ନୂଆଦିଲ୍ଲୀ,୨୩/୦୩; ମଧ୍ୟପ୍ରାଚ୍ୟ ଯୁଦ୍ଧ ନିଆଁ ଥମିବାର ନାଁ ନେଉନାହିଁ । ଦିନକୁ ଦିନ ଉଗ୍ର ହେଉଛି ଯୁଦ୍ଧ ନିଆଁ । ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ଭିତରେ ଭାରତୀୟ ବଜାରରେ ହୁ ହୁ ହୋଇ ସୁନା ଦର ଖସୁଛି । ଯାହା ଗ୍ରାହକଙ୍କ ପାଇଁ ଏକ ଖୁସି ଖବର । ଲଗାତାର ତଳମୁହାଁ ହୋଇଛି ସୁନା-ରୁପା ଦର । ମିଡିଲ ଇଷ୍ଟରେ ଯୁଦ୍ଧ ଜାରି । ଗ୍ଲୋବଲ ଟେନସନ ଚରମ ସ୍ଥିତି ଥିବାବେଳେ ଆଜି ସୁନା ଦରରେ ବଡ଼ ଧରଣର ହ୍ରାସ ହୋଇଛି । ମଲ୍ଚି କମୋଡିଟି ଏକ୍ସଚେଞ୍ଜରେ ରୁପା ଅଚାନକ ୧୫ ହଜାର ଟଙ୍କା ଶସ୍ତା ହୋଇଛି । ରୁପା କିଲୋ ବର୍ତ୍ତମାନ, ୨,୧୧ ୭୨୯ ଟଙ୍କା ରହିଛି । ସେହିପରି ସୁନା ୮ ହଜାର ଟଙ୍କା ଶସ୍ତା ହୋଇଛି । ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ପ୍ରାୟ ୧,୪୪, ୪୯୨ ଟଙ୍କା ରହିଛି । ଫଳରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ଏବେ ୧ ଲକ୍ଷ ୨୮ ହଜାର ୩୫୦ ଟଙ୍କାକୁ ଖସି ଆସିଛି ।

​​​​​​​ଆମେରିକା-ଇସ୍ରାଏଲ ଏବଂ ଇରାନ ଲଢୁଛନ୍ତି । ଏହାରି ଭିତରେ ଭାରତୀୟ ବଜାରରେ ଖସୁଛି ସୁନା ତାଉ । ମଲ୍ଚି କମୋଡିଟି ଏକ୍ସଚେଞ୍ଜରେ ରୁପା ଅଚାନକ ୧୫ ହଜାର ୪୩ ଟଙ୍କା ଶସ୍ତା ହୋଇଛି । ରୁପା କିଲୋ ବର୍ତ୍ତମାନ, ୨ ଲକ୍ଷ ୧୧ ହଜାର ୭୨୯ ଟଙ୍କା ରହିଛି । ଏହାକୁ ହିସାବକୁ ନେଇ ରୁପା ମୂଲ୍ୟ ତାର ଶୀର୍ଷ ସ୍ଥାନରୁ ୨ ଲକ୍ଷରୁ ଅଧିକ ହ୍ରାସ ହୋଇଛି । ଜାନୁଆରୀ ୨୯ ତାରିଖରେ ଏହାର ସର୍ବୋଚ୍ଚ ସ୍ତର ୪ ଲକ୍ଷ ୨୦ ହଜାର ୪୮ ଟଙ୍କା ତୁଳନାରେ ରୂପା ମୂଲ୍ୟ ଏବେ ୨ ଲକ୍ଷ ୮ ହଜାର ୩୧୯ ଟଙ୍କାକୁ ହ୍ରାସ ପାଇଛି ।  ସେହିପରି ସୁନା ୮ ହଜାର ଟଙ୍କା ଶସ୍ତା ହୋଇଛି । ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ପ୍ରାୟ  ୧ ଲକ୍ଷ ୪୪ ହଜାର ୪୯୨ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ଏବେ ୧ ଲକ୍ଷ ୨୮ ହଜାର ୩୫୦ ଟଙ୍କାକୁ ଖସିଛି । ଆଖି ପିଛୁଳାକେ ୮ ହଜାର ୮୯ ଟଙ୍କା ହ୍ରାସ ହୋଇଛି । ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ସୁନା-ରୁପା ଦର ଦ୍ରୁତ ଗତିରେ ହ୍ରାସ ପାଉଛି ।

 

ଏହା ବି ପଢନ୍ତୁ...ଘରୋଇ ସିଲିଣ୍ଡରରେ ‘ପାନିକ୍ ବୁକିଂ’ ରେ ହ୍ରାସ ଘଟିଛି, ବଢିଛି କମର୍ସିଆଲ ଗ୍ୟାସ୍ ସପ୍ଲାଇ: ସରକାରୀ ଅପଡେଟ୍  

​​​​​​​ଏବେ ପ୍ରଶ୍ନ ଅଚାନକ କାହିଁକି କମିଲା ସୁନା-ରୁପା ଦର । ସାଧାରଣତଃ ବୈଶ୍ୱିକ ଉତ୍ତେଜନାରେ ସୁନା ଏବଂ ରୁପା ଦର ବଢେ । କିନ୍ତୁ ଏଥର ପରିସ୍ଥିତି ଭିନ୍ନ । ବିଶେଷଜ୍ଞଙ୍କ ମତରେ, ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଡଲାର ମହଙ୍ଗା ହେବାରେ ଲାଗିଛି । ଫଳରେ ନିବେଶକମାନେ ସୁନା ବଦଳରେ ଡଲାର ଉପରେ ଅଧିକ ଭରସା କରୁଛନ୍ତି । ସେହିପରି ଉଚ୍ଚ ସୁଧ ହାର ଯୋଗୁଁ ନିବେଶକମାନେ ସୁନାରୁ ନିଜର ପ୍ରଫିଟ୍ ବୁକ୍ କରି ମୁହଁ ଫେରାଉଥିବାରୁ, ସୁନା ଓ ରୁପା ଦରରେ ଏଭଳି ବଡ଼ ହ୍ରାସ ହୋଇଛି ।