ମିହିର ଦାସଙ୍କ ସାନ ପୁଅଙ୍କ ଅକାଳ ବିୟୋଗ, ଲିଭର ଜନିତ ସମସ୍ୟା ଯୋଗୁଁ ଥିଲେ ଚିକିତ୍ସାଧୀନ

ଭୁବନେଶ୍ଵର, ୨୫/୦୧ : ଓଲିଉଡ ଅଭିନେତା ମିହିର ଦାସଙ୍କ ସାନ ପୁଅଙ୍କ ଅକାଳ ବିୟୋଗ। ମାତ୍ର ୨୬ ବର୍ଷ ବୟସରେ ଅକ୍ଲାନ୍ତ ଦାସଙ୍କ ପରଲୋକ ଘଟିଛି। ମଙ୍ଗଳବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି। ମାସେ ହେଲା ଭୁବନେଶ୍ଵର ଏମ୍ସରେ ଚିକିତ୍ସାଧୀନ ଥିଲେ। ଲିଭର ଜନିତ ସମସ୍ୟା ଯୋଗୁଁ ଚିକିତ୍ସାଧୀନ ଥିଲେ ଅକ୍ଲାନ୍ତ। ମାତ୍ର ଏକ ବର୍ଷ ବ୍ୟବଧାନରେ ବାପ-ପୁଅଙ୍କର ମୃତ୍ୟୁ ହୋଇଛି। ଅକ୍ଲାନ୍ତଙ୍କ ବିୟୋଗରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି। କଟକ ସତୀଚଉରାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ଭାଇ ଅମ୍ଲାନ ମୁଖାଗ୍ନୀ ଦେଇଛନ୍ତି।

୧୯୯୬ ମସିହା ଅଗଷ୍ଟ ୧୮ ତାରିଖରେ ଜନ୍ମଗ୍ରହଣ କରିଥିବା ଅକ୍ଲାନ୍ତ ସିଡିଏ ସ୍ଥିତ ଡିଏଭିରୁ ପାଠ ପଢା ଶେଷ କରିଥିଲେ। ସୂଚନାଯୋଗ୍ୟ, ୨୦୨୧ରେ ଅକ୍ଲାନ୍ତଙ୍କ ବାପା ତଥା ବରିଷ୍ଠ ଅଭିନେତା ମିହିର ଦାସଙ୍କ ଦେହାନ୍ତ ହୋଇଥିଲା। ୨୦୧୦ ମସିହାରେ ମିହିରଙ୍କ ପତ୍ନୀଙ୍କ ହୃଦଘାତରେ ପରଲୋକ ଘଟିଥିଲା।