ନୂଆଦିଲ୍ଲୀ, ୦୭/୦୪ : ଭାରତୀୟ ସଂସଦୀୟ ଇତିହାସରେ ଯୋଡ଼ି ହେଲା ନୂଆ ଅଧ୍ୟାୟ। ଦେଶର ପ୍ରଥମ ତୃତୀୟ ଲିଙ୍ଗୀ ସାଂସଦ ଭାବେ ଶପଥ ନେଲେ ମେନକା ଗୁରୁସ୍ୱାମୀ। ରାଜ୍ୟସଭାରେ ଟିଏମସିରୁ କରିବେ ପ୍ରତିନିଧିତ୍ଵ। ୫୧ ବର୍ଷୀୟା ବରିଷ୍ଠ ଓକିଲ ମେନକା ସାର୍ବଜନିନ ଭାବେ ନିଜକୁ ଏଲ୍‌ଜିବିଟିକ୍ୟୁପ୍ଲସ୍‌ ସମ୍ପ୍ରଦାୟର ବୋଲି ପରିଚିତ କରାଇଛନ୍ତି । ୨୦୧୮ର ସେହି ଐତିହାସିକ ଆଇନଗତ ଲଢ଼େଇରେ ବିଜୟର ଅନ୍ୟତମ ଶ୍ରେୟ ମେନକାଙ୍କୁ ଯାଇଥାଏ । ୨୦୧୮ରେ ସୁପ୍ରିମକୋର୍ଟ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ଶ୍ରେଣୀରୁ ବାହାର କରିଥିଲେ। ମେନକା ଗୁରୁସ୍ଵାମୀ ଶପଥ ନେବା ପରେ କହିଛନ୍ତି ଯେ, ସମ୍ବିଧାନର ମୂଲ୍ୟବୋଧ, ସମାନତା, ନ୍ୟାୟ ଏବଂ ଭେଦଭାବ ରହିତ ସମାଜକୁ ମଜବୁତ କରିବା ତାଙ୍କ ଉଦ୍ଦେଶ୍ୟ। ତାଙ୍କର ଏହି ପରିଚୟ ସେହି ଲୋକଙ୍କ ପାଇଁ ଆଶାର କିରଣ ପାଲଟିବ ଯେଉଁମାନେ ସମାଜରେ ବରାବର ହେବା ପାଇଁ ଏବେବି ଲଢେଇ କରୁଛନ୍ତି। .

ଡ. ମେନକା ଗୁରୁସ୍ଵାମୀଙ୍କ ଜୀବନ ଯାତ୍ରା ଖୁବ୍ ପ୍ରେରଣାଦାୟୀ। ଅକ୍ସଫୋର୍ଡ ଏବଂ ହାୱାର୍ଡ ଭଳି ପ୍ରତିଷ୍ଠିତ ସଂସ୍ଥାରେ ପାଠ ପଢିବା ପରେ ସେ ଆଇନ କ୍ଷେତ୍ରରେ ନିଜର ପରିଚୟ ତିଆରି କରିଥିଲେ। ୨୦୧୮ରେ ସୁପ୍ରିମକୋର୍ଟରେ ଧାରା ୩୭୭ ବିରୋଧରେ ହୋଇଥିବା ଐତିହାସିକ ଲଢେଇରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେଇଥିଲେ। ୨୦୧୮ରେ ସୁପ୍ରିମକୋର୍ଟ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ଶ୍ରେଣୀରୁ ବାହାର କରିଥିଲେ। ତାଙ୍କର ପ୍ରତିଭା ଏବଂ ଦୂରଦୃଷ୍ଟିପୂର୍ଣ୍ଣ ଚିନ୍ତାଧାରା ଯୋଗୁଁ, ୨୦୧୯ ମସିହାରେ ତାଙ୍କୁ 'ଟାଇମ୍ ମ୍ୟାଗାଜିନ୍'ର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିତ୍ଵଙ୍କ ତାଲିକାରେ ଏବଂ 'ଫରେନ୍ ପଲିସି ମ୍ୟାଗାଜିନ୍'ର 'ଗ୍ଲୋବାଲ୍ ଥିଙ୍କର୍ସ' ତାଲିକାରେ ସାମିଲ କରାଯାଇଥିଲା।

