ଭାରତୀୟ ନାଗରିକତ୍ୱ ଛାଡ଼ିଲେ ଚୋକ୍ସି

source :www.india.com
ନୂଆଦିଲ୍ଲୀ,୨୧ା୧(ଏଜେନ୍ସି): ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସି ନିଜର ଭାରତୀୟ ନାଗରିକତ୍ୱ ତ୍ୟାଗ କରିଛନ୍ତି । ଆଣ୍ଟିଗୁଆ ସରକାରଙ୍କ ନିକଟରେ ନିଜର ପାସ୍ପୋର୍ଟକୁ ସରେଣ୍ଡର କହିଛନ୍ତି । ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । ଭାରତକୁ ପ୍ରତ୍ୟର୍ପଣ ହେବାରୁ ମୁକୁଳିବା ଉଦ୍ଦେଶ୍ୟରେ ଚୋକ୍ସି ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି । ଆଣ୍ଟିଗୁଆ ଓ ଭାରତ ମଧ୍ୟରେ କୌଣସି ପ୍ରତ୍ୟର୍ପଣ ଚୁକ୍ତି ମଧ୍ୟ ନାହିଁ । ୧୩,୦୦୦ କୋଟି ଟଙ୍କା ମୂଲ୍ୟର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍ବି) ମହାଠକେଇ ମାମଲାରେ ସେ ବିଭିନ୍ନ ତଦନ୍ତ ଏଜେନ୍ସି ଦ୍ୱାରା ୱାଣ୍ଟେଡ୍ ରହିଛନ୍ତି ।ରିପୋର୍ଟ ମୁତାବକ, ଆଣ୍ଟିଗୁଆରେ ଅବସ୍ଥାପିିତ ଭାରତୀୟ ହାଇକମିସନ୍ଙ୍କ ନିକଟରେ ୫୯ ବର୍ଷୀୟ ଚୋକ୍ସି ୧୭୭ ଡଲାର ସହ ନିଜ ପାସ୍ପୋର୍ଟକୁ ଦାଖଲ କରିଛନ୍ତି । ସେହିଭଳି ଏବେ ଆଣ୍ଟିଗୁଆର ଜଲି ହାର୍ବର ମାର୍କସ୍କୁ ଚୋକ୍ସି ନିଜର ନୂଆ ଠିକଣା ଭାବେ ଉଲ୍ଲେଖ କରିଛନ୍ତି । ସୂଚନା ଥାଉକି, ୨୦୧୮ ଜାନୁଆରୀରେ ପିଏନ୍ବି ମହାଠକେଇ ନେଇ ଜଣାପଡ଼ିବାର ୧୫ ଦିନ ପୂର୍ବରୁ ଚୋକ୍ସି ଓ ଠକେଇର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ଭାରତ ଛାଡ଼ି ପଳାୟନ କରିଥିଲେ ।