କାଳିମେଳା ୦୫/୦୭: ଏକ କଳାରଙ୍ଗର ନୂଆ ଥାର କାର୍‌ରେ ନିଆଁ ଲାଗ ଦେଲେ ଦୁର୍ବୃତ୍ତ। ଜଳିପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କା କାର୍। ନିଆଁ ଲଗାଇବା ପରେ ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ତେବେ କେଉଁ କାରଣରୁ ଥାର୍ କାରରେ ନିଆଁ ଲଗାଇଲେ ତାହା ଜଣାପଡିନାହିଁ। ଏଭଳି ଅଭାବନୀୟ ଘଟଣା କାଲିମେଳା ଥାନା ଅନ୍ତର୍ଗତ ଏମ୍‌ପିଭି ୩୩ ଗାଁ ନିକଟ ପାହାଡ଼ ପାଖରେ ଘଟିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି। ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ଅଧିକ ପଢ଼ନ୍ତୁ:- Gajapati Letter To ISKCON: ଶାସ୍ତ୍ରୀୟ ତିଥି ଅନୁଯାୟୀ ସ୍ନାନଯାତ୍ରା ଓ ରଥଯାତ୍ରା ପାଳନ ପାଇଁ ଇସ୍କନକୁ ଗଜପତିଙ୍କ ଚିଠି

ମିଳିଥିବା ତଥା ଅନୁଯାୟୀ, ଗତକାଲି ବିଳମ୍ବିତ ରାତି ପ୍ରାୟ ୧୧ ଟାରୁ ସାଢ଼େ ୧୧ ସମୟରେ ଗୋଟିଏ କଳା ରଙ୍ଗର ଥାର ଗାଡି ଦ୍ରୁତ ଗତି ଏମପିଭି ୩୩ ଗାଁ ଭିତକୁ ପଶିଥିଲା। ଏହାପରେ ଗ୍ରାମ ଶେଷରେ ପାହାଡ଼ ପାଖରେ ଛିଡ଼ା ହୋଇଥିଲା। କିଛି ଦୁର୍ବୃତ୍ତ ନୂଆ ଥାର୍ କାର୍‌ରେ ହଠାତ୍‌ ନିଆଁ ଲଗେଇ ଛାଡି ଯାଇଥିବା ଦେଖିବାକୁ ମିଳିଥିଲା ତେବେ କିଏ ଓ କାହିଁକି ଏଭଳି ନୂତନ ଥାର କାରକୁ ନିଆଁ ଲଗେଇ ଛାଡି ଚାଲି ଯାଇଥିବା ସୂଚନା ମିଳିପାରିନାହିଁ। ଏ ନେଇ ଘଟଣା ସମ୍ପର୍କରେ ଜାଣିବା ପାଇଁ କାଲିମେଳା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଭୁଦତ୍ତ ବିଶ୍ୱାଳଙ୍କୁ ପଚରାଯାଇଥିଲା । ସେ କହିଲେ ବୋଧ ହୁଏ ଗଞ୍ଜେଇ ନେଇକି ଯାଉଥିବା ଗାଡି ହୋଇପାରେ। ପୁଲିସ ଭୟରେ ଗାଡିକୁ ନିଆଁ ଲଗେଇ ଦେଇଥିବ କରିଛନ୍ତି । ଏ ନେଇ ତଦନ୍ତ ଚାଲିଛି କହିଛନ୍ତି ଥାନା ଅଧିକାରୀ ବିଶ୍ୱାଳ ପ୍ରକାଶ ।