ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ସୈଫଙ୍କୁ ହସ୍ପିଟାଲରେ ପହଞ୍ଚାଇ ଥିବା ଅଟୋ ଚାଳକଙ୍କୁ ଲକ୍ଷେ ଟଙ୍କା ଦେବେ ମିକା ସିଂହ , କହିଲେ ...

Published By : Prameya | January 22, 2025 11:05 PM

ମୁମ୍ୱାଇ : ସୈଫ୍‌ ଅଲ୍ଲୀ ଖାନଙ୍କୁ ହମଲା ପରେ ଘରୁ ନେଇ ହସ୍ପଟାଲ ପହଞ୍ଚାଇ ଥିବା ଅଟୋ ଚାଳକଙ୍କର ଖୁବ୍‌ ପ୍ରଶଂସା କରାଯାଉଛି। ଅଟୋ ଚାଳକ ବିନା ପଇସାରେ ଖୁବ୍‌ ଶୀଘ୍ର ଅଭିନେତାଙ୍କୁ ନେଇ ହସ୍ପିଟାଲରେ ପହଞ୍ଚାଇ ଥିଲେ। ରିପୋର୍ଟସ ମୁତାବିକ, ସୈଫ୍‌ ଅଟୋ ଚାଳକଙ୍କୁ ୫୦ ହଜାର ଟଙ୍କା ଦେଇଛନ୍ତି। ଏବେ ମିକା ସିଂହ ସାମନାକୁ ଆସିଛନ୍ତି ଏବଂ ସେ ଅଟୋ ଚାଳକ ଭଜନ ସିଂହ ରାଣାଙ୍କୁ ୧ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। 

ମିକା ସିଂହ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ଲେଖିଛନ୍ତି , ମୋତେ ଲାଗୁଛି କି ସେ ଅତି କମ୍‌ରେ ୧୧ ଲକ୍ଷ ଟଙ୍କାର ଆମାଉଣ୍ଟ ଡିଜର୍ଭ କରନ୍ତି , କାରଣ ସେ ଇଣ୍ଡିଆର ଭେବରେଟ୍‌ ସୁପରଷ୍ଟାରଙ୍କୁ ବଞ୍ଚାଇଛନ୍ତି। ତାଙ୍କର ହିରୋ ଭଳି ଆକ୍ଟର ଯେତେ ପ୍ରଶଂସା କଲେ କମ୍ ପଡ଼ିଯିବ। ମୁଁ ତାଙ୍କୁ ୧ ଲକ୍ଷ ଟଙ୍କା ଦେବାକୁ ଚାହିଁବି। 

ଉଲ୍ଲେଖନୀୟ ଯେ, ଅଟୋ ଡ୍ରାଇଭର ନିକଟରେ ସୈଫ୍‌ଙ୍କୁ ଭେଟିଛନ୍ତି। ସୈଫ୍‌ ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି କି, ସୈଫ୍ ମୋତେ କହିଲେ ଯେ, ଆପଣ ସଠିକ ସମୟରେ ପହଞ୍ଚାଇ ଦେଲେ। ବହୁତ ଭଲ। ଯେବେ ତାଙ୍କୁ ପଚରା ଗଲା କି ସୈଫ ତାଙ୍କୁ ଟଙ୍କା ଦେଲେ କି , ସେ କହିଛନ୍ତି କି , ଏହା ତ ସେ କହି ପାରିବେ। ଆମେ କହି ପାରିବୁ ନାହିଁ। ଆମର କୌଣସି ଦାବି ନାହିଁ। ଟଙ୍କା ଦିଅନ୍ତି ତ ଠିକ୍‌,  ନଦେଲେ ବି ଠିକ୍‌। ସେ ଯାହା ଦେଲେ ଆମେ ନେଇ ସାରିଛୁ । ହେଲେ କୁହାଯାଉଛି କି ୫୦ ହଜାର ଟଙ୍କା ଦେଇଛନ୍ତି।

ସୈଫ୍‌ଙ୍କ ବିଷୟରେ କହିବା ତ ଗତ ସପ୍ତାହରେ ବୁଧବାର ବିଳମ୍ୱିତ ରାତିରେ ଆକ୍ରମଣକାରୀ ତାଙ୍କ ଘରେ ପଶି ଥିଲା। ସୈଫଙ୍କ ହାଉସ୍‌ ହେଲ୍ପମ୍ୟାନ ଯେବେ ସେହି ବ୍ୟକ୍ତକୁ ଦେଖିଲେ, ସେ ଜୋରରେ ପାଟି କରିଥିଲେ। ପାଟି ଶୁଣି ସୈଫ ଯେବେ ଆସିଲେ, ପରିବାର ଓ ପିଲାଙ୍କୁ ରକ୍ଷା କରିବା ପାଇଁ ସେ ତା ସହ ଲଢିବେ। ଏହି ସମୟରେ ଆକ୍ରମଣକାରୀ ସୈଫଙ୍କ ଉପରେ ୬ ଥର ଛୁରାମାଡ଼ କରିଥିଲା। ମଙ୍ଗଳବାର ଦିନ ସୈଫ୍‌ ହସ୍ପିଟାଲରୁ ଚିକିତ୍ସିତ ହୋଇ ଘରକୁ ଆସିଥିଲେ। ବର୍ତ୍ତମାନ ସୈଫଙ୍କ ଘରର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆ ଯାଇଛି। କରୀନା ଓ ସୈଫ୍‌ ଏବେ ଆଉ ଥରେ ଏତେ ବଡ଼ ରିସ୍କ ନେବାକୁ ଚାହାନ୍ତି ନାହିଁ। 

ଡାକ୍ତରମାନେ କହି ଥିଲେ କି, ସୈଫ୍‌ ଯେବେ ହସ୍ପିଟାଲ ଆସିଥିଲେ , ସେତେବେଳେ ତାଙ୍କର ଖୁବ୍ ରକ୍ତସ୍ରାବ ହେଉଥିଲା। କିନ୍ତୁ ତଥାପି ସେ ଟାଇଗର ଭଳି ଆସିଲେ। ସେ ଏହା ବି କହିଥିଲେ କି, ଯଦି ସୈଫଙ୍କ କ୍ଷତ ଆଉ ଟିକେ ଗଭୀର ହୋଇଥାନ୍ତା ତ ଅଭିନେତାଙ୍କ ଜୀବନ ବି ବିପଦରେ ପଡ଼ି ଯାଇଥାନ୍ତା। ଅଭିନେତାଙ୍କର ୨ଟି ସର୍ଜରୀ ହୋଇଛି ଏବଂ ତାଙ୍କର ବେକ ଓ ହାତରେ ମଧ୍ୟ ଗୁରୁତର କ୍ଷତ ହୋଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.