ନୂଆଦିଲ୍ଲୀ: ମୁମ୍ବାଇର ଦମଦାର ବ୍ୟାଟିଂ । ରିୟାନ ରିକଲଟନଙ୍କ ଶତକୀୟ ପାଳି । ହାଇଦ୍ରାବାଦ ଆଗରେ ୨୪୪ ରନର ବିଜୟ ଲକ୍ଷ୍ୟ ରଖିଲା ମୁମ୍ବାଇ । ୫ ଓ୍ବିକେଟ ବିନିମୟରେ ଦଳ ଏହି ସ୍କୋର କରିବାରେ ସକ୍ଷମ ହୋଇଛି । ଓ୍ବାଙ୍ଖଡେରେ ଆଜି ଘରୋଇ ଦଳର ବ୍ୟାଟ୍ସମ୍ୟାନ ନିଜର ଦବଦବା ଜାରି ରଖିଛନ୍ତି ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ । ନିଜର ରଣନୀତି ଅନୁସାରେ ବ୍ୟାଟିଂ ଆରମ୍ଭ କରି ପ୍ରଥମରୁ ହାଇଦ୍ରାବାଦ ବୋଲରଙ୍କ ଉପରେ ଭାରି ପଡ଼ିଥିଲେ ରିକଲଟନ୍ । ସେ ୧୨୩ ରନର ପାଳି ଖେଳିଛନ୍ତି ।ମୁମ୍ବାଇ ପାଇଁ ୱିଲ୍ ଜାକ୍ସ ଏବଂ ରେୟାନ ରିକେଲ୍ଟନ ବ୍ୟାଟିଂ ଆରମ୍ଭ କରିଥିଲେ। ଉଭୟ ଖେଳାଳି ଏକ ଭଲ ଆରମ୍ଭ କରିଥିଲେ। ଦଳୀୟ ସ୍କୋରକୁ ପ୍ରଥମ ୱିକେଟରେ ୯୩ ରନ୍ରେ ପହଞ୍ଚାଇଥିଲେ। ଏଥିରୁ ଜ୍ୟାକ୍ଙ୍କ ବ୍ୟକ୍ତିଗତ ସ୍କୋର ୪୬ ରନ୍ ଥିଲା, ଯିଏକି ୨୨ଟି ବଲ୍ ଖେଳି ୫ଟି ଚୌକା ଏବଂ ୩ଟି ଛକା ମାରିଥିଲେ।
ମୁମ୍ବାଇର ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ ୫, ନମନ ଧିର ୨୨, ପାଣ୍ଡ୍ୟା ୩୧ ଏବଂ ତିଲକ ବର୍ମା ୭ ରନ କରିବାରେ ସକ୍ଷମ ହୋଇଛନ୍ତି । ସେପଟେ ହାଇଦ୍ରାବାଦ ପକ୍ଷରୁ ସର୍ବାଧିକ ଓ୍ବିକେଟ ପ୍ରଫୁଲ ହିଙ୍ଗେ ୨ଟି ନେବାରେ ସକ୍ଷମ ହୋଇଛନ୍ତି ।