ନୂଆଦିଲ୍ଲୀ,୫।୩: ସରକାରୀ ବାସଭବନର ମରାମତି ପାଇଁ ସାଂସଦଙ୍କୁ ମିଳିବ ଅଧିକ ଅର୍ଥ। ଲୋକସଭାର ହାଉସ କମିଟି ଏଥିପାଇଁ ମିଳୁଥିବା ଧନରାଶିରେ କରିଛନ୍ତି ୨୩୦% ବୃଦ୍ଧି। ଏବେ ଏହା ଦେଢ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ଏହି ନିଷତ୍ତି ସାଂସଦଙ୍କ ଆବଶ୍ୟକତାକୁ ଦୃଷ୍ଟି ରଖି ନିଆଯାଇଛି। କାରଣ ପୂର୍ବରୁ ବହୁବାର ସାଂସଦମାନେ ଅର୍ଥ ବଢାଇବା ନେଇ ଦାବି କରି ଆସୁଥିଲେ।

ସାଂସଦଙ୍କ ସରକାରୀ ବାସଭବନର ମରାମତି ନେଇ ବଢିଲା ଅର୍ଥ। ଦେଢ ଲକ୍ଷ ଟଙ୍କାରୁ ୫ ଲକ୍ଷରୁ ହେଲା ବୃଦ୍ଧି। ଏନେଇ ଲୋକସଭା ସଚିବାଳୟ ପକ୍ଷରୁ ଜାରି କରାଯାଇଛି ସର୍କୁଲାର। ଅର୍ଥ ବଢାଇବା ନେଇ ବହୁ ସାଂସଦ କେନ୍ଦ୍ରୀୟ ଲୋକ ନିର୍ମାଣ ବିଭାଗ ବା CPWD ନିକଟରେ ଅନୁରୋଧ କରିଥିଲେ। ବହୁ ସାଂସଦ ନିଜର ବାସଭବନ, ଅଫିସ, ଗେଷ୍ଟ ରୁମ୍ ଓ ଅନ୍ୟ ଆବଶ୍ୟକୀୟ ସୁବିଧା ଯୋଡିବାକୁ ଚାହୁଁଛନ୍ତି। ନର୍ଥ ଓ ସାଉଥ୍ ଏଭିନ୍ୟୁରେ ଥିବା ସାଂସଦଙ୍କ ବଙ୍ଗଳା ଓ ଫ୍ଲାଟ ଖୁବ୍ ପୁରୁଣା। ଏହି କାରଣରୁ ମରାମତି ଓ ପରିବର୍ତ୍ତନ କରିବାକୁ ଅର୍ଥ ବଢାଯାଇଛି। ନୂଆ ଦିଲ୍ଳୀ ନଗର ପରିଷଦ କ୍ଷେତ୍ରରେ ସରକାରୀ ବାସଭବନର ନିର୍ମାଣ ଓ ମରାମରି ପାଇଁ CPWD ହେଉଛି ଏକମାତ୍ର ଏଜେନ୍ସି।