PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

କେନ୍ଦ୍ର ପାଞ୍ଚୁଛି ମେଗା ଯୋଜନା,ଚାଷୀଙ୍କୁ ନଗଦ ୭୦ ହଜାର କୋଟି

farming

source :www.businesstoday.in

ନୂଆଦିଲ୍ଲୀ,୨୧ା୧(ଏଜେନ୍ସି): ଚାଷୀମାନଙ୍କ ପାଇଁ ଏକ ମେଗା ଯୋଜନା ଆସିବ । ଏଥିରେ ସେମାନଙ୍କ ଆର୍ଥିକ ବୋଝ ହାଲୁକା କରିବା ଲାଗି ବ୍ୟାଙ୍କ ଖାତାରେ ସିଧାସଳଖ ଟଙ୍କା ଯୋଗାଇ ଦିଆଯିବ । ସବ୍‌ସିଡି ଆଉ ଦିଆଯିବ ନାହିଁ । ଏଥିପାଇଁ କେନ୍ଦ୍ର ସରକାର ୭୦,୦୦୦ କୋଟି ଟଙ୍କାର ସ୍କିମ୍‌ ଆଣିବେ । ଅନ୍ତରୀଣ ବଜେଟ୍‌ ୨୦୧୯-୨୦ରେ ଏହି ଘୋଷଣା କରିବେ ମୋଦି ସରକାର । ସୋମବାର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି ।
ଚାଷୀମାନଙ୍କୁ ଏବେ ସାର, କୃଷି ଯନ୍ତ୍ରପାତି ଓ ଅନ୍ୟାନ୍ୟ ଉପକରଣ ପାଇଁ ସବ୍‌ସିଡି ଯୋଗାଇ ଦିଆଯାଉଛି । ଏହିସବୁ ସବ୍‌ସିଡି ପରିବର୍ତ୍ତେ ସେମାନଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପ୍ରଦାନ କରାଯିବ । ଏହି ସ୍କିମ୍‌କୁ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ଉପରେ ବାର୍ଷିକ ଅତିରିକ୍ତ ୯୮୦ କୋଟି ଡଲାର ବା ପାଖାପାଖି ୭୦,୦୦୦ କୋଟି ଟଙ୍କାର ବୋଝ ପଡ଼ିବ । ମାର୍ଚ୍ଚ ୩୧ରେ ଶେଷ ହୋଇଥିବା ଆର୍ଥିକବର୍ଷରେ କୃଷି ସବ୍‌ସିଡି ବାବଦରେ ୭୦,୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ବଜେଟ୍‌ରେ ଘୋଷଣା କରିଥିଲେ ।
ଅନ୍ୟପକ୍ଷରେ ଚାଷୀମାନଙ୍କ ପାଇଁ ଏହି ନୂଆ ସ୍କିମ୍‌ କାର୍ଯ୍ୟକାରୀ କରାଯିବା ଦ୍ୱାରା ଦେଶର ବିତ୍ତୀୟ ନିଅଣ୍ଟ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କୁହାଯାଉଛି । ଆସନ୍ତା ମାର୍ଚ୍ଚ ୩୧ରେ ଶେଷ ହେବାକୁ ଥିବା ଆର୍ଥିକବର୍ଷରେ ବିତ୍ତୀୟ ନିଅଣ୍ଟ ପରିମାଣ ୩.୩ଧ ହେବ ବୋଲି ଧାର୍ଯ୍ୟ କରାଯାଇଥିବା ବେଳେ ନଭେମ୍ବରରେ ଶେଷ ହୋଇଥିବା ୮ ବର୍ଷରେ ଏହି ଏହି ସ୍ତର ପାର୍‌ କରିସାରିଲାଣି । ତେଣୁ ଏହା ୩.୫ଧଠାରୁ ଅତିକ୍ରମ କରିଯିବ ବୋଲି ଆଶଙ୍କା କରାଯାଉଛି । ଉଲ୍ଲେଖଯୋଗ୍ୟ, କିଛି ମାସ ହେଲା କୃଷିଋଣକୁ ନେଇ ବେଶ୍‌ ରାଜନୀତି ହେଉଛି । ବିଶେଷକରି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ବେଳେ କୃଷିଋଣକୁ ନେଇ ଅତ୍ୟଧିକ ଚର୍ଚ୍ଚା ହୋଇଛି । ଚାଷୀଙ୍କ ଉପରେ ଥିବା ଋଣ ଛାଡ଼ କରିବା ଲାଗି କଂଗ୍ରେସ ଏହାର ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଥିଲା । ଏହା ଦଳ ସପକ୍ଷରେ ଯାଇଥିଲା । ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ବିଜୟୀ ହୋଇଥିଲା । ଫଳରେ ଏହି ୩ ରାଜ୍ୟରୁ ବିଜେପି ସରକାର ହଟିଥିଲା । ତେଣୁ ଏଥର କେନ୍ଦ୍ର ସରକାର ସେହି ଭୁଲକୁ ଦୋହରାଇବାକୁ ଚାହୁନଥିବା ଜଣାପଡ଼ିଛି । ସମ୍ପ୍ରତି ଚାଷୀମାନେ ନାନା ପ୍ରକାର ସମସ୍ୟା ଦେଇ ଗତି କରୁଛନ୍ତି । ବିଶେଷକରି ନିଜ ଉôପାଦର ଉଚିତ ମୂଲ୍ୟ ପାଉନଥିବାରୁ ସେମାନେ ନାହିଁ ନଥିବା କ୍ଷତିର ସମ୍ମୁଖୀନ ହେଉଛନ୍ତି । ଏହି କାରଣରୁ ସେମାନଙ୍କ ଋଣ ବୋଝ ମଧ୍ୟ ବଢ଼ି ଯାଉଛି । ଶେଷରେ ଘୋର ଆର୍ଥିକ ସଂକଟରେ ପଡ଼ି ସେମାନେ ଆତ୍ମହତ୍ୟା ଭଳି ବାଟ ବାଛୁଛନ୍ତି । ନିକଟରେ ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ ଭଳି ରାଜ୍ୟର ଚାଷୀମାନେ ସେମାନଙ୍କ ଉôପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ନପାଇ ରାଜରାସ୍ତାକୁ ଓହ୍ଲାଇଥିଲେ । ତେଣୁ ଅସନ୍ତୁଷ୍ଟ ଚାଷୀମାନଙ୍କ ହୃଦୟ ଜିଣିବା ଲାଗି ବଡ଼ ଯୋଜନା ଆଣିବା ଜରୁରୀ ହୋଇପଡ଼ିଛି । ଦ୍ୱିତୀୟ ଥର କେନ୍ଦ୍ରରେ କ୍ଷମତା ହାସଲ ପାଇଁ ଅନ୍ତତଃ ଏହି ପଦକ୍ଷେପ ନେବା ଅପରିହାର୍ଯ୍ୟ ହୋଇପଡ଼ିଛି ।
ଅନ୍ୟପକ୍ଷରେ ୩ଟି ରାଜ୍ୟ ଯଥା ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କୃଷି ଋଣ ଛାଡ଼ କରିବା ପରେ କଂଗ୍ରେସ ବାରମ୍ବାର କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇ ଆସୁଛି । ମୋଦି ସରକାରଙ୍କୁ ଦଳ ଏକପ୍ରକାର ଚାଲେଞ୍ଜ୍‌ ଦେଇଛି । ମୋଦି ସରକାର ଚାଷୀମାନଙ୍କ ପାଇଁ ମେଗା ଯୋଜନା ଆଣିବାକୁ ଏବେ ବିଭିନ୍ନ ଦିଗ ଉପରେ ବିଚାର କରୁଛନ୍ତି । ବିଭିନ୍ନ ରାଜ୍ୟ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଯୋଜନାକୁ ମଧ୍ୟ ତର୍ଜମା କରାଯାଉଛି । ନିକଟରେ ଓଡ଼ିଶା ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ‘କାଳିଆ’ (କୃଷକଙ୍କ ଜୀବିକା ଓ ଆୟ ବୃଦ୍ଧି ପାଇଁ ସହାୟତା) ସ୍କିମ୍‌କୁ ମଧ୍ୟ ଅବଲୋକନ କରାଯାଉଛି । ‘କାଳିଆ’କୁ ସମୀକ୍ଷା କରି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ନୂଆ ଅବତାରରେ ଏକ କେନ୍ଦ୍ରୀୟ ସ୍କିମ୍‌ ଆଣିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରସ୍ତାବିତ ସ୍କିମ୍‌ରେ ମଧ୍ୟ କାଳିଆ ଭଳିି କ୍ଷୁଦ୍ର, ନାମମାତ୍ର ଚାଷୀ ଓ ଭୂମିହୀନ ଚାଷୀ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ରଖିବାକୁ କୁହାଯାଇଛି ।
ଉଲ୍ଲେଖଯୋଗ୍ୟ, ଡିସେମ୍ବର ୩୧ରେ ଓଡ଼ିଶାରେ କାଳିଆ ସ୍କିମ୍‌ ଆରମ୍ଭ ହୋଇଛି । ଏହି ସ୍କିମ୍‌ ଦ୍ୱାରା ରାଜ୍ୟର ୯୨ଧ ଚାଷୀ ଉପକୃତ ହେବେ । ଆସନ୍ତା ୩ ବର୍ଷ ମଧ୍ୟରେ କାଳିଆ ସ୍କିମ୍‌ରେ ୧୦,୧୮୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଓଡ଼ିଶା ସରକାର ବ୍ୟୟବରାଦ କରିଛନ୍ତି । ଏହି ସ୍କିମ୍‌ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ଆର୍ଥିକ, ଜୀବିକା ଓ କୃଷିକାର୍ଯ୍ୟ ପାଇଁ ସହାୟତା ଯୋଗାଇବା ସହ ବୀମା ସୁବିଧା ପ୍ରଦାନ କରିବ ।

ସମ୍ବନ୍ଧିତ ଖବର