ନୂଆଦିଲ୍ଲୀ, ୨୩।୧୨: ଏକ ସରକାରୀ ସଂସ୍ଥା ହ୍ୱାଟ୍ସଆପ୍ ୟୁଜର୍ସଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଜାରି କରିଛି । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ସଂସ୍ଥା ଇଣ୍ଡିଆନ୍ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ୍ ଏକ ନୂତନ ବିପଦ ବିଷୟରେ ରିପୋର୍ଟ କରିଛି ଏବଂ ୟୁଜର୍ସଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛି । ଏହା ଘୋଷ୍ଟପେୟାରିଂର ହାଇ ରିସ୍କ ସମସ୍ୟା ସହିତ ଜଡ଼ିତ, ଯେଉଁଥିରେ ହ୍ୟାକର୍ସଙ୍କ ଏକ ହ୍ୟାକର୍ସ ଟିମ୍ ଚତୁରତାର ସହ ଆକାଉଣ୍ଟକୁ ଦଖଲ କରିପାରନ୍ତି । ଚେତାବନୀରେ କୁହାଯାଇଛି ଯେ, ହ୍ୟାକର୍ସ ହ୍ୟାଟ୍ସଆପ୍ର ଡିଭାଇସ୍-ଲିଙ୍କିଂ ବୈଶିଷ୍ଟ୍ୟର ଅପବ୍ୟବହାର କରୁଛନ୍ତି । ସେମାନେ ବିନା କୌଣସି ଅଥେଣ୍ଟିକେସନ ପେୟାରିଂ କୋଡ୍ ବ୍ୟବହାର କରି ଆକାଉଣ୍ଟଗୁଡ଼ିକୁ ହାଇଜାକ୍ କରିପାରିବେ । ଏହା ଏତେ ବିପଦପୂର୍ଣ୍ଣ ଯେ, ହ୍ୟାକର୍ସମାନେ ରିଅଲ୍-ଟାଇମ୍ ଚାଟ୍ ପଢ଼ିପାରିବେ ଏବଂ ଗୁପ୍ତ କଥା ଲିକ୍ କରିପାରିବେ ।
ଏହି ହ୍ୱାଟ୍ସଆପ୍ ହ୍ୟାକିଂ ହେବାର ପ୍ରାରମ୍ଭରେ ଏକ ସରଳ ମେସେଜ୍ ସହିତ ଆରମ୍ଭ ହୁଏ । ପ୍ରଥମେ ଜଣେ ପରିଚିତ ବ୍ୟକ୍ତିଙ୍କ ନମ୍ୱରରୁ ମେସେଜ୍ ଆସେ ଯେ, "ହାଏ, ଏହି ଫଟୋଟି ଦେଖନ୍ତୁ ।" ଏହି ମେସେଜରେ ଫେସବୁକ୍ ପରି ପ୍ରିଭ୍ୟୁ ସହିତ ଏକ ଲିଙ୍କ୍ ଥାଏ । ଯେତେବେଳେ ୟୁଜର୍ସ ପ୍ରିଭ୍ୟୁ ଦେଖିବାକୁ କ୍ଲିକ୍ କରନ୍ତି, ଏହା ପରେ ଏକ ଫୋନ୍ ନମ୍ବର ମାଗେ ଏବଂ ଯାଞ୍ଚ ପାଇଁ ଅନୁରୋଧ କରେ । ଚେତାବନୀରେ କୁହାଯାଇଛି ଯେ, ସାଇବର ହ୍ୟାକର୍ସମାନେ ଏହି ଉପାୟରେ ୟୁଜର୍ସଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟକୁ ହାଇଜାକ୍ କରନ୍ତି । ଯଦି କୌଣସି ପରିଚିତ ବ୍ୟକ୍ତି ଏପରି ମେସେଜ୍ ପଠାନ୍ତି ଏବଂ ଆପଣଙ୍କୁ ଆପଣଙ୍କ ମୋବାଇଲ ନମ୍ବର ଦେବାକୁ କୁହନ୍ତି, ତେବେ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ । ଏପରି କୌଣସି ଲିଙ୍କରେ ଆପଣଙ୍କର ମୋବାଇଲ ନମ୍ବର ଯାଞ୍ଚ କରନ୍ତୁ ନାହିଁ, କାରଣ ଏହା ପରେ ଆପଣଙ୍କ ହ୍ୱାଟ୍ସଆପ୍ ହ୍ୟାକ୍ ହେବାର ସମ୍ଭାବନା ଥାଏ ।
ହ୍ୱାଟ୍ସଆପ୍ ସେଟିଂସ୍ରେ ଅଛି ସ୍ୱତନ୍ତ୍ର ବିକଳ୍ପ:
ହ୍ୱାଟ୍ସଆପ୍ର ସେଟିଂସ୍ ମଧ୍ୟରେ, ଲିଙ୍କ୍ଡ ଡିଭାଇସ୍ସ ନାମକ ଏକ ଫିଚର ଅଛି, ଯାହା ଦ୍ଵାରା ଆପଣଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟ କେଉଁଠାରେ ଲଗ୍ ଇନ୍ ହୋଇଛି ତାହା ଯାଞ୍ଚ କରିପାରିବେ । ଯଦି ଆପଣ କୌଣସି ଅଜଣା ସ୍ଥାନରେ ଲଗ୍ ଇନ୍ କରିଛନ୍ତି, ତେବେ ଶୀଘ୍ର ଲଗ୍ ଆଉଟ୍ ମଧ୍ୟ କରିପାରିବେ । ଏହି ସେବା ଆଣ୍ଡ୍ରଏଡ୍ ଏବଂ ଆଇଫୋନ୍ ଉଭୟରେ ଉପଲବ୍ଧ ।