ଡକ୍ଟର ଗୁରୁସ୍ୱାମୀଙ୍କ ଆଇନଗତ ଜୀବନ ୧୯୯୭ ମସିହାରେ ଭାରତର ପୂର୍ବତନ ଆଟର୍ଣ୍ଣି ଜେନେରାଲ ଅଶୋକ ଦେଶାଇଙ୍କ ମାର୍ଗଦର୍ଶନରେ ଆରମ୍ଭ ହୋଇଥିଲା। ସେ ତାଙ୍କୁ ଜଣେ ମାର୍ଗଦର୍ଶକ ବୋଲି ମାନିଥିଲେ ବିଭିନ୍ନ ମାଲି ମୋକଦ୍ଦମା ଏବଂ ଜଟିଳ ସାମ୍ବିଧାନିକ ମାମଲାରେ ତାଙ୍କ ସହିତ କାର୍ଯ୍ୟ କରିଥିଲେ। ତାଙ୍କର ଶିକ୍ଷାଗତ ଯାତ୍ରା ମଧ୍ୟ ଖୁବ୍ ପ୍ରେରଣାଦୟୀ। ରାଜନୀତିରେ ପାଦ ଦେବା ପୂର୍ବରୁ ଡକ୍ଟର ମେନକା ଗୁରୁସ୍ୱାମୀ ଆଇନଗତ କ୍ଷେତ୍ରରେ ତୃଣମୂଳ କଂଗ୍ରେସ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ କୋର୍ଟରେ ଦଳର ପ୍ରତିନିଧିତ୍ୱ କରିଥିଲେ ଏବଂ ରାଜନୈତିକ ପରାମର୍ଶଦାତା ସଂଗଠନ I-PAC ର କାର୍ଯ୍ୟାଳୟ ଉପରେ ED ଚଢାଉକୁ ଚ୍ୟାଲେଞ୍ଜ କରିଥିଲେ। ସାମ୍ବିଧାନିକ ମାମଲା ବିଷୟରେ ତାଙ୍କର ଗଭୀର ବୁଝାମଣା ଏବଂ ଦଳର ରଣନୈତିକ ପ୍ରତିରକ୍ଷାରେ ତାଙ୍କର ଅବଦାନ ତାଙ୍କୁ ସଂସଦ ପାଇଁ ଜଣେ ଯୋଗ୍ୟ ପ୍ରାର୍ଥୀ ଭାବରେ ପ୍ରତିଷ୍ଠା କରିଥିଲା। ଏବେ, ଗୃହ ମଧ୍ୟରେ, ସେ କେବଳ ତାଙ୍କ ଦଳ ବିଷୟରେ ନୁହେଁ ବରଂ ସାମାଜିକ ନ୍ୟାୟ ଏବଂ ଅନ୍ତର୍ଭୁକ୍ତିକରଣ ପ୍ରସଙ୍ଗରେ ମଧ୍ୟ କହିବେ।

ତାଙ୍କର ଏହି ସଫଳତାକୁ LGBTQ+ ସମ୍ପ୍ରଦାୟ ପାଇଁ ବର୍ଦ୍ଧିତ ସାମାଜିକ ଗ୍ରହଣୀୟତା ଏବଂ ରାଜନୈତିକ ସଶକ୍ତିକରଣର ପ୍ରତୀକ ଭାବରେ ଦେଖାଯାଉଛି। ବର୍ଷ ବର୍ଷ ଧରି କୋର୍ଟରେ ଅବହେଳିତ ଲୋକଙ୍କ ଅଧିକାର ପାଇଁ ଲଢ଼ିଆସୁଥିବା ଡକ୍ଟର ଗୁରୁସ୍ୱାମୀଙ୍କ ସ୍ୱର ଏବେ ସଂସଦରେ ପ୍ରତିଧ୍ୱନିତ ହେବ।

ଆହୁରି ପଢନ୍ତୁ- ବାଂଲାଦେଶ ସୀମାରେ ବନ୍ଦ ହେବ ଅନୁପ୍ରବେଶ; ସାପ-କୁମ୍ଭୀରକୁ ବ୍ୟବହାର କରିବ ବିଏସଏଫ