେସ ସମର୍ଥନ ନେଇ ମଧ୍ୟ ତାଙ୍କ ସହିତ କୌଣସି ଆଲୋଚନା ହୋଇନଥିବା ସୋଫିଆ ସୂଚନା ଦେଇଛନ୍ତି। ଏହା ସହ ଵିଜେଡି ପ୍ରାର୍ଥୀଙ୍କୁ କଂଗ୍ରେସ ସମର୍ଥନ କରିବା ଠିକ୍ ନଥିଲା ବୋଲି କହିଛନ୍ତି ସୋଫିଆ ଫିର୍ଦ୍ଦୋଷ। ସେପଟେ ନିର୍ବାଚନରେ ନିଶ୍ଚିତ ମତଦାନ କରିବେ ବୋଲି କହିଵା ସହ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେବା ନେଇ ସୋଫିଆ କିଛି ସ୍ପଷ୍ଟ କରି ନାହାନ୍ତି। କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେବେ କି ବୋଲି ସାମ୍ବାଦିକ ମାନେ ପ୍ରଶ୍ନ କରିବାରୁ ସୋଫିଆ କୌଣସି ସ୍ପଷ୍ଟ ଉତ୍ତର ରଖିନଥିଲେ।