ମୁମ୍ୱାଇ : ସୈଫ୍‌ ଅଲ୍ଲୀ ଖାନଙ୍କୁ ହମଲା ପରେ ଘରୁ ନେଇ ହସ୍ପଟାଲ ପହଞ୍ଚାଇ ଥିବା ଅଟୋ ଚାଳକଙ୍କର ଖୁବ୍‌ ପ୍ରଶଂସା କରାଯାଉଛି। ଅଟୋ ଚାଳକ ବିନା ପଇସାରେ ଖୁବ୍‌ ଶୀଘ୍ର ଅଭିନେତାଙ୍କୁ ନେଇ ହସ୍ପିଟାଲରେ ପହଞ୍ଚାଇ ଥିଲେ। ରିପୋର୍ଟସ ମୁତାବିକ, ସୈଫ୍‌ ଅଟୋ ଚାଳକଙ୍କୁ ୫୦ ହଜାର ଟଙ୍କା ଦେଇଛନ୍ତି। ଏବେ ମିକା ସିଂହ ସାମନାକୁ ଆସିଛନ୍ତି ଏବଂ ସେ ଅଟୋ ଚାଳକ ଭଜନ ସିଂହ ରାଣାଙ୍କୁ ୧ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। 

ମିକା ସିଂହ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ଲେଖିଛନ୍ତି , ମୋତେ ଲାଗୁଛି କି ସେ ଅତି କମ୍‌ରେ ୧୧ ଲକ୍ଷ ଟଙ୍କାର ଆମାଉଣ୍ଟ ଡିଜର୍ଭ କରନ୍ତି , କାରଣ ସେ ଇଣ୍ଡିଆର ଭେବରେଟ୍‌ ସୁପରଷ୍ଟାରଙ୍କୁ ବଞ୍ଚାଇଛନ୍ତି। ତାଙ୍କର ହିରୋ ଭଳି ଆକ୍ଟର ଯେତେ ପ୍ରଶଂସା କଲେ କମ୍ ପଡ଼ିଯିବ। ମୁଁ ତାଙ୍କୁ ୧ ଲକ୍ଷ ଟଙ୍କା ଦେବାକୁ ଚାହିଁବି। 

ଉଲ୍ଲେଖନୀୟ ଯେ, ଅଟୋ ଡ୍ରାଇଭର ନିକଟରେ ସୈଫ୍‌ଙ୍କୁ ଭେଟିଛନ୍ତି। ସୈଫ୍‌ ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି କି, ସୈଫ୍ ମୋତେ କହିଲେ ଯେ, ଆପଣ ସଠିକ ସମୟରେ ପହଞ୍ଚାଇ ଦେଲେ। ବହୁତ ଭଲ। ଯେବେ ତାଙ୍କୁ ପଚରା ଗଲା କି ସୈଫ ତାଙ୍କୁ ଟଙ୍କା ଦେଲେ କି , ସେ କହିଛନ୍ତି କି , ଏହା ତ ସେ କହି ପାରିବେ। ଆମେ କହି ପାରିବୁ ନାହିଁ। ଆମର କୌଣସି ଦାବି ନାହିଁ। ଟଙ୍କା ଦିଅନ୍ତି ତ ଠିକ୍‌,  ନଦେଲେ ବି ଠିକ୍‌। ସେ ଯାହା ଦେଲେ ଆମେ ନେଇ ସାରିଛୁ । ହେଲେ କୁହାଯାଉଛି କି ୫୦ ହଜାର ଟଙ୍କା ଦେଇଛନ୍ତି।

ସୈଫ୍‌ଙ୍କ ବିଷୟରେ କହିବା ତ ଗତ ସପ୍ତାହରେ ବୁଧବାର ବିଳମ୍ୱିତ ରାତିରେ ଆକ୍ରମଣକାରୀ ତାଙ୍କ ଘରେ ପଶି ଥିଲା। ସୈଫଙ୍କ ହାଉସ୍‌ ହେଲ୍ପମ୍ୟାନ ଯେବେ ସେହି ବ୍ୟକ୍ତକୁ ଦେଖିଲେ, ସେ ଜୋରରେ ପାଟି କରିଥିଲେ। ପାଟି ଶୁଣି ସୈଫ ଯେବେ ଆସିଲେ, ପରିବାର ଓ ପିଲାଙ୍କୁ ରକ୍ଷା କରିବା ପାଇଁ ସେ ତା ସହ ଲଢିବେ। ଏହି ସମୟରେ ଆକ୍ରମଣକାରୀ ସୈଫଙ୍କ ଉପରେ ୬ ଥର ଛୁରାମାଡ଼ କରିଥିଲା। ମଙ୍ଗଳବାର ଦିନ ସୈଫ୍‌ ହସ୍ପିଟାଲରୁ ଚିକିତ୍ସିତ ହୋଇ ଘରକୁ ଆସିଥିଲେ। ବର୍ତ୍ତମାନ ସୈଫଙ୍କ ଘରର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆ ଯାଇଛି। କରୀନା ଓ ସୈଫ୍‌ ଏବେ ଆଉ ଥରେ ଏତେ ବଡ଼ ରିସ୍କ ନେବାକୁ ଚାହାନ୍ତି ନାହିଁ। 

ଡାକ୍ତରମାନେ କହି ଥିଲେ କି, ସୈଫ୍‌ ଯେବେ ହସ୍ପିଟାଲ ଆସିଥିଲେ , ସେତେବେଳେ ତାଙ୍କର ଖୁବ୍ ରକ୍ତସ୍ରାବ ହେଉଥିଲା। କିନ୍ତୁ ତଥାପି ସେ ଟାଇଗର ଭଳି ଆସିଲେ। ସେ ଏହା ବି କହିଥିଲେ କି, ଯଦି ସୈଫଙ୍କ କ୍ଷତ ଆଉ ଟିକେ ଗଭୀର ହୋଇଥାନ୍ତା ତ ଅଭିନେତାଙ୍କ ଜୀବନ ବି ବିପଦରେ ପଡ଼ି ଯାଇଥାନ୍ତା। ଅଭିନେତାଙ୍କର ୨ଟି ସର୍ଜରୀ ହୋଇଛି ଏବଂ ତାଙ୍କର ବେକ ଓ ହାତରେ ମଧ୍ୟ ଗୁରୁତର କ୍ଷତ ହୋଇଛି।